ପ୍ରବଳ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି, ଗଲାଣି ୬୫ ଜଣଙ୍କ ଜୀବନ

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଅଘଟଣରେ ୬୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ୧୧ ଜଣ ଶାହରନପୁରା ପ୍ରାଣ ହରାଇଛନ୍ତି। ଅନେକ ସ୍ଥାନରେ ଘର ଭୁଶୁଡ଼ିଥିବା ବେଳେ ବହୁ ସଂଖ୍ୟକ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ଯାଇଛି। ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଗୋଶାଳାରେ ଥିବା ଅନେକ ଗାଈଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଆଜି ବି କେତେକ ଜିଲ୍ଲାରେ ପ୍ରବଳରୁ […]

Rain

Rain

Hemant Lenka
  • Published: Friday, 17 September 2021
  • Updated: 17 September 2021, 09:54 PM IST

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଅଘଟଣରେ ୬୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ୧୧ ଜଣ ଶାହରନପୁରା ପ୍ରାଣ ହରାଇଛନ୍ତି। ଅନେକ ସ୍ଥାନରେ ଘର ଭୁଶୁଡ଼ିଥିବା ବେଳେ ବହୁ ସଂଖ୍ୟକ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ଯାଇଛି।

ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଗୋଶାଳାରେ ଥିବା ଅନେକ ଗାଈଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଆଜି ବି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ରାଜ୍ୟ ସରକାର ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି।

ଆଜି ଜୌନପୁରର ସରାୟଖାନୀ ଗାଁରେ ଥିବା ଭରତଲାଲଙ୍କ ଘରର କାନ୍ଥ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଛି। କାନ୍ଥ ଭୁଶିଡ଼ା ଯୋଗୁ ଏହା ତଳେ ପରିବାରର ସମସ୍ତ ୫ ଜଣ ସଦସ୍ୟ ଚାପି ହୋଇଯାଇଥିଲେ। ଖବର ପାଇ ପ୍ରଥମେ ଗ୍ରାମବାସୀ ଉଦ୍ଧାର କାମରେ ଲାଗିଥିଲେ। ପରେ ପ୍ରଶାସନ ପକ୍ଷରୁ କାନ୍ଥ ତଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲେ। ସେହିପରି ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରବଳ ବର୍ଷା ଯୋଗୁ ଅଯୋଧ୍ୟା ରେଳ ଷ୍ଟେସନ ଭିତରେ ପାଣି ପଶି ଯାଇଛି। ଷ୍ଟେସନ ମାଷ୍ଟରଙ୍କ ସମେତ ସେଠାରେ ଥିବା କର୍ମଚାରୀମାନେ ଦୀର୍ଘ ସମୟ ଧରି ଜଳବନ୍ଦୀ ହୋଇ ରହିଥିଲେ। ସବୁ ଅଫିସରେ ପାଣି ପଶି ଯାଇଥିବାରୁ ଦୈନିନ୍ଦିନ କାମ ଠପ ହୋଇ ଯାଇଛି। ଅଯୋଧ୍ୟାରେ ଥିବା ଅନେକ ଲୋକଙ୍କ ଘରେ ବି ବର୍ଷା ପାଣି ଲହଡ଼ୀ ଭାଙ୍ଗୁଛି।

ପ୍ରୟାଗରାଜରେ ମଧ୍ୟ ପ୍ରବଳ ବର୍ଷା ହେତୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଠାରେ ଅନେକ ମାଟି ଓ ଛାଳଛପର ଘର ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି।

ପ୍ରବଳ ବର୍ଷା ଯୋଗୁ ଘର ଭୁଶୁଡ଼ିବା, ଗଛ ଉପୁଡ଼ିବା ଓ ବଜ୍ରପାତ ଯୋଗୁ ସମଗ୍ର ୟୁପରେ ୬୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏମାନଙ୍କୁ ବାରବାଙ୍କିରେ ୮ ଜଣ, ପ୍ରୟାଗରାଜରେ ୬ ଜଣ, ଆଗ୍ରାରେ ୬ ଜଣ, ମୀରଟରେ ୬ ଜଣ, ମୈନପୁରରେ ୪ ଜଣ, କାସଗଞ୍ଜରରେ ୩ ଜଣ, ଫତେହପୁରରେ ୫ ଜଣ, ଜୌନପୁରରେ ୩ ଜଣ, କୌଶମ୍ବୀରେ ୩ ଜଣ, ଅଯୋଧ୍ୟା, ଆମେଥୀ, ବୁଲନ୍ଦଶହର, ବରେଲୀ, ବାଘପଟ, ସୁଲତାନପୁରରେ ୨ ଜଣ ଲେଖାଏ ଓ ହରଦୋଇ, କାନୁପୁର, ଦେହାଟ, ମଥୁରା, ଗାଜିଆବାଦ, ହାପୁର, ପ୍ରତାପଗଡ଼, ଫିରୋଜାବାଦ ଓ ମୁଜାଫରନଗରରେ ଜଣେ ଲେଖାଏ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।

ପ୍ରବଳ ବର୍ଷା ହେତୁ ବହୁ ସଂଖ୍ୟକ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ବାରବାଙ୍କି ସ୍ଥିତ ସରକାରୀ ଗୋଶାଳାରେ ଗାଈଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓ ତିଆରି କରିଥିବା ବ୍ୟକ୍ତି ଜଣଙ୍କ ଏଠାରେ ୨୪ଟି ଗାଈ ମରି ପଡ଼ିଥିବା ଗଣତି କରିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ୧୦ରୁ ୧୫ଟି ଗାଈ ପ୍ରାଣ ହରାଇଥିବା କୁହାଯାଇଛି। ହାରଦୋଇରେ ଥିବା ଗୋଶାଳାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story