ଟୁଲକିଟ୍‌ ମାମଲାରେ ଗିରଫ ଦିଶା ରବିଙ୍କୁ ମିଳିଲାନି ଜାମିନ, ୨୩ରେ ରାୟ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍‌ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଆଜି ଜାମିନ ମିଳିନାହିଁ। ପଟିଆଲା ହାଉସ କୋର୍ଟ ଦିଲ୍ଲୀ ପୁଲିସ୍‌ ଓ ଦିଶାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ ମାମଲା ରାୟ ୨୩ ତାରିଖରେ ପ୍ରକାଶ କରିବେ ବୋଲି କହିଛନ୍ତି। ଦିଲ୍ଲୀ ପୁଲିସ୍ ଆଜି କୋର୍ଟରେ କହିଛି ଯେ ଟୁଲକିଟ୍‌ରେ ମିଛ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଥିଲା। ଟୁଲକିଟ୍‌ରେ […]

disha-ravi

Hemant Lenka
  • Published: Saturday, 20 February 2021
  • , Updated: 20 February 2021, 05:57 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍‌ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଆଜି ଜାମିନ ମିଳିନାହିଁ। ପଟିଆଲା ହାଉସ କୋର୍ଟ ଦିଲ୍ଲୀ ପୁଲିସ୍‌ ଓ ଦିଶାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ ମାମଲା ରାୟ ୨୩ ତାରିଖରେ ପ୍ରକାଶ କରିବେ ବୋଲି କହିଛନ୍ତି।

ଦିଲ୍ଲୀ ପୁଲିସ୍ ଆଜି କୋର୍ଟରେ କହିଛି ଯେ ଟୁଲକିଟ୍‌ରେ ମିଛ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଥିଲା। ଟୁଲକିଟ୍‌ରେ ଲୋକଙ୍କୁ ସରକାରୀ ବିରୋଧୀ ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି। ଭାରତ ସରକାରଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରାଯାଉଥିଲା।

ଏହି ମାମଲାରେ ଆମକୁ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ମିଳିଛି, ଯାହାକୁ ଆମେ ବନ୍ଦ ଲଫାପାରେ କୋର୍ଟଙ୍କୁ ଦେବାକୁ ଚାହୁଁଛୁ। ଦିଶା ରବିଙ୍କ ବିରୋଧରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ରହିଛି। ତାଙ୍କ ସହଯୋଗୀ ଶାନ୍ତନୁ ଦିଲ୍ଲୀ ଆସିଥିଲେ ଓ ୨୦ରୁ ୨୭ ତାରିଖ ଯାଏ ରହିଥିଲେ।

ଯୋଜନା ଅନୁସାରେ ଦିଲ୍ଲୀରେ ସବୁ କିଛି ହେଉଛି କି ନାହିଁ, ତା’ର ଯାଞ୍ଚ କରିବାକୁ ଶାନ୍ତନୁ ଆସିଥିଲେ। ଜାନୁଆରୀ ୨୬ରେ ଷଡ଼ଯନ୍ତ୍ରକାରୀ ସଫଳ ହୋଇନାହାନ୍ତି। ଯଦି ସେମାନେ ଯୋଜନା ଅନୁସାରେ କାମ କରିଥାଆନ୍ତେ, ତା’ହେଲେ ସ୍ଥିତି ଆହୁରି ଭୟଙ୍କର ହୋଇଥାଆନ୍ତି ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ ଦେଇଥିବା ଦସ୍ତାବିଜ୍‌ରେ ବିଚାରପତି ଆଦୌ ସହମତି ହୋଇ ନଥିଲେ। ବିଚାରପତି ପୁଲିସକୁ ପଚାରିଥିଲେ ଯେ ଟୁଲକିଟ ଓ ଜାନୁଆରୀ ୨୬ ହିଂସାକାଣ୍ଡ ମଧ୍ୟରେ କ’ଣ ଲିଙ୍କ ରହିଛି? ଏହି ଦୁଇ ଘଟଣାର ପରସ୍ପର ସହ ଲିଙ୍କ ରହିଥିବା କିଛି ପ୍ରମାଣ ମିଳିଛି କି?

ହିଂସାକୁ ଉସକାଇବା ଭଳି କୌଣସି ତଥ୍ୟ ଟୁଲକିଟ୍‌ରେ ନାହିଁ। ବିଚାରପତି ପୁଲିସକୁ ପ୍ରଶ୍ନ କରିଥିଲେ ଯେ ଏ ସମ୍ପର୍କରେ କୌଣସି ସିଧା ଲିଙ୍କ ଅଛି ନା କେବଳ ଅନୁମାନ ଲଗା ଯାଉଛି? ଏହାର ଜବାବରେ ଦିଲ୍ଲୀ ପୁଲିସ୍‌ କହିଥିଲା ଯେ ଆମେ ଟୁଲକିଟ୍‌ରେ ତଥ୍ୟ ଓ ଏହା ପଛର ଉଦ୍ଦେଶ୍ୟକୁ ଭଲ ଭାବେ ବୁଝିବା ଦରକାର। ଏହା ଆଦୌ ସହଜ ମାମଲା ନୁହେଁ।

ଟୁଲକିଟ୍‌ରେ ହ୍ୟାଶଟ୍ୟାଗ ଓ ଲିଙ୍କକୁ ମିଶାଇ ପଢ଼ିବାକୁ କୁହାଯାଇଛି। ଏହା କୌଣସି ସାଧାରଣ ସନ୍ଦେଶ ନୁହେଁ। ଲିଙ୍କ ଗୁଡ଼ିକ ଲୋକଙ୍କୁ ଉସକାଇବା ପାଇଁ ହୋଇଛି। ସେମାନଙ୍କୁ ଦିଲ୍ଲୀରେ ମାର୍ଚ୍ଚ କରିବାକୁ କୁହାଯାଇଛି। ଲୋକଙ୍କୁ ନରସଂହାର କରାଯାଉଥିବା ମଧ୍ୟ କୁହାଯାଇଛି।

ଏହାପରେ ବିଚାରପତି କହିଥିଲେ ଯେ ମୁଁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ କଥା ଓ ପ୍ରମାଣରେ ମୋର ଅନ୍ତର ଆତ୍ମାକୁ ସନ୍ତୁଷ୍ଟ କରାଇପାରିବି ନାହିଁ, ସେ ପର୍ଯ୍ୟନ୍ତ ଆଗକୁ ବଢ଼ି ପାରିବି ନାହିଁ। ଆଜି କୋର୍ଟରେ ଦିଶା ରବି କହିଥିଲେ, “ମୁଁ ୨୨ ବର୍ଷ ଝିଅ। କର୍ଣ୍ଣାଟକା ମୋ ଘର। ଖଲିସ୍ତାନୀଙ୍କ ସହୁ ମୋର କୌଣସି ଲିଙ୍କ ନାହିଁ। ଶିଖ ଫର ଜଷ୍ଟିସ ଓ ମୋ ଭିତରେ କୌଣସି ପ୍ରକାରର ଚ୍ୟାଟ୍‌ କେବେ ହେଲେ ହୋଇନାହିଁ। ଦିଲ୍ଲୀ ପୁଲିସ୍‌ ମିଛ ତଥ୍ୟ ଉପସ୍ଥାପନ କରୁଛି। ଜାନୁଆରୀ ୧୧ରେ ଜୁମ୍‌ କଲ ହୋଇଥିଲା। ଏଥିରେ ମୁଁ ଭାଗ ନେଇଥିବା ପୁଲିସ କହୁଛି। ହେଲେ ଏଥିରେ ହିଂସା ବିଷୟରେ କିଛି ଆଲୋଚନା ହୋଇଥିଲା କି? ଏ ବିଷୟରେ ପୁଲିସ୍‌ କାହିଁକି କିଛି କହୁନାହିଁ।”

Related story