ମୋଦିଙ୍କୁ ମମତାଙ୍କ କଡ଼ା ଜବାବ: କାଲି କ’ଣ ଘଟିଥିଲା, ତା’ର ପୂରା ତଥ୍ୟ ରଖିଲେ

କୋଲକାତା: ବାତ୍ୟା ୟାସର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନ ଦେବା ଘଟଣାକୁ ନେଇ ରାଜନୀତିକ ବୟାନବାଜୀ ତୀବ୍ର ହେବାରେ ଲାଗିଛି। ବିଜେପି ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ମମତାଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି। ତେବେ ଏସବୁ ଭିତରେ ମମତା ବାନାର୍ଜୀ ମଧ୍ୟ ମୋଦି ସରକାରଙ୍କୁ ପାଲଟା ଜବାବ ଦେଇଛନ୍ତି। ଏଥିସହ ଗତକାଲି ପ୍ରକୃତିରେ କ’ଣ ଘଟିଥିଲା, ତା’ର ଟିକନିକି […]

Mamata

Mamata

Hemant Lenka
  • Published: Saturday, 29 May 2021
  • Updated: 29 May 2021, 04:58 PM IST

Sports

Latest News

କୋଲକାତା: ବାତ୍ୟା ୟାସର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନ ଦେବା ଘଟଣାକୁ ନେଇ ରାଜନୀତିକ ବୟାନବାଜୀ ତୀବ୍ର ହେବାରେ ଲାଗିଛି। ବିଜେପି ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ମମତାଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି।

ତେବେ ଏସବୁ ଭିତରେ ମମତା ବାନାର୍ଜୀ ମଧ୍ୟ ମୋଦି ସରକାରଙ୍କୁ ପାଲଟା ଜବାବ ଦେଇଛନ୍ତି। ଏଥିସହ ଗତକାଲି ପ୍ରକୃତିରେ କ’ଣ ଘଟିଥିଲା, ତା’ର ଟିକନିକି ତଥ୍ୟ ସାର୍ବଜନୀନ କରିଛନ୍ତି। ମୋଦି ସରକାର ଓ ବିଜେପି ମିଥ୍ୟା, ଏକ ପାଖିଆ ଓ ନିଜକୁ ସୁହାଇଲା ଭଳି ଖବର ମିଡିଆରେ ପ୍ରଚାର କରିବାରେ ଲାଗିଛନ୍ତି ବୋଲି ମଧ୍ୟ ମମତା କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି, “ମୋତେ ଏମିତି ଅପମାନିତ କରନ୍ତୁ ନାହିଁ। ଆମେ ବିପୁଳ ବିଜୟ ହାସଲ କରିଥିବାରୁ ଆପଣମାନେ ଆମ ସହ ଏମିତି ବ୍ୟବହାର କରୁଛନ୍ତି? ଆପଣ ସବୁ ପ୍ରକାରର ଚେଷ୍ଟା କଲେ। ତଥାପି ପରାସ୍ତ ହେଲେ। କାହିଁକି ଆପଣ ସବୁ ଦିନ ଆମ ସହ ଝଗଡ଼ା କରୁଛନ୍ତି?

କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ କିଛି ଖବରକୁ ପ୍ରଚାର କରି ଗତକାଲିଠାରୁ ମୋତେ ଟାର୍ଗେଟ କରୁଛନ୍ତି। ଖବର ପୂରା ଏକପାଖିଆ ହୋଇ ରହିଛି। ପୂରା ଘଟଣା କ’ଣ ସେ ବିଷୟରେ କେହି କିଛି କହୁନାହାନ୍ତି। ତେଣୁ ମୁଁ ଆଜି ସାମ୍ବାଦିକ ସମ୍ମିଳନୀ କରି ସବୁ କିଛିର ଖୁଲାସା କରିବାକୁ ଚାହୁଁଛି।

ମୁଁ ପୂର୍ବରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବାକୁ ଯୋଜନା କରିଥିଲି। ବାତ୍ୟା ୟାସ ଦ୍ୱାରା ସାଗର ଓ ଦିଘାର ଘଟିଥିବା କ୍ଷୟକ୍ଷତିକୁ ଦେଖିବାକୁ ଯିବା ପାଇଁ ଆମର ଯୋଜନା ହୋଇଥିଲା। ସବୁ ଯୋଜନା ଚୂଡ଼ାନ୍ତ ହୋଇଥିବା ବେଳେ ହଠାତ୍‌ ଫୋନ ଆସିଲା ଯେ ପ୍ରଧାନମନ୍ତ୍ରୀ ବେଙ୍ଗଲ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବେ। ଏହାକୁ ଦୃଷ୍ଟିରେ ରଖି ଆମେ ପ୍ଲାନ ବଦଳାଇଥିଲୁ।

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆସିବାକୁ ଥିବା ସ୍ଥାନରେ ଆମେ ୨୦ ମିନିଟ୍‌ ଅପେକ୍ଷା କଲୁ। ଆମକୁ ଅପେକ୍ଷା କରିବାକୁ କୁହାଗଲା। ଆମେ ମଧ୍ୟ ଅପେକ୍ଷା କଲୁ। ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବାର ଥିଲା ଆମେ ସେଠାରେ ପହଞ୍ଚିଥିଲୁ। କିନ୍ତୁ ଆମେ ସେଠାରେ ପହଞ୍ଚିଲା ବେଳକୁ ପ୍ରଧାନମନ୍ତ୍ରୀ ଅନେକ ସମୟ ପୂର୍ବରୁ ସେଠାକୁ ଆସି ଯାଇଥିଲେ।

ଏଥିସହ ସେ ମଧ୍ୟ ମିଟିଂ ଆରମ୍ଭ କରି ସାରିଥିଲେ। ଆମକୁ ମିଟିଂ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଗଲା ନାହିଁ। ମିଟିଂ ଚାଲିଥିବାରୁ ଆମକୁ ବାହାରେ ରଖାଗଲା। କିଛି ସମୟ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା ମଧ୍ୟ କଲୁ। କିଛି ସମୟ ପରେ ଆମେ ପୁଣି ପ୍ରବେଶ ପାଇଁ ଅନୁମତି ମାଗିଲୁ।

କିନ୍ତୁ ଆମକୁ ୧ ଘଣ୍ଟା ଯାଏ କାହାକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି କୁହାଗଲା। ଏହି ସମୟରେ ଆଉ ଜଣେ କହିଲେ ଯେ ବୈଠକ କନଫରେନ୍ସ ହଲରେ ହେବ। ତେଣୁ ମୁଁ ଓ ମୁଖ୍ୟ ଶାସନ ସଚିବ ସେଠାକୁ ଯିବାକୁ ଚାହିଁଲୁ। ପ୍ରଧାନମନ୍ତ୍ରୀ ସେଠାରେ ରାଜ୍ୟପାଳ, କେନ୍ଦ୍ରୀୟ ନେତା ଓ କିଛି ବିରୋଧୀ ବିଜେପି ବିଧାୟକଙ୍କ ସହ ଆଲୋଚନା କରୁଥିବା ଆମେ ଦେଖିଲୁ। ନିୟମ ବାହାରେ ସବୁ କିଛି ହେଉଥିଲା।

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବାର ଥିଲେ ହେଁ ଅନ୍ୟମାନେ ସେଠାରେ ବୈଠକ କରିଥିଲେ। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲୁ ଓ ପ୍ରଧାନମନ୍ତ୍ରୀଙ୍କ ଅନୁମତିକ୍ରମେ ଦିଘା ଯାଇଥିଲୁ। ମୁଁ କହିଥିଲି, ସାର୍‌ ଆପଣଙ୍କ ଅନୁମତି କ୍ରମେ ମୁଁ ଏଠାରୁ ଯାଇପାରିବି କି?

ଆମକୁ ଦିଘା ଯିବାର ଅଛି ଓ ପାଗ ଭଲ ନଥିବାରୁ ଆମକୁ ଶୀଘ୍ର କ୍ଷୟକ୍ଷତିର ଆକଳନ କରିବାକୁ ସେଠାରେ ପହଞ୍ଚିବାକୁ ପଡ଼ିବ। ତେଣୁ ମୁଁ ଯିବାକୁ ଚାହୁଁଛୁ। ପ୍ରଧାନମନ୍ତ୍ରୀଙ୍କ ଅନୁମତିକ୍ରମେ ଆମେ ରିପୋର୍ଟ ଦେଇ ସେଠାରୁ ଚାଲି ଆସିଥିଲୁ। କନଫରେନ୍ସ ହଲରେ ଖାଲି ସିଟ୍‌ ରହିଥିଲା। ଆମେ ଦିଘା ଯିବାକୁ ଥିବାରୁ ବସିବାକୁ ସମୟ ପାଇ ନଥିଲୁ। ଏହାକୁ ପ୍ରେସକୁ ଛଡ଼ା ଯାଇ ଆମ ବିରୋଧରେ ଖବର ପ୍ରଚାର କରାଗଲା। ଏହା ଆଦୌ ଠିକ୍‌ ନୁହେଁ।

ସବୁବେଳେ କେନ୍ଦ୍ର ସରକାର ମୋତେ ଏଭଳି ଟାର୍ଗେଟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗୁଜରାଟ, ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ ସମୀକ୍ଷା କରିବା ବେଳେ ବିରୋଧୀ ଦଳର ବିଧାୟକ ଉପସ୍ଥିତ ରହୁନାହାନ୍ତି। କିନ୍ତୁ ବେଙ୍ଗଲରେ ବିରୋଧୀ ଦଳ ନେତା ଉପସ୍ଥିତ ରହିଥିଲେ। ଆପଣ ଯେତେଥର ଏଠାକୁ ଆସୁଛନ୍ତି, ଜାଣିଶୁଣି ସରକାରୀ କାର୍ଯ୍ୟକଳାପରେ ବିଶୃଙ୍ଖଳା କରୁଛନ୍ତି।

କାହିଁକି ଆପଣ ଆମକୁ ଏମିତି ହଇରାଣ କରୁଛନ୍ତି? କାହିଁକି ଆମକୁ ଟାର୍ଗେଟ କରୁଛନ୍ତି? କାହିଁକି ଆମକୁ କାମ କରିବାକୁ ଦେଉନାହାନ୍ତି? ଆପଣ ବେଙ୍ଗଲରେ ହାରି ଯାଇଥିବାରୁ ଏମିତି କରୁଛନ୍ତି କି? ଯଦି ପ୍ରଧାନମନ୍ତ୍ରୀ ବେଙ୍ଗଲକୁ ସହଯୋଗ କରିବା ପାଇଁ ତାଙ୍କ ପାଦ ମୋତେ ଧରିବାକୁ କହିବେ, ତା’ହେଲେ ମୁଁ ରାଜି ଅଛି। ବେଙ୍ଗଲ ଓ ବେଙ୍ଗଲବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୋଡ଼ ଧରିବାକୁ ମୁଁ ରାଜି। କିନ୍ତୁ ଦୟା କରି ଆପଣ ଏହି ହୀନ ରାଜନୀତି ନ କରନ୍ତୁ।

ବେଙ୍ଗଲକୁ ଏମିତି ପଛକୁ ଠେଲନ୍ତୁ ନାହିଁ। ଦୟା କରି କଠିନ ପରିଶ୍ରମ କରୁଥିବା ମୁଖ୍ୟ ଶାସନ ସଚିବଙ୍କୁ ଅପମାନିତ ଓ ହଇରାଣ କରନ୍ତୁ ନାହିଁ। ମୁଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ସେ ମୁଖ୍ୟ ଶାସନ ସଚିବଙ୍କୁ ଫେରାଇ ନେବାକୁ ସେ ଯେଉଁ ଚିଠି କରିଛନ୍ତି, ତା’କୁ ପ୍ରତ୍ୟାହାର କରନ୍ତୁ।

ଆପଣ ଏମିତି କରି ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅପମାନିତ କରୁଛନ୍ତି। ଦୟା କରି ସେମାନଙ୍କୁ ଅପମାନିତ ଓ ଚ୍ୟାଲେଞ୍ଜ କରନ୍ତୁ ନାହିଁ। ସେମାନେ କଠିନ ପରିଶ୍ରମ କରୁଛନ୍ତି ବୋଲି ମମତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story