ବୁଥ୍ ଆଗରେ ବୋମା ମାଡ଼: ପୁଣି ଥରେ ମତଦାନ ପାଇଁ ବିରୋଧୀଙ୍କ ଦାବି

କୋଲକାତା: ବିଧାନସଭା ନିର୍ବାଚନ ଓ ଭବାନୀପୁର ଉପନିର୍ବାଚନ ପରେ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନକୁ ଭେଟିଛି କୋଲକାତା।  ରବିବାର କୋଲକାତାରେ ଅନୁଷ୍ଟିତ ହୋଇଛି ପୌର ନିର୍ବାଚନ। ମତଦାନ ସମୟରେ ହିଂସାକାଣ୍ଡ ଓ ବୋମାମାଡ଼ ଭଳି  ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ପୁଣି ଥରେ ମତଦାନ ପାଇଁ ବିରୋଧୀ ଦାବି କରିଚନ୍ତି।  କୋଲକାତାରେ ଏକ ମତଦାନ କେନ୍ଦ୍ର ବାହାରେ ବୋମା ମାଡ଼ ହୋଇଥିବାରୁ ଭୋଟଦାନ ପ୍ରକ୍ରିୟା ବ୍ୟାହତ ହୋଇଛି। ଏନେଇ ଶାସକ ଦଳକୁ […]

pachhyat-election

pachhyat-election

Tapas Behera
  • Published: Sunday, 19 December 2021
  • Updated: 19 December 2021, 07:01 PM IST

କୋଲକାତା: ବିଧାନସଭା ନିର୍ବାଚନ ଓ ଭବାନୀପୁର ଉପନିର୍ବାଚନ ପରେ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନକୁ ଭେଟିଛି କୋଲକାତା।  ରବିବାର କୋଲକାତାରେ ଅନୁଷ୍ଟିତ ହୋଇଛି ପୌର ନିର୍ବାଚନ। ମତଦାନ ସମୟରେ ହିଂସାକାଣ୍ଡ ଓ ବୋମାମାଡ଼ ଭଳି  ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ପୁଣି ଥରେ ମତଦାନ ପାଇଁ ବିରୋଧୀ ଦାବି କରିଚନ୍ତି।  କୋଲକାତାରେ ଏକ ମତଦାନ କେନ୍ଦ୍ର ବାହାରେ ବୋମା ମାଡ଼ ହୋଇଥିବାରୁ ଭୋଟଦାନ ପ୍ରକ୍ରିୟା ବ୍ୟାହତ ହୋଇଛି। ଏନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି।

ଦଳ କହିଛି ଯେ, ଟିଏମସି ସମର୍ଥିତ ଲୋକମାନେ  ସେମାନଙ୍କର ପୂର୍ବତନ ଡେପୁଟି ମେୟର ମୀନା ଦେବୀ ପୁରୋହିତଙ୍କୁ ଆକ୍ରମଣ କରିଥିଲେ। ଏହି ହିଂସା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ କରିବାରକୁ ବିଜେପି ନିଷ୍ପତ୍ତି ନେଇଛି। ଏଥିସହ ପୁଣି ଥରେ ମତଦଦାନ କରିବାକୁ ବିଜେପି ଦାବି କରିଛି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଘଟଣା ସମ୍ପର୍କରେ ମୁଁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିବି। ଆଗାମୀ ଦିନରେ ଟିଏମସି  କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରାଯିବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ରବିବାର  କୋଲକାତାର ଏକ ମତଦାନ ବୁଥ ସମ୍ମୁଖରେ ବୋମା ମାଡ଼ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯିବା ସହ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପଶ୍ଚିମବଙ୍ଗରେ ଏବେ ପୌର ନିର୍ବାଚନ ଚାଲୁଛି। ତେବେ କୋଲାକାତାର ଏକ ଭୋଟ କେନ୍ଦ୍ର ସମ୍ମୁଖରେ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି।

କୋଲକାତା ଡେପୁଟି କମିଶନର ପ୍ରିୟବ୍ରତ ରୟ କହିଛନ୍ତି ଯେ, ଆଜି ସକାଳ ପ୍ରାୟ ୧୦ ଟା ବେଳେ ଖାନ୍ନା ହାଇସ୍କୁଲରେ ଏହି ଘଟଣା ଘଟିଥିଲା। ମତଦାନ ଚାଲିଥିଲାବେଳେ ଦୁର୍ବୃତ୍ତମାନେ ଦୁଇଟି ବୋମା ଫିଙ୍ଗଥିଲେ। ହେଲେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ପୁଲିସ କହିଛି। ଘଟଣାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ପୁଲିସ କର୍ମଚାରୀଙ୍କୁ ମତଦାନ ବୁଥ ବାହାରେ ମୁତୟନ କରାଯାଇଛି। ଶାସକ ଟିଏମସି ଏନେଇ ବିରୋଧୀ ଦଳକୁ ଦାୟୀ କରିଛି। ବିରୋଧୀ ଦଳ ପକ୍ଷରୁ ବୋମା ଫିଙ୍ଗା ଯାଇଥିବା ଟିଏମସି ଅଭିଯୋଗ କରିଛି। ତେବେ ଏହି ଘଟଣାରେ ସିପିଆଇ ଟିଏମସି ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା। ଲୋକଙ୍କୁ ଭୋଟ ନଦେବା ପାଇଁ ଏମତି ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କରାଯାଉଛି ବୋଲି ଦଳ ଅଭିଯୋଗ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos