ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରି ଅଧିକ ଡିମାଣ୍ଡ କଲା ଇଣ୍ଡିଗୋ !

ହାଇଦ୍ରାବାଦ: ରାଜମୁଣ୍ଡ୍ରୀରୁ ତିରୁପତିକୁ ଯାତ୍ରା କରିବାକୁ ଥିବା  ଏକ ଇଣ୍ଡିଗୋ ଫ୍ଲାଇଟ୍‌ ହଠାତ୍ ଗତିପଥ ପରିବର୍ତ୍ତନ କରି ବେଙ୍ଗାଲୁରୁରେ ଅବତରଣ କରିଥିଲା। ମଙ୍ଗଳାର  ବୈଷୟିକ ସମସ୍ୟା ଯୋଗୁ ବିମାନଟି ଗତିପଥ ପରିବର୍ତ୍ତନ କରିଥିବା କୁହାଯାଉଛି। ତେବେ ଏ ବିଷୟରେ ଯାତ୍ରୀମାନଙ୍କୁ ଅବଗତ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବିମାନରେ ଥିବା ୱାଇଏସଆରସିପି ଏମଏଲଏ ରୋଜା ସେଲଭାମାନି ଏନେଇ ପ୍ରଶ୍ନ ଉଠାଇଛନ୍ତି। ଯାତ୍ରୀମାନଙ୍କୁ ନଜଣାଇ ବିମାନଟି ଗନ୍ତବ୍ୟସ୍ଥଳ ବଦଳେଇ ଥିବା ସେ ଅଭିଯୋଗ କରିଛନ୍ତି । ବିମାନଟି […]

kio

kio

Tapas Behera
  • Published: Wednesday, 15 December 2021
  • Updated: 15 December 2021, 03:57 PM IST

Sports

Latest News

ହାଇଦ୍ରାବାଦ: ରାଜମୁଣ୍ଡ୍ରୀରୁ ତିରୁପତିକୁ ଯାତ୍ରା କରିବାକୁ ଥିବା  ଏକ ଇଣ୍ଡିଗୋ ଫ୍ଲାଇଟ୍‌ ହଠାତ୍ ଗତିପଥ ପରିବର୍ତ୍ତନ କରି ବେଙ୍ଗାଲୁରୁରେ ଅବତରଣ କରିଥିଲା। ମଙ୍ଗଳାର  ବୈଷୟିକ ସମସ୍ୟା ଯୋଗୁ ବିମାନଟି ଗତିପଥ ପରିବର୍ତ୍ତନ କରିଥିବା କୁହାଯାଉଛି। ତେବେ ଏ ବିଷୟରେ ଯାତ୍ରୀମାନଙ୍କୁ ଅବଗତ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବିମାନରେ ଥିବା ୱାଇଏସଆରସିପି ଏମଏଲଏ ରୋଜା ସେଲଭାମାନି ଏନେଇ ପ୍ରଶ୍ନ ଉଠାଇଛନ୍ତି। ଯାତ୍ରୀମାନଙ୍କୁ ନଜଣାଇ ବିମାନଟି ଗନ୍ତବ୍ୟସ୍ଥଳ ବଦଳେଇ ଥିବା ସେ ଅଭିଯୋଗ କରିଛନ୍ତି । ବିମାନଟି ବିଳମ୍ବିତ ହେବା ଏବଂ ଡେଷ୍ଟିନେଶନ ବଦଳେଇବା ବାବଦରେ ତଥ୍ୟ ପ୍ରଦାନ କରାଯାଇ ନଥିଲା। ଫଳରେ ଯାତ୍ରୀମାନେ ହଇରାଣ ହୋଇଥିଲେ।

ଏପରିକି ବିମାନଟି ଡେଷ୍ଟିନେଶନ ବଦଳେଇଥିବାରୁ ଯାତ୍ରୀମାନଙ୍କୁ ଅଧିକ ଚାର୍ଜ ମଧ୍ୟ କରିଥିଲା। ଏ ସମ୍ପର୍କରେ ସେ ଇଣ୍ଡିଗୋ ବିମାନ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବେ ବୋଲି କହିଛନ୍ତି । ସେଥିରେ ବିନା ତଥ୍ୟ ପ୍ରଦାନରେ ଗନ୍ତବ୍ୟସ୍ଥଳ ବଦଳେଇବା ଏବଂ ଅହେତୁକ ବିଳମ୍ବ କଥା ମଧ୍ୟ ସେ ଉଠାଇଛନ୍ତି। ଏନେଇ  ତିରୁପତି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା।

ସେ କହିଥିଲେ ଯେ, ବିମାନର ଗତି ପଥ ପରିବର୍ତ୍ତନ ଏବଂ ବିଳମ୍ବକୁ ନେଇ ଇଣ୍ଡିଗୋ ପକ୍ଷରୁ  ଉତ୍ତର ଦିଆଯିବା ଉଚିତ। ଇଣ୍ଡିଗୋ ପକ୍ଷରୁ ଏନେଇ ଏକ ପ୍ରେସ୍‌ ରିଲିଜ ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ, ରାଜମୁଣ୍ଡ୍ରୀରୁ ତିରୁପତି ଅଭିମୁଖେ ବୋଡ଼ିଂ କରିବାରକୁ ଥିବା 6E 7265 ବିମାନଟି ବାଟରେ ବୈଷୟକି କାରଣକୁ ନେଇ ତ୍ରୁଟି ଉପୁଜିଥିଲା।

ତେଣୁ ତାକୁ ବାଙ୍ଗାଲୋରକୁ ପଠାଯାଇଥିଲା। ଯାତ୍ରୀମାନଙ୍କୁ ବିମାନରେ ଏନେଇ ସଚେତନ କରାଯାଇ ଥିଲା। ପରେ ମେଣ୍ଟେନେନ୍ସ ଚେକିଂ ପରେ ବିମାନଟିକୁ ପୁଣି ଛଡ଼ା ଯାଇଥିଲା। କିଛି ଯାତ୍ରୀଙ୍କ ଅନୁରୋଧ କ୍ରମେ ଆଉ ଏକ ବିମାନରେ ସେମାନଙ୍କ ବ୍ୟବସ୍ଥା କରାଯାଇଥିଲା।  ଯାତ୍ରୀଙ୍କ ଠାରୁ କୌଣସି ଅଧିକ ଚାର୍ଜ ନିଆଯାଇ ନାହିଁ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos