ହଟିଲା କଟକଣା, ଏଣିକି ବିମାନରେ ମିଲ ଖାଇପାରିବେ ଯାତ୍ରୀ  

ନୂଆଦିଲ୍ଲୀ: ହଟିଲା କରୋନା କଟକଣା। ଏଣିକି ବିମାନରେ କରିହେବ ଖାଦ୍ୟ ପରିବେଷଣ । ଏନେଇ ଅନୁମତି ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।  ମଙ୍ଗଳବାର ସମସ୍ତ ବିମାନରେ ଖାଦ୍ୟ ପରିବେଷଣ କରିବାକୁ ଅନୁମତି ଦିଆଯାଇଛି । ସେହିପରି ସମସ୍ତ ବିମାନରେ ପତ୍ରିକା ଏବଂ ଅନ୍ୟାନ୍ୟ ପଠନ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ। ଉଭୟ ଘରୋଇ ଏବଂ ଅନ୍ତର୍ଜାତିକ ବିମାନରେ ଖାଦ୍ୟ , ମେଗାଜିନ୍‌ ଏବଂ ଅନ୍ୟାନ୍ୟ ପଠନ ସାମଗ୍ରୀ ଉପଲବ୍ଧ ହେବ। ଦେଶର କୋଭିଡ -୧୯ […]

IndiGoplane

IndiGoplane

Tapas Behera
  • Published: Tuesday, 16 November 2021
  • Updated: 16 November 2021, 10:20 PM IST

ନୂଆଦିଲ୍ଲୀ: ହଟିଲା କରୋନା କଟକଣା। ଏଣିକି ବିମାନରେ କରିହେବ ଖାଦ୍ୟ ପରିବେଷଣ । ଏନେଇ ଅନୁମତି ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।  ମଙ୍ଗଳବାର ସମସ୍ତ ବିମାନରେ ଖାଦ୍ୟ ପରିବେଷଣ କରିବାକୁ ଅନୁମତି ଦିଆଯାଇଛି । ସେହିପରି ସମସ୍ତ ବିମାନରେ ପତ୍ରିକା ଏବଂ ଅନ୍ୟାନ୍ୟ ପଠନ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ। ଉଭୟ ଘରୋଇ ଏବଂ ଅନ୍ତର୍ଜାତିକ ବିମାନରେ ଖାଦ୍ୟ , ମେଗାଜିନ୍‌ ଏବଂ ଅନ୍ୟାନ୍ୟ ପଠନ ସାମଗ୍ରୀ ଉପଲବ୍ଧ ହେବ।

ଦେଶର କୋଭିଡ -୧୯ ପରିସ୍ଥିତି ଯୋଗୁଁ ମନ୍ତ୍ରଣାଳୟ ପକ୍ଷରୁ  ଚଳିତ ବର୍ଷ ଏପ୍ରିଲରେ ବିମାନରେ ଖାଦ୍ୟ ପରିବେଷଣ ସେବାକୁ ବନ୍ଦ କରାଯାଇଥିଲା । କରୋନା ସଂକ୍ରମଣ କମୁଥିବାରୁ ପୂର୍ବରୁ ଯାତ୍ରୀବାହି ବିମାନ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡ଼ିପାରିବ ବୋଲି କୁହାଯାଇଥିଲା। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହିତ ପରିଚାଳିତ ହେଉଛି ।

ତାପୂର୍ବରୁ  ୮୫ ପ୍ରତିଶତ ଯାତ୍ରୀ କ୍ଷମତାକୁ ନେଇ ଘରୋଇ ବିମାନ ଉଡାଣ କରୁଥିଲା ଗତ ବର୍ଷ କରୋନା ଲକଡାଉନରେ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପରେ ମେ ୨୫, ୨୦୨୦ରେ, ସରକାର ୩୩ ପ୍ରତିଶତ ଯାତ୍ରୀ କ୍ଷମତାକୁ ନେଇ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ଏହା ପରେ ଡିସେମ୍ବର ୨୦୨୦ରେ ଏହାକୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା | ପୁଣି ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ କରୋନା ଦ୍ଵିତୀୟ ଲହରୀ ପାଇଁ ସରକାର ଘରୋଇ ବିମାନରେ ଯାତ୍ରୀଙ୍କ କ୍ଷମତାକୁ ୫୦ ପ୍ରତିଶତକୁ ହ୍ରାସ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos