ଚଣ୍ଡିଗଡ଼: ସ୍ୱର୍ଣ୍ଣ ମନ୍ଦିରରେ ଯୁବକଙ୍କୁ ପିଟପିଟି ହତ୍ୟା। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିରରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁଦ୍ୱାରରୁ ଧାର୍ମିକ ପତାକା ହଟାଇବାକୁ ଚେଷ୍ଟା କରୁଥିବା ସମ୍ପୃକ୍ତ ଯୁବକଙ୍କୁ ଶ୍ରଦ୍ଧାଳୁମାନେ ପିଟି ପିଟି ହତ୍ୟା କରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଶିଖମାନଙ୍କ ଧାର୍ମିକ ପତାକା ‘ନିଶାନ ସାହିବ’ଙ୍କୁ ହଟାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଶ୍ରଦ୍ଧାଳୁମାନେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ଏହି ଘଟଣା ପାଇଁ ପୁଲିସ ଏବଂ ରାଜ୍ୟ ସରକାର ଦାୟୀ ବୋଲି ଗୁରୁଦ୍ୱାର ପକ୍ଷରୁ କୁହାଯାଇଛି।
ଗୁରୁଦ୍ୱାର ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ଯେ, ରବିବାର ଏହି ମନ୍ଦିରରେ ବହୁ ସଂଖ୍ୟାରେ ଲୋକ ଏକାଠି ହୁଅନ୍ତି। ତେବେ ଉପରୋକ୍ତ ମାମଲା ଶିଖ ଭକ୍ତଙ୍କ ଭାବାବେଗକୁ ଆଘାତ ଦେବାକୁ ଉଦ୍ୟମ କରାଯାଥିଲା। ଏଥିରେ ଶ୍ରଦ୍ଧାଳୁମାନେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ। ଏହା ଏକ ଧାର୍ମିକ ଭାବନା ପ୍ରତି କୁଠାରଘାତ ଜନିତ ମାମଲା ହୋଇଥିବାରୁ ପୁଲିସ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ଗୁରୁଦ୍ୱାର ପକ୍ଷରୁ କୁହାଯାଇଛି। ସ୍ୱର୍ଣ୍ଣମନ୍ଦିର କମ୍ପ୍ଲେକ୍ସରେ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଲିସ ସଜାଗ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।