ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଚଣ୍ଡିଗଡ: ଶିରୋମଣି ଅକାଳି ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୯୪ ବର୍ଷୀୟ ପ୍ରକାଶ ସିଂହ ବାଦଲଙ୍କୁ ଶନିବାର ବିଳମ୍ବିତ ରାତିରେ ହସ୍ପିଟାଲ ଅଣାଯାଇଥିଲା। ସେ ରାତିରେ ଅନେକ ଥର ବାନ୍ତି କରିଥିଲେ, କିନ୍ତୁ ବର୍ତ୍ତମାନ […]

parkash-singh-badal

parkash-singh-badal

Madhupriya Mistry
  • Published: Sunday, 12 June 2022
  • Updated: 12 June 2022, 02:27 PM IST

Sports

Latest News

ଚଣ୍ଡିଗଡ: ଶିରୋମଣି ଅକାଳି ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି।

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୯୪ ବର୍ଷୀୟ ପ୍ରକାଶ ସିଂହ ବାଦଲଙ୍କୁ ଶନିବାର ବିଳମ୍ବିତ ରାତିରେ ହସ୍ପିଟାଲ ଅଣାଯାଇଥିଲା। ସେ ରାତିରେ ଅନେକ ଥର ବାନ୍ତି କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଅକାଳି ଦଳର ଜଣେ ମୁଖପାତ୍ର କହିଛନ୍ତି।

ଏହା ପୂର୍ବରୁ ଜୁନ୍‌ ୬ ତାରିଖରେ ପେଟ ସମ୍ବନ୍ଧୀୟ ସମସ୍ୟା ହେତୁ ପ୍ରକାଶ ସିଂହ ବାଦଲଙ୍କୁ ପିଜିଆଇଏମ୍‌ଆଇର ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ତା’ ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫେବ୍ରୁଆରୀରେ ତାଙ୍କୁ କୋଭିଡ ଯାଞ୍ଚ ପାଇଁ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ହାର୍ଟ ଏବଂ ଫୁସଫୁସ ଯାଞ୍ଚ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ପ୍ରକାଶ ସିଂହ ବାଦଲ ୫ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟ ରାଜନୀତିରେ ତାଙ୍କର ବେଶ୍‌ ଦବ୍‌ଦବା ରହିଛି। ୧୯୪୭ ମସିହାରେ ସେ ପ୍ରଥମ ଥର ପାଇଁ ରାଜନୀତିରେ ପ୍ରବେଶ କରିଥିଲେ। ୧୯୫୭ ମସିହାରେ ସେ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ​​ଜିତିଥିଲେ। ତା’ପରେ ୧୯୬୯ରେ ସେ ପୁଣି ଥରେ ବିଧାନସଭା ନିର୍ବାଚନରେ ​​ଜିତିଥିଲେ। ୧୯୬୯ରୁ୧୯୭୦ ଯାଏଁ ପ୍ରକାଶ ସିଂହ ବାଦଲ ସାମ୍ପ୍ରଦାୟିକ ବିକାଶ, ପଞ୍ଚାୟତିରାଜ, ପଶୁପାଳନ ଓ ଦୁଗ୍ଧ ଇତ୍ୟାଦି ବିଭାଗର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ଭାବେ କାମ କରିଥିଲେ।

ପ୍ରକାଶ ସିଂହ ବାଦଲ ୧୯୭୦ରୁ ୭୧, ୧୯୭୭ରୁ ୮୦ ଓ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ। ତା’ପରେ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୋରାଜୀ ଦେଶାଇଙ୍କ ଶାସନ କାଳରେ ପ୍ରକାଶ ସିଂହ ବାଦଲ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story