ଗୌହାଟି: ବିଲ ମଝିରେ ହାଠତ୍ ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ଆତଙ୍କିତ କରିଛି। ଆସାମର ବାରପେଟା ଜିଲ୍ଲାରେ ପ୍ରକୃତିର ଉତ୍କଟ ରୂପ ଦେଖିବାକୁ ମିଳିଥିଲା। ହେଲେ ଏହି ଘୂର୍ଣ୍ଣିଝଡ଼ ଅଧିକ ଶକ୍ତିଶାଳି ନୁହଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ତେବେ ଏଥିରେ କୌଣସି ମୃତାହତ ରିପୋର୍ଟ ଆସି ନାହିଁ । ତେବେ ଏହି ଘୂର୍ଣ୍ଣିଝଡ଼ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଆସାମର ବାରପେଟା ଜିଲ୍ଲାର ଚାନାଗା ଏରିଆରେ ଗତକାଲି ଏହି ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା। ଚକ୍ରବାତ ଆକାରରେ ଏକ ବଡ଼ ଧୂଳି ଝଡ଼ ଖଣ୍ଡିଆ ଭୂତ ହୋଇ ଉପରକୁ ଉଠୁଥିବାର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି।
https://twitter.com/IndiaToday/status/1522925675480600577?s=20&t=_ztTtmPZewiD-KxqaMQD2Q
ଝଡ଼ ଯୋଗୁ କ୍ଷେତରେ ଥିବା ଶସ୍ୟ ଗୁଡ଼ିକ ଉଡ଼ି ନଷ୍ଟ ହୋଇଛି। ଗତ ମାସରେ ଆସାମରେ ଏକାଧିକ କାଳବୈଶାଖି ହେବା ସହ ବଜ୍ରପାତ ହୋଇଥିଲା। ଘଡ଼ଘଡ଼ି ବଜ୍ରପାତ ଯୋଗୁ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବର୍ଷାର ପରିମାଣ କମିଥିବା ଜଣାପଡ଼ିଛି। ସେପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳ ଉପରେ ଏକ ଅବପାତ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହା ୮ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପନେବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।