ଶିବସେନା ବନାମ କଙ୍ଗନା, ଫାଇଦାରେ ବିଜେପି!

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣଓ୍ୱତଙ୍କ ମନ୍ତବ୍ୟ ମହାରାଷ୍ଟ୍ର ସରକାର ଏବଂ ପୁଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାରି ଭିତରେ ମୁଖ୍ୟତଃ କଙ୍ଗନା ଏବଂ ଶିବସେନା ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। କଙ୍ଗନାଙ୍କୁ ଓ୍ୱାଇ ଶ୍ରେଣୀର ସୁରକ୍ଷା କେନ୍ଦ୍ର ଯୋଗାଇ ଦେବା ପରେ ଏହି ବିବାଦ ରାଜନୀତିକ ରୂପ ନେଇଛି। ଶିବସେନା ଲଗାତର ଭାବରେ କଙ୍ଗନାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ବେଳେ ତାଙ୍କୁ ଅସାଧୁ, ଦେଶଦ୍ରୋହୀ […]

sanjay rau kangana

sanjay rau kangana

Subhransu Sekhar
  • Published: Wednesday, 09 September 2020
  • Updated: 09 September 2020, 02:25 PM IST

Sports

Latest News

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣଓ୍ୱତଙ୍କ ମନ୍ତବ୍ୟ ମହାରାଷ୍ଟ୍ର ସରକାର ଏବଂ ପୁଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାରି ଭିତରେ ମୁଖ୍ୟତଃ କଙ୍ଗନା ଏବଂ ଶିବସେନା ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। କଙ୍ଗନାଙ୍କୁ ଓ୍ୱାଇ ଶ୍ରେଣୀର ସୁରକ୍ଷା କେନ୍ଦ୍ର ଯୋଗାଇ ଦେବା ପରେ ଏହି ବିବାଦ ରାଜନୀତିକ ରୂପ ନେଇଛି।

ଶିବସେନା ଲଗାତର ଭାବରେ କଙ୍ଗନାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ବେଳେ ତାଙ୍କୁ ଅସାଧୁ, ଦେଶଦ୍ରୋହୀ ଏବଂ ହ..ମ ଖୋର ବୋଲି କହିଛି। ଯାହା ଶିବସେନା ନେତା କହିଛନ୍ତି ଭୁଲ୍ ନୁହେଁ ବୋଲି ମଧ୍ୟ ସାମ୍ନା ଖବରକାଗଜର ସମ୍ପାଦକୀୟରେ ସଫେଇ ଦେଇଛି ଶିବସେନା। ଏଥିସହ କଙ୍ଗନାଙ୍କୁ ଓ୍ୱାଇ ଶ୍ରେଣୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା।

ଏହାରି ଭିତରେ କିନ୍ତୁ ବିଜେପି ଫାଇଦାରେ ରହୁଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। କଙ୍ଗନା ପୁଲିସ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ହେଲେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ଏହାକୁ ନାପସନ୍ଦ କରୁଛି।

ଅନ୍ୟପଟେ ଯେଉଁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏତେ ବିବାଦ ତାଙ୍କ ଘର ବିହାରରେ। ଏବେ ସେଠାରେ ବିଧାନସଭା ନିର୍ବାଚନ ହେବ। ସେଠାରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ଏକ ପ୍ରସଙ୍ଗ ପାଲଟିଛି। ବିହାର ପୁଲିସ ମହାରାଷ୍ଟ୍ର ଯାଇଥିବା ବେଳେ ମେଣ୍ଟ ସରକାର ବିହାର ପୁଲିସକୁ ତଦନ୍ତରେ ସହଯୋଗ କରିନଥିଲେ। ଯାହାକୁ ବିହାରବାସୀ ନାପସନ୍ଦ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏ ନେଇ ମହାରାଷ୍ଟ୍ର ସରକାରକୁ ସମାଲୋଚନା କରିଥିଲେ। ଏଵେ ବିହାରରେ ବିଜେପି ସୁଶାନ୍ତଙ୍କୁ ନ୍ୟାୟ ପାଇଁ ପ୍ରସଙ୍ଗ କରିଛି।

ବିହାରର ବିରୋଧୀ ଆସନରେ ରହିଛି କଂଗ୍ରେସ। ଲାଲୁ ଯାଦବଙ୍କ ଦଳ ଏଲଜେପି ସହିତ କଂଗ୍ରେସର ମେଣ୍ଟରେ ଅଛି। ତେଣେ ନିର୍ବାଚନକୁ ଆଖି ଆଗରେ ରଖି ନେତା ମାନେ ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଅପିଲ୍ କରୁଥବା ଦେଖିବାକୁ ମିଳିଛି।

କହିରଖୁଛୁ ବିଜେପି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା ​​କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଶିବସେନା ଜିଦ୍ ଧରିଥିଲେ। ପରେ ଶିବସେନା କଂଗ୍ରେସ, ଏନସିପି ଏବଂ ଉଦ୍ଧବ ଠାକରେଙ୍କ ସହ ସରକାର ଗଠନ ପାଇଁ ପକ୍ଷ ପରିବର୍ତ୍ତନ କରିଥିଲେ। ଶିବସେନାର ନିଷ୍ପତ୍ତି ଉପରେ ବିଜେପି ଏବେ ବି ଅସନ୍ତୋଷ ଜାରି ରଖିଛି। ଏଭଳି ପରିସ୍ଥିତିରେ କଙ୍ଗନାଙ୍କ ବିବୃତ୍ତିରୁ ବିଜେପି ରାଜନୀତକ ଫାଇଦା ନେବାକୁ ଚେଷ୍ଟା କରୁଛି।

ବିଜେପି ନେତା ରାମ କଦମ ଶିବସେନା ନେତା ସଞ୍ଜୟ ରାଉତଙ୍କୁ କଙ୍ଗନାଙ୍କୁ ଧମକ ଦେଇଥିବା ଅଭିଯୋଗ କରି କହିଛନ୍ତି ଯେ ମୁମ୍ବାଇ ପୁଲିସ ଉପରେ ରାଜ୍ୟ ସରକାର ଚାପ ପକାଉଛନ୍ତି। ବଲିଉଡ ଡ୍ରଗ୍ ମାଫିଆକୁ ବଞ୍ଚାଇଥିବା ନେଇ ସେ ଉଦ୍ଧବ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ବିଜେପି ନେତା କହିଛନ୍ତି ଯେ ମହାରାଷ୍ଟ୍ର ବିକାଶ ଆଗାଡି ନିଜର ଲାଭ ପାଇଁ ମୁମ୍ବାଇ ପୁଲିସ ଉପରେ ଚାପ ପକାଉଛନ୍ତି। ଯେମିତିକି ସୁଶାନ୍ତ ସିଂ ରାଜପୁତ ନ୍ୟାୟ ପାଇବେ ନାହିଁ ଏବଂ ବଲିଉଡ ଡ୍ରଗ୍ ମାଫିଆ ଏବଂ ନେତାମାନେ ରକ୍ଷା ପାଇପାରିବେ। ସେ କହିଛନ୍ତି ଯେ କଙ୍ଗନା ରଣଓ୍ୱାତ ହେଉଛନ୍ତି ଝାନସୀ ରାଣୀ, ଯିଏ ଏହି ମାମଲାରେ ମୁହଁ ଖୋଲିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos