ନୂଆଦିଲ୍ଲୀ: ତାମିଲନାଡ଼ୁରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ଆସନ୍ତା ୧୫ ଦିନ ମଧ୍ୟରେ ଶେଷ ହେବ। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ତଦନ୍ତକାରୀ ଟିମ୍ ଯାଞ୍ଚ ପ୍ରକ୍ରିୟାକୁ ତ୍ୱାରାନିତ କରିଛି। ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ରେକଡ଼ିଂ କରାଯାଇଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ଯାଞ୍ଚ ଶେଷ ହେବା ନେଇ ସମ୍ଭାବନା ରହିଛି।
ଗତ ଡିସେମ୍ବର ୮ତାରିଖରେ ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତର ସର୍ବୋଚ୍ଚସ୍ତରର ଚପର ପାଇଲଟ୍, ଏୟାର ମାର୍ଶାଲ ମାନଭେନ୍ଦ୍ର ସିଂ ତଦନ୍ତର ନେତ୍ୱତ୍ୱ ନେଉଥିଲା ବେଳେ ଟିମ୍ରେ ସାଉଥ୍ କମାଣ୍ଡର ବ୍ରିଗେଡିୟର୍ ଏବଂ ବିମାନ ଚଳାଚଳ ଶାଖାର ନୌସେନା ଅଧିକାରୀ ଅଛନ୍ତି। ଏହି ଘଟଣାରେ ନିୟମିତ ଭାବେ ରିପୋର୍ଟ ନେଉଛନ୍ତି ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂ। ସେନାର ସର୍ବୋଚ୍ଚସ୍ତରର ଅଧିକାରୀଙ୍କ ହେଲିକପ୍ଟର ଦୁର୍ଘଟଣାକୁ ନେଇ ମଧ୍ୟ ଭାରତୀୟ ବାହୁ ସେନା ଚିନ୍ତିତ ଅଛି। ଏହା ପଛର କାରଣ ଖୋଜିବାରେ ଲାଗିଛି ବାୟୁ ସେନା।
ଇତିମଧ୍ୟରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଦେହାନ୍ତ ହୋଇଛି। ଡିସେମ୍ବର ୮ରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା ଓ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଗତ ଡିସେମ୍ବର ୮ ରେ ତାମିଲନାଡୁର କୁନୁରରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କୁ ଛାଡି ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।