ଜୟ ଶ୍ରୀରାମ ନ କହିବାରୁ କଶ୍ମୀର ଯୁବକଙ୍କୁ ନିର୍ଘାତ ମାଡ଼

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କେତେକ ଯୁବକ ଜଣେ କଶ୍ମୀର ଯୁବକଙ୍କୁ ଅକାରଣେ ନିର୍ମମଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କୁ ‘ଜୟ ଶ୍ରୀ ରାମ’ ନାରା ଦେବା ପାଇଁ ବାଧ୍ୟ କରାଯିବା ସହ ପାକିସ୍ତାନ ମୁର୍ଦାବାଦର ସ୍ଲୋଗାନ ଦେବା ପାଇଁ ବାଧ୍ୟ କରାଯାଇଥିଲା। ହେଲେ ସେଥିରେ କଶ୍ମୀର ଯୁବକ ଜଣକ ରାଜି ନହେବାରୁ ତାଙ୍କୁ ନିର୍ଘାତ ମାଡ଼ ମରାଯାଇଛି। କଶ୍ମୀର ଯୁବକ ଜଣକ ଏଠାରେ ପଶମ ବସ୍ତ୍ର […]

attack

attack

Tapas Behera
  • Published: Sunday, 28 November 2021
  • Updated: 28 November 2021, 08:40 PM IST

Sports

Latest News

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କେତେକ ଯୁବକ ଜଣେ କଶ୍ମୀର ଯୁବକଙ୍କୁ ଅକାରଣେ ନିର୍ମମଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କୁ ‘ଜୟ ଶ୍ରୀ ରାମ’ ନାରା ଦେବା ପାଇଁ ବାଧ୍ୟ କରାଯିବା ସହ ପାକିସ୍ତାନ ମୁର୍ଦାବାଦର ସ୍ଲୋଗାନ ଦେବା ପାଇଁ ବାଧ୍ୟ କରାଯାଇଥିଲା। ହେଲେ ସେଥିରେ କଶ୍ମୀର ଯୁବକ ଜଣକ ରାଜି ନହେବାରୁ ତାଙ୍କୁ ନିର୍ଘାତ ମାଡ଼ ମରାଯାଇଛି। କଶ୍ମୀର ଯୁବକ ଜଣକ ଏଠାରେ ପଶମ ବସ୍ତ୍ର  ବିକ୍ରୟ କରି ଚଳନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାଞ୍ଚି ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଞ୍ଚି ଏସଏସପି ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଶନିବାର ସମ୍ପୃକ୍ତ କଶ୍ମୀର ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ କିଛି ଯୁବକ ମାଡ ମାରିବା ସହ ଜବରଦସ୍ତ ଜୟ ଶ୍ରୀ ରାମ ନାରା ଦେବା ପାଇଁ ବାଧ୍ୟ କରିଥିଲେ। ଏନେଇ ପୁଲିସ ଗତକାଲି  ରାତିରେ ତିନିଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା। ଏସପି କହିଛନ୍ତି ଯେ, ଏହି ମାମଲାରେ ଯିଏ ଦୋଷୀ ତାଙ୍କୁ ଛଡ଼ାଯିବ ନାହିଁ।

ଏହି ଘଟଣାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୀଡିତ ଯୁବକଙ୍କ ଭିଡିଓ ଟ୍ୱିଟ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିଏସପି ପ୍ରଭାତ ରଂଜନ କହିଛନ୍ତି ଯେ ସମସ୍ତ କାଶ୍ମୀର ଯୁବକଙ୍କ ତାଲିକା ପୋଲିସ ଷ୍ଟେସନରେ ରହିବ। ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ମଧ୍ୟ ନିଆଯିବ। ସେ କହିଛନ୍ତି ଯେ, ସହରରେ କିଛି ଅସାମାଜିକ ତତ୍ୱ ଅଛନ୍ତି।  ଯେଉଁମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଚ୍ୟାଲେଞ୍ଜ କରୁଛନ୍ତି। ପୁଲିସ ଏବଂ ପ୍ରଶାସନର ଏହିପରି ଅସାମାଜିକ ଗୋଷ୍ଟୀଙ୍କୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story