ନୂଆଦିଲ୍ଲୀ: କର୍ତାର୍ପୁରସ୍ଥିତ ଗୁରଦ୍ୱାର ଦରବାର ସାହିବ ପ୍ରାଙ୍ଗଣରେ ଜଣେ ପାକିସ୍ତାନୀ ମଡେଲେ ବିବାଦୀୟ ଫଟୋ ଶୁଟକୁ ନେଇ ପାକିସ୍ତାନ ଦୂତାବାସକୁ ସମନ କରାଯାଇଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ବିବୃତ୍ତିରେ କହିଛନ୍ତି ଯେ, ପାକିସ୍ତାନର ଦୂତାବାସକୁ ଏ ବାବଦରେ ସମନ କରାଯାଇ ଘଟଣାକୁ ଗୁରତର ସହ ବିଚାର କରିବାକୁ କୁହାଯାଇଛି। ଏହି ବିବାଦୀୟ ଫଟୋ ଶୁଟ୍ ଭାରତର ଶିଖ ସମ୍ପ୍ରଦାୟର ଭାବନାକୁ ଗଭୀର ଆଘାତ ଦେଇଛି ବୋଲି କୁହାଯାଇଛି। ଅନ୍ୟପଟେ ଗୁରଦ୍ୱାର ଦରବାର ସାହିବ ପ୍ରାଙ୍ଗଣରେ ‘ଖୋଲା ମୁଣ୍ଡ’ରେ ଫଟୋ ଉଠାଇ ତୀବ୍ର ସମାଲୋଚନାର ଶିକାର ହେବା ପରେ ପାକିସ୍ତାନୀ ମଡେଲ୍ ସୌଲେହା କ୍ଷମାପ୍ରାର୍ଥନା କରିଛନ୍ତି।
ସେ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ଏବେ ମୁଁ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ୍କରିଥିବା ଫଟୋଟି କୌଣସି ଫଟୋସୁଟ୍ କିମ୍ବା ସେଭଳି କିଛି ଘଟଣାର ଅଂଶବିଶେଷ ନୁହେଁ। ଇତିହାସ ଏବଂ ଶିଖ୍ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ମୁଁ ଏମିତି ଟିକେ କର୍ତାର୍ପୁର ଯାଇଥିଲି। କାହାରି ଭାବାବେଗକୁ ଆଘାତ ଦେବା କିଂବା ସେଭଳି କିଛି କଥା ପାଇଁ ଫଟୋ ଉଠାଯାଇ ନ ଥିଲା। ଯଦି ମୁଁ କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ ଦୁଃଖିତ। ଅନେକ ଲୋକ ସେଠାରେ ଫଟୋ ଉଠାଉଥିବା ମୁଁ ଦେଖିଲି ।
ଆଉ ମୁଁ ମଧ୍ୟ ସେଠାରେ ଅନେକ ଶିଖ୍ଙ୍କର ଫଟୋ ଉଠାଇଛି। ଆଗରୁ ଜାଣିଥିଲେ ଫଟୋ ଉଠାଇ ନ ଥାନ୍ତି। ମୁଁ ଶିଖ୍ ସଂସ୍କୃତି ଓ ଧର୍ମକୁ ଖୁବ୍ ଶ୍ରଦ୍ଧା କରେ। ସମସ୍ତ ଶିଖ୍ ସମ୍ପ୍ରଦାୟଙ୍କ ନିକଟରେ ମୁଁ ଦୁଃଖିତ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ଖୋଲା ମୁଣ୍ଡରେ ଗୁରଦ୍ବାର ପରିସରରେ ସମ୍ପୃକ୍ତ ପାକିସ୍ତାନୀ ମଡେଲ୍ ଉଠାଇ ଭାଇରାଲ୍ ହୋଇଥିଲା। ‘ମନ୍ନତ୍ କୋଦିଙ୍ଗ୍’ ନାମକ ଏକ କପଡ଼ା କମ୍ପାନି ଉକ୍ତ ଫଟୋ ସବୁ ପୋଷ୍ଟ୍କରିଥିଲା। ସେ କମ୍ପାନି ପାଇଁ ହିଁ ମଡେଲ୍ ସେ ଫଟୋ ସବୁ ଉଠାଇଥିଲେ ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।