ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଦାୟିତ୍ୱ ନେଲେ ଚଣ୍ଡି ପ୍ରସାଦ ମହାନ୍ତି

ନୂଆଦିଲ୍ଲୀ: ଆଜି ଭାରତୀୟ ସ୍ଥଳସେନାର ୪୨ତମ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ସେନା ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ।  ଏହି ସମ୍ମାନଜନକ ପଦବୀରେ ପହଞ୍ଚିବାରେ ଜେନେରାଲ୍ ମହାନ୍ତି ପ୍ରଥମ ଓ଼ଡିଆ ସେନା ଅଧିକାରୀ । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ମହାନ୍ତି ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ସାଉଥ୍ ବ୍ଲକ୍ ଲନ୍‌ରେ ସେନାରେ ଗାର୍ଡ ଅଫ୍ ଅନର […]

chandi

chandi

Niharika Rout
  • Published: Monday, 01 February 2021
  • Updated: 05 February 2021, 12:27 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଭାରତୀୟ ସ୍ଥଳସେନାର ୪୨ତମ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ସେନା ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ।  ଏହି ସମ୍ମାନଜନକ ପଦବୀରେ ପହଞ୍ଚିବାରେ ଜେନେରାଲ୍ ମହାନ୍ତି ପ୍ରଥମ ଓ଼ଡିଆ ସେନା ଅଧିକାରୀ ।

ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ମହାନ୍ତି ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ସାଉଥ୍ ବ୍ଲକ୍ ଲନ୍‌ରେ ସେନାରେ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ ।  ପୂର୍ବରୁ ଜେନେରାଲ୍ ମହାନ୍ତି ସଦର୍ଣ୍ଣ କମାଣ୍ଡର୍ ଭାବେ କାର୍ଯ୍ୟରତ ଥିଲେ ।

ଜେନେରାଲ୍ ଚଣ୍ଡୀପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼ରେ । ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ମିଲିଟାରୀ କଲେଜରୁ ପାଠ ପଢି ସାରିବା ପରେ ସେ  ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଟ୍ରେନିଂ ନେଇଥିଲେ । ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ କମିଶନର ହୋଇଥିଲେ ଜେନେରାଲ ମହାନ୍ତି ।

ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ମଧ୍ୟରେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଗୁରୁତ୍ୱପୂର୍ଣ୍ଣ ସାମରିକ ପଦବୀରେ ଦାୟିତ୍ୱ ତୁଲାଇଛନ୍ତି  ଚଣ୍ଡିପ୍ରସାଦ । ଜମ୍ମୁ କଶ୍ମୀରରେ କମ୍ପାନୀ କମାଣ୍ଡର ସହ ଏଲଓସିରେ ବାଟାଲିଅନରେ ସେ କମାଣ୍ଡର ରହିସାରିଛନ୍ତି । ଆସାମରେ ଉଲଫା ଆତଙ୍କବାଦୀ ବିରୋଧୀ- ଅପରେସନ ଅଲ୍ କ୍ଲିୟରରେ ଚଣ୍ଡିପ୍ରସାଦଙ୍କ ବାଟାଲିୟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ।  ଡୋକଲାମ୍ ଘଟଣା ପରେ ସେ ସିଲିଗୁଡିସ୍ଥିତ ପୂର୍ବ କମାଣ୍ଡର ୩୩ତମ କୋରର କମାଣ୍ଡର ଥିଲେ । ଜେନେରାଲ୍ ମହାନ୍ତି ଏହାବ୍ୟତୀତ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଜାତିସଂଘ ଶାନ୍ତିସେନାର ଏକ ବ୍ରିଗ଼େଡର ନେତୃତ୍ୱ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos