ପ୍ରଥମ ସ୍ତ୍ରୀ ପାଇଁ ଦ୍ୱିତୀୟ ସ୍ତ୍ରୀକୁ ୨୫ଲକ୍ଷ ଟଙ୍କା ମାଗିଲା ସ୍ୱାମୀ

ଅହମ୍ମଦାବାଦ: ପ୍ରଥମ ସ୍ତ୍ରୀକୁ ପାଖରେ ରଖିବା ପାଇଁ ୨୫ ଲକ୍ଷ ଟଙ୍କା ଦାବି କଲା ସ୍ୱାମୀ। ଯାହାର ପ୍ରତିବାଦ କରି ଜଣେ ୬୦ ବର୍ଷୀୟ ମହିଳା ଜଣକ ନିଜ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଗୁଜରାଟ ଅହମ୍ମଦାବାଦର ଜୁହାପୁରାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମହିଳା ଜଣକ ଭେଜାଲପୁର ଥାନାରେ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ହେଉଛନ୍ତି ଜଣେ ସାମାଜିକ କର୍ମୀ, ଯିଏ ଅଭିଯୋଗ ଆଣିଛନ୍ତି ଯେ ଅଭିଯୁକ୍ତ ତଥା […]

wife

wife

Ranjit Kumar Jena
  • Published: Friday, 12 February 2021
  • Updated: 12 February 2021, 06:16 PM IST

Sports

Latest News

ଅହମ୍ମଦାବାଦ: ପ୍ରଥମ ସ୍ତ୍ରୀକୁ ପାଖରେ ରଖିବା ପାଇଁ ୨୫ ଲକ୍ଷ ଟଙ୍କା ଦାବି କଲା ସ୍ୱାମୀ। ଯାହାର ପ୍ରତିବାଦ କରି ଜଣେ ୬୦ ବର୍ଷୀୟ ମହିଳା ଜଣକ ନିଜ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଗୁଜରାଟ ଅହମ୍ମଦାବାଦର ଜୁହାପୁରାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମହିଳା ଜଣକ ଭେଜାଲପୁର ଥାନାରେ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ମହିଳା ଜଣକ ହେଉଛନ୍ତି ଜଣେ ସାମାଜିକ କର୍ମୀ, ଯିଏ ଅଭିଯୋଗ ଆଣିଛନ୍ତି ଯେ ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀ ନିଜର ପ୍ରଥମ ସ୍ତ୍ରୀ ପାଇଁ ୨୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ ସେ ପ୍ରଥମେ ୧୫ ବର୍ଷ ବୟସରେ ବିବାହ କରିଥିଲେ ଏବଂ ବିବାହର ୧୧ ବର୍ଷ ପରେ ତାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ମହିଳା ଜଣକ ଦ୍ୱିତୀୟ ବିବାହ କରିଥିଲେ ଏବଂ ୧୫ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା।

ସେପ୍ଟେମ୍ବର ୧, ୨୦୧୯ରେ ମହିଳା ଜଣକ ଅଭିଯୁକ୍ତଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପୂର୍ବରୁ ହିଁ ଦୁଇଟି ସନ୍ତାନ ଥିଲେ। ବିବାହ ପରେ ମହିଳା ଜଣକ ଅନ୍ୟ ଏକ ଘରେ ରହୁଥିଲେ, ଯେଉଁଠାକୁ ତାଙ୍କ ସ୍ୱାମୀ ଯିବାଆସିବା କରନ୍ତି। ବିବାହର ୮ମାସ ପର୍ଯ୍ୟନ୍ତ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ତିକ୍ତତା କାରଣରୁ ଅଭିଯୁକ୍ତ ନିଜ ସ୍ତ୍ରୀକୁ ଅସୁସ୍ଥ ବେଳେ ଡାକ୍ତରଙ୍କ ପାଖକୁ ନେଇନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

ଫେବୃଆରୀ ୫ ତାରିଖରେ ମହିଳାଙ୍କ ସ୍ୱାମୀ ଏକ ସ୍କୁଟର ଓ ସେଲଫୋନ୍ ଡିମାଣ୍ଡ କରିଥିଲେ। ଯେତେବେଳେ ମହିଳା ଜଣକ ସ୍କୁଟର ଓ ସେଲଫୋନ୍ ଦେବାକୁ ଜୁହାପୁରା ଗଲେ, ପୁରୁଷ ଜଣକ ନିଜର ପ୍ରଥମ ସ୍ତ୍ରୀ ଓ ପିଲାମାନଙ୍କ ସହ ପହଞ୍ଚିଥିଲେ। ଏହା ପରେ ପୁରୁଷ ଜଣକ ମହିଳାଙ୍କୁ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏପରିକି ପୁରୁଷ ଜଣଙ୍କର ପ୍ରଥମ ସ୍ତ୍ରୀ ମଧ୍ୟ ମହିଳାଙ୍କଠାରୁ ଟଙ୍କା ଡିମାଣ୍ଡ କରିଥିଲେ ଏବଂ ନଦେଇପାରିଲେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଅଭିଯୁକ୍ତଙ୍କର ପ୍ରଥମ ସ୍ତ୍ରୀର ଅଧିକାଂଶ ସମ୍ପର୍କୀୟ ଗାଙ୍ଗଷ୍ଟର୍ ଥିବା କହି ବୋଲି ମହିଳାଙ୍କୁ ଧମକ ଦେଉଥିଲେ।

ତେବେ ଅଭିଯୁକ୍ତ ସ୍ୱାମୀ ନିଜ ସମ୍ପ୍ରଦାୟର ସଦସ୍ୟଙ୍କୁ ଜଣାଇଛନ୍ତି ଯେ ଯେଉଁ ମହିଳାଙ୍କୁ ସେ ବିବାହ କରିଛନ୍ତି, ସେ ପୂର୍ବରୁ ହିଁ ୧୨ଥର ବିବାହ କରିସାରିଛନ୍ତି ଏବଂ ସେ ତାଙ୍କର ୧୩ଶ ସ୍ୱାମୀ। ଯାହା ପରେ ଅପମାନଜନକ ଅଭିଯୋଗ ଆଣି ମହିଳା ଜଣକ ପ୍ରଥମେ ଲିଗାଲ୍ ନୋଟିସ୍ ପଠାଇଥିଲେ। ଯେହେତୁ ଅଭିଯୁକ୍ତ ଏହାର କୌଣସି ପ୍ରତିକ୍ରିୟା ଦେଲେ ନାହିଁ, ତେଣୁ ମହିଳା ଜଣକ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos