ହିନ୍ଦୁ ଗାଁର ମୁଖିଆ ଭାବେ ନିର୍ବାଚିତ ହେଲେ ମୁସଲିମ ବ୍ୟକ୍ତି

ଅଯୋଧ୍ୟା: ହିନ୍ଦୁ-ମୁସଲିମ ନାଁରେ ରାଜନେତାମାନେ ଭୋଟ ମାଗୁଥିବା ବେଳେ ଏହାର ବ୍ୟତିକ୍ରମ ଉତ୍ତର ପ୍ରଦେଶ ଅନ୍ତର୍ଗତ ଅଯୋଧ୍ୟାର ଗୋଟିଏ ଗାଁରେ ଦେଖିବାକୁ ମିଳିଛି। ଗାଁରେ ସମସ୍ତେ ହିନ୍ଦୁ ହୋଇଥିବା ବେଳେ ସେମାନେ ନିଜର ମୁଖିଆ ଭାବେ ଜଣେ ମୁସିଲମ ବ୍ୟକ୍ତିଙ୍କୁ ନିର୍ବାଚିତ କରିଛନ୍ତି। ଅଯୋଧ୍ୟାର ରୁଦାଉଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଜନପୁର ଗାଁର ଲୋକମାନଙ୍କ ଏପରି ଆଚରଣ ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି। ଏହି ଗାଁରେ ସମସ୍ତ ଲୋକ ହିନ୍ଦୁ। କିନ୍ତୁ ସେମାନେ […]

Hafiz

Hafiz

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 06:02 PM IST

Sports

Latest News

ଅଯୋଧ୍ୟା: ହିନ୍ଦୁ-ମୁସଲିମ ନାଁରେ ରାଜନେତାମାନେ ଭୋଟ ମାଗୁଥିବା ବେଳେ ଏହାର ବ୍ୟତିକ୍ରମ ଉତ୍ତର ପ୍ରଦେଶ ଅନ୍ତର୍ଗତ ଅଯୋଧ୍ୟାର ଗୋଟିଏ ଗାଁରେ ଦେଖିବାକୁ ମିଳିଛି। ଗାଁରେ ସମସ୍ତେ ହିନ୍ଦୁ ହୋଇଥିବା ବେଳେ ସେମାନେ ନିଜର ମୁଖିଆ ଭାବେ ଜଣେ ମୁସିଲମ ବ୍ୟକ୍ତିଙ୍କୁ ନିର୍ବାଚିତ କରିଛନ୍ତି।

ଅଯୋଧ୍ୟାର ରୁଦାଉଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଜନପୁର ଗାଁର ଲୋକମାନଙ୍କ ଏପରି ଆଚରଣ ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି। ଏହି ଗାଁରେ ସମସ୍ତ ଲୋକ ହିନ୍ଦୁ। କିନ୍ତୁ ସେମାନେ ଗ୍ରାମ ପ୍ରଧାନ ବା ଗାଁ ମୁଖିଆ ଭାବେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି।

ହାଫିଜ ଅଜିମୁଦ୍ଦିନ ଖାନ ଏବେ ରଜନପୁର ଗାଁର ନୂଆ ଗ୍ରାମ ପ୍ରଧାନ। ସେ ଏହି ଗାଁରେ ଏକମାତ୍ର ମୁସଲିମ ପରିବାର ଭାବେ ରୁହନ୍ତି। ତାଙ୍କ ପରିବାରକୁ ଛାଡ଼ି ଦେଲେ ଗାଁର ଅନ୍ୟ ସମସ୍ତ ଲୋକ ହିନ୍ଦୁ। ସେହିପରି ହାଫିଜଙ୍କୁ ଛାଡ଼ି ଗ୍ରାମ ପ୍ରଧାନ ପଦ ପାଇଁ ଆଉ ୭ ଜଣ ହିନ୍ଦୁ ବ୍ୟକ୍ତି ପ୍ରାର୍ଥୀ ହୋଇଥିଲେ।

ଗାଁ ଲୋକମାନେ ନିଜ ଧର୍ମର ଲୋକଙ୍କ ପରିବର୍ତ୍ତେ ହାଫିଜଙ୍କୁ ଭୋଟ ଦେଇ ବିଜୟୀ କରାଇଛନ୍ତି। ହାଫିଜ ବିଜୟ ପରେ କହିଛନ୍ତି, “ମୋ ବିଜୟ ହିନ୍ଦୁ ମୁସଲିମ ଭାଇଚାରକୁ ଦର୍ଶାଉଛି। ଏହା କେବଳ ରଜନପୁର ପାଇଁ ନୁହେଁ ପୂରା ଅଯୋଧ୍ୟାରେ ଥିବା ଭାଇଚାରାର ଉଦାହରଣ। ମୁଁ କେବେ ହେଲେ ଧର୍ମର କାର୍ଡ ଖେଳି ନଥିଲି। ମୁଁ ମୋ ଭାଇ ଓ ଭଉଣୀଙ୍କ ଠାରୁ ଭୋଟ ମାଗିଥିଲି। ମୁଁ ପୂରା ଗାଁକୁ ମୋ ନିଜ ପରିବାର ଭଳି ବିବେଚନା କରେ।

ଏବେ ଗ୍ରାମ ପ୍ରଧାନ ପାଣ୍ଠିରେ ଥିବା ସମସ୍ତ ଅର୍ଥ ଗାଁର ବିକାଶରେ ଖର୍ଚ୍ଚ ହେବ। ସମସ୍ତ ପ୍ରକାରର ଜରୁରୀ ଆବଶ୍ୟକକୁ ପୂରଣ କରାଯିବ ଓ ଏମଜିନରେଗା ଅଧୀନରେ ଥିବା ସମସ୍ତ ଲୋକଙ୍କୁ କାମ ଯୋଗାଇ ଦିଆଯିବ। ଲୋକଙ୍କ ଭାବନା ଓ ଲୋକଙ୍କୁ ନେଇ ସବୁ ଅର୍ଥକୁ ଖର୍ଚ୍ଚ କରାଯିବ।”

ସ୍ଥାନୀୟ ଲୋକମାନେ ମଧ୍ୟ ହାଫିଜଙ୍କ ବିଜୟକୁ ନେଇ ଉତ୍ସାହିତ ଅଛନ୍ତି। ମନୋହର ଲାଲ ନାମକ ଜଣେ ବ୍ୟକ୍ତି କହିଛନ୍ତି, “ସାଂପ୍ରଦାୟିକ ରାଜନୀତି ଦ୍ୱାରା ଆମେ ପ୍ରଭାବିତ ହୋଇନୁ ବୋଲି ଗାଁ ଲୋକ ପ୍ରମାଣ କରି ଦେଖାଇଛନ୍ତି। ହାଫିଜ ଜଣେ ଯୁବକ ଓ ସେ ଭଲ କାମ କରିବେ ବୋଲି ଆମର ଆଶା।”

କରୋନା ସଂକ୍ରମଣ ଯୋଗୁ ଗ୍ରାମ ପ୍ରଧାନଙ୍କ ଶପଥ ପାଠ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ତେଣୁ ଜୁନ୍‌ ୧୫ ପରେ ହାଫିଜ ଗାଁର ମୁଖିଆ ଭାବେ ଶପଥ ନେବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story