'ଯୀଶୁ ହିଁ ପ୍ରକୃତ ଈଶ୍ୱର…' ବିବାଦରେ ରାହୁଲ-ପାଦ୍ରୀଙ୍କ ଭେଟଘାଟ୍‌

ନୂଆଦିଲ୍ଲୀ: ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିଛି କଂଗ୍ରେସ। ୧୫୦ ଦିନର ଏହି ଯାତ୍ରାରେ ବ୍ୟସ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହି କ୍ରମରେ ସେ ଶୁକ୍ରବାର ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ବିବାଦୀୟ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ ଭେଟିଥିଲେ। ରାହୁଲ ଏବଂ ପାଦ୍ରୀଙ୍କ ଭେଟଘାଟ ବେଳର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ବିବାଦ ଉପୁଜିଛି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ […]

Priest tells Rahul Gandhi

Priest tells Rahul Gandhi

Madhupriya Mistry
  • Published: Saturday, 10 September 2022
  • Updated: 10 September 2022, 02:23 PM IST

Sports

Latest News

ନୂଆଦିଲ୍ଲୀ: 'ଭାରତ ଯୋଡୋ' ଯାତ୍ରା ଆରମ୍ଭ କରିଛି କଂଗ୍ରେସ। ୧୫୦ ଦିନର ଏହି ଯାତ୍ରାରେ ବ୍ୟସ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହି କ୍ରମରେ ସେ ଶୁକ୍ରବାର ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ବିବାଦୀୟ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ ଭେଟିଥିଲେ। ରାହୁଲ ଏବଂ ପାଦ୍ରୀଙ୍କ ଭେଟଘାଟ ବେଳର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ବିବାଦ ଉପୁଜିଛି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ପୁଣିଥରେ ଆରମ୍ଭ ହୋଇଯାଇଛି ତୁ ତୁ ମେଁ ମେଁ।

ପ୍ରକୃତରେ ଶୁକ୍ରବାର ଦିନ ମୁଟିଡିଚାନ୍ ପାରାଇ ଚର୍ଚ୍ଚରେ ରାହୁଲ ଗାନ୍ଧି ଓ ପାଦ୍ରୀଙ୍କ ଦେଖାସାକ୍ଷାତ ହୋଇଥିଲା। ଏଠାରେ ଦୁହିଁଙ୍କ ମଧ୍ୟରେ ଦୀର୍ଘ ସମୟରେ ଧରି କଥାବାର୍ତ୍ତା ଚାଲିଥିଲା। ଏହି କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧି ପଚାରିଥିଲେ, 'ଯୀଶୁ ଖ୍ରୀଷ୍ଟ ଭଗବାନଙ୍କର ଏକ ରୂପ? ଏହା ସତ କି?' ଏହି ପ୍ରଶ୍ନର ଉତ୍ତର ପାଦ୍ରୀ କହିଥିଲେ, ' ନା, ସେ ହିଁ ପ୍ରକୃତ ଈଶ୍ୱର' ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋର୍‌ସୋର୍‌ରେ ଭାଇରାଲ ହେଉଛି।  

ଏହି ଭିଡିଓ ଶେଆର କରି ବିଜେପିମୁଖପାତ୍ର ଶେହ୍‌ଜାଦ୍‌ ପୁନାୱାଲା କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କଂଗ୍ରେସର 'ଭାରତ ଯୋଡୋ' ଯାତ୍ରାକୁ 'ଭାରତ ତୋଡ' ଯାତ୍ରା ବୋଲି କହି ଟାର୍ଗେଟ୍‌ କରିଛନ୍ତି। ସେ ଟ୍ୱଇଟ୍‌ କହିଛନ୍ତି, ' ଜର୍ଜ ପୋନ୍ନାୟା ରାହୁଲଙ୍କୁ ଭେଟିଥିଲେ। ଯୀଶୁ ହିଁ ଏକମାତ୍ର ଈଶ୍ୱର ବୋଲି ସେ କହିଥିଲେ। ହିନ୍ଦୁ ଧର୍ମ ବିରୋଧରେ ଏଭଳି ଘୃଣ୍ୟ ମନ୍ତବ୍ୟ ଦେଇଥିବାରୁ ଏହି ବ୍ୟକ୍ତିଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। 'ଭାରତ ତୋଡ୍‌' ଆଇକନ୍ ସହିତ 'ଭାରତ ଯୋଡୋ' ଯାତ୍ରା ଚାଲିଛି କି?'

https://twitter.com/Shehzad_Ind/status/1568460949253926912?s=20&t=0lY2bazAEVLP309Zf45shg

ସେପଟେ ବିଜେପିକୁ ପାଲଟା ଜବାବ ଦେଇ କଂଗ୍ରେସ କହିଛି, ଉକ୍ତ ଭିଡିଓର ଅଡିଓକୁ ବଦଳାଇ ଦିଆଯାଇଛି। ରାହୁଲ୍‌ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ‌ଯୋଡ଼ୋ ଯାତ୍ରାର ସଫଳତାକୁ ଭୟ କରି ଗେରୁଆ ଦଳ ବିଦ୍ୱେଷ କାରଖାନା’ ଓ ‘ଅପକର୍ମରେ ମାତିଛି ବୋଲି କଂଗ୍ରେସ କହିଛି।

ପୂର୍ବରୁ ପୋନ୍ନାୟାଙ୍କ ଉତ୍ତେଜନାମୂଳକ ବିବୃତ୍ତି ଦେବା ଇତିହାସ ଅଛି ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଡିଏମକେ ମନ୍ତ୍ରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କୁ ମଦୁରାଇର କାଲିକୁଡି ଠାରେ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story