କ୍ରସ୍‌ ଜେଣ୍ଡର ମସାଜ ସର୍ଭିସରେ ଲାଗିଥିବା କଟକଣା ଉପରେ ରହିତାଦେଶ

ଦିଲ୍ଲୀ:ଦିଲ୍ଲୀ ସରକରାରଙ୍କୁ ଝଟକା। କ୍ରସ୍‌ ଜେଣ୍ଡର ମସାଜ ସର୍ଭିସ ଉପରେ ଲାଗିଥିବା କଟକଣା ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ସର୍ଭିସକୁ ସମ୍ପୂର୍ଣ୍ଣ ନିଷେଧାଦେଶ  କରାଯିବା ସ୍ପା ସେଣ୍ଟର ଗୁଡ଼ିକରେ  ବେଶ୍ୟା ବୃତ୍ତି ରୋକିବା ଦିଗରେ ଯେ, ସହାୟକ ହେବ ଏଥିରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଏହି ନିଷେଧାଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଚ ହୋଇଥିଲା । ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍ ରେଖା ପଲ୍ଲୀ […]

spa

spa

Tapas Behera
  • Published: Thursday, 16 December 2021
  • Updated: 16 December 2021, 10:44 PM IST

Sports

Latest News

ଦିଲ୍ଲୀ:ଦିଲ୍ଲୀ ସରକରାରଙ୍କୁ ଝଟକା। କ୍ରସ୍‌ ଜେଣ୍ଡର ମସାଜ ସର୍ଭିସ ଉପରେ ଲାଗିଥିବା କଟକଣା ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ସର୍ଭିସକୁ ସମ୍ପୂର୍ଣ୍ଣ ନିଷେଧାଦେଶ  କରାଯିବା ସ୍ପା ସେଣ୍ଟର ଗୁଡ଼ିକରେ  ବେଶ୍ୟା ବୃତ୍ତି ରୋକିବା ଦିଗରେ ଯେ, ସହାୟକ ହେବ ଏଥିରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

ଏହି ନିଷେଧାଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଚ ହୋଇଥିଲା । ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍ ରେଖା ପଲ୍ଲୀ କହିଛନ୍ତି ଯେ, ହଠାତ୍ ନିଷେଧାଦେଶ ସ୍ପା ଇଣ୍ଡଷ୍ଟ୍ରିରେ ନିୟୋଜିତ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।

ଜଷ୍ଟିସ୍ ରେଖା ପଲ୍ଲୀ କହିଛନ୍ତି ଯେ, ସ୍ପା ସର୍ଭିସ ସଂସ୍ଥା ସହ  କୌଣସି ପରାମର୍ଶ ନକରି କ୍ରସ୍‌ ଜେଣ୍ଡର ମସାଜ ସର୍ଭିସ  ଉପରେ ପ୍ରତିବନ୍ଧକ ଲଗାଯାଛି। । ଏହାର ପରବର୍ତ୍ତୀ ଶୁଣାଣି ୨୦୨୨ ଜାନୁୟାରୀ ୧୧ରେ ହେବ। ମୁଖ୍ୟତଃ ମହିଳା ଓ ଶଶିମାନଙ୍କୁ  ଉକ୍ତ ସେଣ୍ଟରରେ ହେଉଥିବା ବେଶ୍ୟାବୃତ୍ତିରୁ ବଞ୍ଚାବା ପାଇଁ ଏଭିଳି ନିଷେଧାଦେଶ ଜାରି କରାଯାଇଥିଲା ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକାଧିକ ମମଲା ରୁଜୁ ହୋଇଥିଲା। କ୍ରସ ଜେଣ୍ଡେର ମଜାଜ ସର୍ଭିକୁ ବ୍ୟାନ କରିବା ଅସାମ୍ବିଧାନିକ ବୋଲି  ଦର୍ଶାଯାଇଥିଲା। ଏହି ନିଷେଧାଦେଶକୁ ରଦ୍ଦ କରିବା ପାଇଁ ଅଦାଲତରେ ଆବେଦନ କରାଯାଇଛି। ସୂଚନା ଅନୁଯାୟୀ, ସ୍ପା ସେଣ୍ଟର ଗୁଡ଼ିକରେ ଯୌନ କେଳେଙ୍କାରୀ ବୃଦ୍ଧି ପାଉଥିବା ବହୁ ମାମାଲା ଆସୁଛି । ଏଥିରେ ମହିଳା ଓ ଶିଶୁ ମାନେ ଶିକାର ହେଉଛନ୍ତି। ଫଳରେ କ୍ରସ୍‌ ମସାଜ ସର୍ଭିସ ଉପରେ ରୋକ୍ ଲଗାଇଥିଲେ ଦିଲ୍ଲୀ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos