ତେଲ ଦର ବୃଦ୍ଧିକୁ ବିରୋଧ କରି ଇ-ସ୍କୁଟରରେ ନବାନ୍ନ ଗଲେ ମମତା
କୋଲକାତା: ଗୁରୁବାର ତେଲ ଦରକୁ ବିରୋଧ କରି କୋଲକାତାରେ ଇ-ସ୍କୁଟରରେ ଯାତ୍ରା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇ-ସ୍କୁଟରରେ ବସିବା ବେଳେ ମମତା ହେଲମେଟ ପିନ୍ଧିବା ସହିତ ଏକ ପୋଷ୍ଟର ଘୋଡ଼େଇ ହୋଇ ବସିଥିଲେ।
ମମତାଙ୍କ ଏହି ବାଇକ ରାଲି ହରିଶ ଚାଟାର୍ଜୀ ଷ୍ଟ୍ରୀଟ ପାଖରୁ ଆରମ୍ଭ କରି ରାଜ୍ୟର ମୁଖ୍ୟ ସଚିବାଳୟ ନବାନ୍ନ ପର୍ଯ୍ୟନ୍ତ ଯାଇଥିଲା। ସଚିବାଳୟରେ ମମତା ପହଞ୍ଚିବା ପରେ ପେଟ୍ରୋଲ ଓ ଡିଜେଲ ଦରକୁ ବିରୋଧ କରି କେନ୍ଦ୍ର ବିରୋଧରେ ବର୍ଷିଥିଲେ। ତେଲ ଦର ବଢ଼ୁଥିବାରୁ ଦେଶ ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଉଛି। ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଦାୟୀ ବୋଲି ସେ କହିଛନ୍ତି।
#WATCH | West Bengal Chief Minister Mamata Banerjee travels on an electric scooter in Kolkata as a mark of protest against rising fuel prices. pic.twitter.com/q1bBM9Dtua
— ANI (@ANI) February 25, 2021
ସୂଚନାଯୋଗ୍ୟ, ତେଲ ଦର ବୃଦ୍ଧିକୁ ନେଇ ଏବେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶାର ମାଲକାନଗିରି, ମଧ୍ୟପ୍ରଦେଶର ଭୋପାଲ ଆଦିରେ ତେଲ ଦର ଶତକ ମାରିସାରଲାଣି। ଅନ୍ୟ ସ୍ଥାନରେ ଶହେ ପାଖାପାଖି ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ଲିଟର ପିଛା ୯୦ଟଙ୍କାରୁ ଅଧିକ ହୋଇଛି। ତେଲ ଦର ବଢ଼ୁଥିବା ଦେଖି ପଶ୍ଚିମବଙ୍ଗ ସମେତ କିଛି କଂଗ୍ରେସ ଶାସିତ ରାଜ୍ୟ ରାଜ୍ୟ ସରକାର ନେଉଥିବା ଟିକସ କମାଇଛନ୍ତି। ହେଲେ କେନ୍ଦ୍ର ସରକାର ଏଯାବତ ଟିକସ କମାଇନଥିବା ଦେଖିବାକୁ ମିଳଛି।
ଅନ୍ଯପଟେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଉପରେ ରାଜସ୍ୱ ଚାପ ରହିଛି। କୋଭିଡ ମହାମାରୀ ପାଇଁ ଅନେକ ରାଜସ୍ଵ ହାନୀ ହୋଇଛି। ଯାହାକି ସରକାରଙ୍କ ପାଇଁ ଏକ ବଡ଼ ଚାପ ପକାଇଛି। ଏହି ଚାପରୁ ଦେଶ ତଥା ଲୋକଙ୍କୁ କରୋନାରୁ ବାହାର କରିବା ପାଇଁ ସରକାରକୁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।
ଶକ୍ତିକାନ୍ତ ଆହୁରି କହିଛନ୍ତି ଯେ ଏଭଳି ପରିସ୍ଥିତିରେ ରାଜସ୍ୱ ଏବଂ ସରକାରଙ୍କ ବାଧ୍ୟତାମୂଳକ ଆବଶ୍ୟକତା ସମ୍ପୂର୍ଣ୍ଣ ବୁଝାପଡୁଛି। କିନ୍ତୁ ସେହି ସମୟରେ ଏହା ବୁଝିବାର ଆବଶ୍ୟକତା ଅଛି ଯେ ଏହାର ମୁଦ୍ରାସ୍ଫୀତି ହାର ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଅଧିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉତ୍ପାଦନ ଖର୍ଚ୍ଚ ଉପରେ ପ୍ରଭାବ ପକାଇଥାଏ। ତେଣୁ ତେଲ ଦର କମାଇବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ରାଜସ୍ୱ କମାଇବା ଦରକାର ବୋଲି ଶକ୍ତିକାନ୍ତ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।