ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ଦଙ୍ଗାକାରୀ' ଓ 'ଦାନବ' କହିଲେ ମମତା

ହୁଗୁଳି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ତିନି ମାସ ବାକି ରହିଛି। ଏହା ପୂର୍ବରୁ ରାଜ୍ୟରେ ରାଜନୀତିକ ପାରା ଧିରେ ଧିରେ ବଢ଼ି ଚାଲିଛି। ମୁଖ୍ୟତଃ ଟିଏମସି-ବିଜେପି ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଏବେ ସାରା ଦେଶର ଧ୍ୟାନ ଆକର୍ଷଣ ପାଲଟିଛି। ନିକଟରେ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ସୋମବାର ସିବିଆଇ କୋଇଲା ଦୁର୍ନୀତି ପ୍ରସଙ୍ଗରେ ଜେରା କରିଛି। ସିବିଆଇ ଜେରା କରିବା ପୂର୍ବରୁ ମମତା ଅଭିଷେକଙ୍କ ଘରକୁ […]

MAMATA-MODI

MAMATA-MODI

Subhransu Sekhar
  • Published: Wednesday, 24 February 2021
  • Updated: 24 February 2021, 05:24 PM IST

Sports

Latest News

ହୁଗୁଳି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ତିନି ମାସ ବାକି ରହିଛି। ଏହା ପୂର୍ବରୁ ରାଜ୍ୟରେ ରାଜନୀତିକ ପାରା ଧିରେ ଧିରେ ବଢ଼ି ଚାଲିଛି। ମୁଖ୍ୟତଃ ଟିଏମସି-ବିଜେପି ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଏବେ ସାରା ଦେଶର ଧ୍ୟାନ ଆକର୍ଷଣ ପାଲଟିଛି।

ନିକଟରେ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ସୋମବାର ସିବିଆଇ କୋଇଲା ଦୁର୍ନୀତି ପ୍ରସଙ୍ଗରେ ଜେରା କରିଛି। ସିବିଆଇ ଜେରା କରିବା ପୂର୍ବରୁ ମମତା ଅଭିଷେକଙ୍କ ଘରକୁ ଯାଇଥିଲେ। ଆଜି ହୁଗୁଳିରେ ପ୍ରଚାର ବେଳେ ଏହାକୁ ପ୍ରସଙ୍ଗ କରି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସେ ଦଙ୍ଗାକାରୀ ଓ ଦାନବ (ରାକ୍ଷସ) ବୋଲି କହିଛନ୍ତି। ମମତାଙ୍କ ଏପରି ଶବ୍ଦ ବିଜେପିର ଟାଲାବାଜ (ଚାନ୍ଦା ଆଦାୟକାରୀ)ର ପ୍ରତି ଜବାବ ବୋଲି କୁହାଯାଉଛି।

ଏମିତିକି ଗତବର୍ଷ ନଭେମ୍ୱରରେ ଡୋନାଲ୍ଡ ଟ୍ରମ୍ପଙ୍କର ପରାଜୟ ହୋଇଛି। ଆଗାମୀ ଦିନରେ ନରେନ୍ଦ୍ର ମୋଦିଙ୍କର ଅବସ୍ଥା ଆହୁରି ଖରାପ ହେବ ବୋଲି ମମତା କହିଛନ୍ତି।

କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କ ସ୍ତ୍ରୀକୁ ସିବିଆଇ ଜେରା କରିବାକୁ ନେଇ ମଧ୍ୟ ମମତା ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ‘ମୋତେ ମାରି ପାର। ହେଲେ ଜଣେ ମହିଳାକୁ ଅସମ୍ମାନ କରିପାରିବ ନାହିଁ। ମୋ ଘରର ବୋହୂକୁ ଚୋର କହିବା ଠିକ୍ ହୋଇନି’।

ଦେଶ ଜଣେ ରାକ୍ଷସ ଦ୍ୱାରା ଶାସିତ ହେଉଛି। ସେମାନେ ଆମ ମେରୁଦଣ୍ଡ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ବେଙ୍ଗଲକୁ ବୁଡ଼େଇଦେବେ। ହେଲେ ବେଙ୍ଗଲକୁ ଗୁଜରାଟି ଏଭଳି କରିପାରିବେ ନାହିଁ ବୋଲି ମମତା କହିଛନ୍ତି।

ହୁଗୁଳିରେ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ଆହୁରି କହିଛନ୍ତି, ‘ବିଧାନସଭା ନିର୍ବାଚନରେ ମୁଁ ଗୋଲକିପର ହେବି, ବିଜେପି ଗୋଟିଏ ବି ଗୋଲ୍ ଦେଇପାରିବ ନାହିଁ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos