ବଢ଼ିଲା ରାମଦେବଙ୍କ ଅଡ଼ୁଆ, ଆଇଏମଏ ମାଗିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଆୟୁର୍ବେଦିକ ଔଷଧ ‘କରୋନିଲ୍’ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରମାଣିତ ହୋଇନି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଉଥ-ଇଷ୍ଟ ଏସିଆ ଏକ ଟ୍ୱିଟ୍ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି WHO କୋଭିଡ୍ ପାଇଁ କୌଣସି ଟ୍ରାଡିସନାଲ (ଆୟୁର୍ବେଦିକ) ଔଷଧ ବାବଦରେ ସମୀକ୍ଷା କରେ ନାହିଁ କି ପ୍ରମାଣପତ୍ର ଦିଏ ନାହିଁ। ହେଲେ ଫେବୃଆରୀ ୧୯ରେ ଏହି ଔଷଧର ଉନ୍ମୋଚନ ବେଳେ ପତଞ୍ଜଳିର ପ୍ରମୋଟର ତଥା ଯୋଗଗୁରୁ ବାବ ରାମଦେବ କହିଥିଲେ ଏହି ଔଷଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର […]

patanjali

patanjali

Subhransu Sekhar
  • Published: Monday, 22 February 2021
  • Updated: 22 February 2021, 04:59 PM IST

Sports

Latest News

ନୂଆଦିଲ୍ଲୀ: ଆୟୁର୍ବେଦିକ ଔଷଧ ‘କରୋନିଲ୍’ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରମାଣିତ ହୋଇନି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଉଥ-ଇଷ୍ଟ ଏସିଆ ଏକ ଟ୍ୱିଟ୍ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି WHO କୋଭିଡ୍ ପାଇଁ କୌଣସି ଟ୍ରାଡିସନାଲ (ଆୟୁର୍ବେଦିକ) ଔଷଧ ବାବଦରେ ସମୀକ୍ଷା କରେ ନାହିଁ କି ପ୍ରମାଣପତ୍ର ଦିଏ ନାହିଁ। ହେଲେ ଫେବୃଆରୀ ୧୯ରେ ଏହି ଔଷଧର ଉନ୍ମୋଚନ ବେଳେ ପତଞ୍ଜଳିର ପ୍ରମୋଟର ତଥା ଯୋଗଗୁରୁ ବାବ ରାମଦେବ କହିଥିଲେ ଏହି ଔଷଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜିଏମପି ଓ ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ।

ଏବେ ଏହାକୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଧନଙ୍କର ସ୍ପଷ୍ଟୀକରଣ ମାଗିଛି। କାରଣ ଫେବୃଆରୀ ୧୯ରେ ରାମଦେବ ଏହି ଔଷଧ ବାବଦରେ ପ୍ରେସ କନଫରେନସ କରିବା ବେଳେ ତାଙ୍କ ପାଖରେ ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ, ନୀତୀନ ଗଡ଼କରୀ ଏବଂ ପତଞ୍ଜଳୀର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣ।

ଆଇଏମଏ ସୋମବାର ଏକ ବିବୃତ୍ତି ଜାରି କରି କହିଛି, ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ହେବା ସତ୍ତ୍ୱେ ଏଭଳି ଏକ ଔଷଧକୁ ଉନ୍ମୋଚନ କରିଛନ୍ତି, ଯାହାକି ‘ମିଛ’ ବୋଲି ଜଣାପଡ଼ିଛି। ସଂପୃକ୍ତ ସଂସ୍ଥା ଯେଉଁ ବୈଜ୍ଞାନିକ ପଦ୍ଧତି ଏବଂ ଗବେଷଣା କଥା କହୁଛି ତାର ପ୍ରମାଣପତ୍ର ଆଇଏମଏ ହର୍ଷବର୍ଦ୍ଧନଙ୍କୁ ଦେବାକୁ କହିଛି। ଏମିତିକି ଆଗାମୀ ଦିନରେ ଆଇଏମର ନ୍ୟାଶନାଲ ମେଡିକାଲ କମିଶନଙ୍କୁ ଚିଠି ଲେଖି ଏ ବାବଦରେ ଜଣାଇବ ବୋଲି କହିଛି। ପତଞ୍ଜଳି ଯେଉଁଭାବରେ ଔଷଧ ବାବଦରେ କହିଛି ତାହା ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆକୁ ଉଲ୍ଲଂଘନ କରୁଛି ବୋଲି ଆଇଏମଏ କହିଛି।

ଫେବୃଆରୀ ୧୯ରେ ରାମଦେବ ପ୍ରେସ କନଫରେନସ କରିବା ବେଳେ ମଧ୍ୟ ତାଙ୍କ ପଛରେ ଏକ ପୋଷ୍ଟର ରହିଛି ଯେଉଁଥିରେ ଲେଖା ହୋଇଛି କରୋନିଲ୍  ସିଓପିପି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁଡ୍ ମାନ୍ୟୁଫେକଚ୍ୟୁରିଂ ପ୍ରାକ୍ଟିସ୍ (ଜିଏମପି) ଦ୍ୱାରା ପ୍ରମାଣିତ। ଏହି ଦୁଇଟି ସାର୍ଟିଫିକେଟର ଅର୍ଥ ଔଷଧର ଗୁଣବତ୍ତାକୁ ଦର୍ଶାଉଛି।

ଶୁକ୍ରବାର ପତଞ୍ଜଳିର ପ୍ରମୋଟର ରାମଦେବ ଏଭଳି କହିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଉଥ-ଇଷ୍ଟ ଏସିଆ ଏକ ଟ୍ୱିଟ୍ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି WHO କୋଭିଡ୍ ପାଇଁ କୌଣସି ଟ୍ରାଡିସନାଲ (ଆୟୁର୍ବେଦିକ) ଔଷଧ ବାବଦରେ ସମୀକ୍ଷା କରେ ନାହିଁ କି ପ୍ରମାଣପତ୍ର ଦିଏ ନାହିଁ।

ଏହାପରେ ପତଞ୍ଜଳିର ପ୍ରମୁଖ ଅଧିକାରୀ ଆଚାର୍ଯ୍ୟ ବାଲକ୍ରିଷ୍ଣ ମଧ୍ୟ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି। WHO ଜିଏମପି ସିଓପିପି ସାର୍ଟିଫିକେଟ ପାଇଥିବା କରୋନିଲ୍ ଭାରତ ସରକାରଙ୍କ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମତି ପାଇଛି। WHO କୌଣସି ଔଷଧକୁ ଅନୁମତି ଦିଏ ନାହିଁ। ସିଓପିପି ଅର୍ଥ ହେଉଛି ସାର୍ଟିଫିକେଟ୍ ଅଫ୍ ଫାରମାସ୍ୟୁଟିକାଲ ପ୍ରଡକ୍ଟ। ସିଓପିପି କେନ୍ଦ୍ର ସରକାରଙ୍କ ଡ୍ସଗ୍ର କଣ୍ଟେରଲର ଅଧିନରେ ଥିବା ଏକ ସଂସ୍ଥା। ତେବେ କରୋନିଲକୁ ନେଇ ଯେଉଁ ବିବାଦ ବଢ଼ିଛି ସେ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos