ଦରଦାମ ବୃଦ୍ଧି ପାଇଁ ‘ହିନ୍ଦୁତ୍ୱବାଦୀ’ ଦାୟୀ: ରାହୁଲ ଗାନ୍ଧି

ଆମେଠି: ହିନ୍ଦୁତ୍ୱକୁ ନେଇ ଆଜି ପୁଣି ବାଣ ମାରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଦରଦାମ ବୃଦ୍ଧି ସହ ଦେଶରେ ବଢ଼ୁଥିବା ଦୁଃଖ ଦୁର୍ଦ୍ଦଶା ପାଇଁ ହିନ୍ଦୁତ୍ୱବାଦୀ ଦାୟୀ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଆମେଠିରେ ଏକ ରାଲିରେ ଯୋଗ ଦେଇ ରାହୁଲ ଏକଥା କହିଛନ୍ତି। ଦେଶରେ ମହଙ୍ଗା ମାଡ଼ରେ ଜନସାଧାରଣ ସନ୍ତୁଳି ହେଉଛନ୍ତି। ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକ କଷ୍ଟ ଯନ୍ତ୍ରଣାରେ ପେଶି ହୋଇଗଲେଣି । ଏଥିପାଇଁ ସେ ସସିଧାସଳଖ ‘ହିନ୍ଦୁତ୍ୱବାଦୀ’ଙ୍କୁ ଦାୟୀ କରିଛନ୍ତି। […]

RAHUL PRIYANKA KERALA

RAHUL PRIYANKA KERALA

Tapas Behera
  • Published: Saturday, 18 December 2021
  • Updated: 18 December 2021, 05:53 PM IST

Sports

Latest News

ଆମେଠି: ହିନ୍ଦୁତ୍ୱକୁ ନେଇ ଆଜି ପୁଣି ବାଣ ମାରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଦରଦାମ ବୃଦ୍ଧି ସହ ଦେଶରେ ବଢ଼ୁଥିବା ଦୁଃଖ ଦୁର୍ଦ୍ଦଶା ପାଇଁ ହିନ୍ଦୁତ୍ୱବାଦୀ ଦାୟୀ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଆମେଠିରେ ଏକ ରାଲିରେ ଯୋଗ ଦେଇ ରାହୁଲ ଏକଥା କହିଛନ୍ତି। ଦେଶରେ ମହଙ୍ଗା ମାଡ଼ରେ ଜନସାଧାରଣ ସନ୍ତୁଳି ହେଉଛନ୍ତି। ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକ କଷ୍ଟ ଯନ୍ତ୍ରଣାରେ ପେଶି ହୋଇଗଲେଣି ।

ଏଥିପାଇଁ ସେ ସସିଧାସଳଖ ‘ହିନ୍ଦୁତ୍ୱବାଦୀ’ଙ୍କୁ ଦାୟୀ କରିଛନ୍ତି। ଏବେକାର ଲଢ଼େଇ ହିନ୍ଦୁ ଏବଂ ହିନ୍ଦୁତ୍ୱ ମଧ୍ୟରେ ବୋଲି ସେ କହିଛନ୍ତି। ହିନ୍ଦୁ ‘ସତ୍ୟାଗ୍ରହୀ’ରେ ବିଶ୍ୱାସ କରୁଥିବା ବେଳେ ହିନ୍ଦୁତ୍ୱବାଦୀ ‘ସତ୍ତାଗ୍ରହ’ରେ ବିଶ୍ୱାସ ରଖନ୍ତି। ହିନ୍ଦୁତ୍ୱବାଦୀ ରାଜନୈତିକ କ୍ଷମତା ଲୋଭୀ ବୋଲି ସେ କହିଛନ୍ତି । ଏହି ରାଲିରେ ରାହୁଲଗାନ୍ଧିଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ। ଆମେଠିରେ ଆଜି ଉଭୟ ଭାଇ ଭଉଣୀ ୬ କିମି ପଦଯାତ୍ରା କରିଥିଲେ। ୨୦୧୯ରେ ଆମେଠିରେ ସାଂସଦ ଭାବେ ବିଜେପି ପ୍ରାର୍ଥୀ ସ୍ମୁତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ ରାହୁଲ। ଲୋକସଭା ନିର୍ବାଚନରେ ​​ହାରିଯିବା ପରେ ରାହୁଲ ଅଢ଼େଇ ବର୍ଷ ପରେ ଆଜି ନିଜ ନିର୍ବାଚନମଣ୍ଡଳୀ ଆମେଥିକୁ ପ୍ରଥମଥର ପାଇଁ  ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗଙ୍ଗାରେ ବୁଡ଼ ପକାଉଛନ୍ତି।  କିନ୍ତୁ ବେକାରୀ ସମସ୍ୟା ଉପରେ ସେ ମୌନ ରହୁଛନ୍ତି।

ଆଜି ଲୋକମାନେ କାହିଁକି ରୋଜଗାର ପାଇପାରୁନାହାଁନ୍ତି? କାହିଁକି ଦ୍ରୁତିଗିତି ଦରଦାମ ବୃଦ୍ଧି ପାଉଛି  ବୋଲି ରାହୁଲ ଗାନ୍ଧି ପ୍ରଶ୍ନ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବା ପାଇଁ  କେନ୍ଦ୍ର ସରକାର ମାର୍କେଟିଂରେ ବ୍ୟସ୍ତ ଅଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି। ଆଜି ଲଦାଖରେ ଚୀନ୍ ଭାରତର ଜମି ଛଡ଼ାଇ ଏହାକୁ ନିଜର କରିଛି। କିନ୍ତୁ ପ୍ରଧାନମନ୍ତ୍ରୀ କିଛି କହୁ ନାହାଁନ୍ତି। ପ୍ରଧାନମନ୍ତ୍ରୀ କହୁଛନ୍ତି , କୌଣସି ଜମି ଅକ୍ତିଆର କରାଯାଇ ନାହିଁ। କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ ବିପରୀତ ବୟାନ ଦେଉଛି।  ଜମି ନିଆଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ କହୁଥିବା ରାହୁଲ ଗାନ୍ଧି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos