ମୁମ୍ବାଇ: ଗାଡ଼ିମୋଟର, ଟ୍ରେନ୍ କିମ୍ବା ଫ୍ଲାଇଟ୍ ନୁହେଁ। ପାଦରେ ଚାଲି ଚାଲି ପୁରୀ ଶ୍ରୀକ୍ଷେତ୍ର ଭ୍ରମଣରେ ବାହାରିଛନ୍ତି ଜଣେ ମହାରାଷ୍ଟ୍ରର ଯୁବକ। ମହାରାଷ୍ଟ୍ରରୁ ପାଦରେ ଚାଲି ଚାଲି ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ଅଭିମୁଖେ ବାହାରିଛନ୍ତି । ନାଁ ତାଙ୍କର ଆଶୁତୋଷ ଜୋଷୀ। ଘର ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ। ମହାରାଷ୍ଟ୍ରରୁ ପୁରୀ ୧୮୦୦ କିଲୋମିଟର ବାଟକୁ ସେ ପାଦରେ ଚାଲି ଚାଲି ବାହାରିଛନ୍ତି। ବାଟରେ ଆସିବା ବେଳେ ପଥଚାରୀ ଓ ସ୍ଥାନୀୟ ଲୋକଙ୍କୁ ଭେଟି ପରିବେଶ ସଂକ୍ରାନ୍ତରେ ସଚେତନତାର ସୃଷ୍ଟି କରୁଛନ୍ତି।
ସେମାନଙ୍କ ସହ ଭାବବିନୟ କରି କୃଷକ ଆତ୍ମହତ୍ୟା, ଜଳାଭାବ ସସମ୍ୟା, ପ୍ଲାଷ୍ଟିକର ବହୁଳ ବ୍ୟବହାର ଅପକାରିତା ସମ୍ପର୍କରେ ଆଲୋଚନା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ଏପ୍ରିଲ ୧୦ରୁ ରାମନବମୀରେ ମହାରାଷ୍ଟ୍ରର ନର୍ଭଣ ବିଚରୁ ଯାତ୍ରା ଆରମ୍ଭ କରସାରିଲେଣି। ଏ ପପର୍ଯ୍ୟନ୍ତ ସେ ରତ୍ନଗିରି ଜିଲ୍ଲାର ଚିପ୍ଲନ୍, କୋୟନର, ପାଟନ, ସାତରା ଜିଲ୍ଲାର ଉମ୍ବ୍ରାରଜ୍, ଲାପୁର ଅତିକ୍ରମ କରି ଗୁରୁବାର ଲାଟୋରରେ ପହଞ୍ଚିଛନ୍ତି। ଏମିତି ସେ ଗୋଟିଏ ପରେ ଗୋଟିଏ ଅଞ୍ଚଳ, ସହର, ଗାଁ, ଜଙ୍ଗଲ, ନଦୀ ନାଳ ଦେଇ ଅତିକ୍ରମ କରିବେ। ଯାତ୍ରା ବେଳେ ସେ ବିଭିନ୍ନ ଳୋକଙ୍କ ସହ ସାମାଜିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ମୁଖ୍ୟତଃ ପରିବେଶ ସଚେତନତା ତାଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱତାପନ ବଢ଼ୁଥିବାରୁ ପରିବେଶକୁ ବଞ୍ଚାଇବା ପାଇଁ ସେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ଲୋକଙ୍କୁ ସଚେତନ ପାଇଁ ଏହି ଯାତ୍ରା ଆରମ୍ଭ କରିଥିବା ସେ କହିଛନ୍ତି ।
ଚିପୁଲୁନ ତସହିଲରୁ ସ୍କୁଲ ଶିକ୍ଷା ଶେଷ ପରେ ମୁମ୍ବାଇରେ ମଡେଲ ଆର୍ଟ ଅନୁଷ୍ଠାନରେ କଳାରେ ଅଧ୍ୟୟନ କାଛନ୍ତି । ଏହା ପରେ ସେ ଇଂଲଣ୍ଡ ଯାଇ ଫାଇନ୍ ଆର୍ଟରେ ଶିକ୍ଷାଲାଭ କରିଛନ୍ତି। ପରେ ସେ ଫଟୋଗ୍ରାଫି ପାଇଁ ସ୍କଟଲାଣ୍ଡ, ସ୍ପେନ୍, ଇଂଲଣ୍ଡ ଗସ୍ତ କରି ଫଟୋ ଗ୍ରାଫିରେ ଅଭିଜ୍ଞତା ହାସଲ କରିଛନ୍ତି । ପ୍ରକୃତି ମନସ୍କ ଜୋଶୀ ନିଜ ଫଟୋଗ୍ରାଫିରେ ପ୍ରାକୃତି ସୌନ୍ଦର୍ଯ୍ୟ ତୋଳି ବେଶ ଆନନ୍ଦ ପାଆନ୍ତି। ପାହାଡ଼ ଚଢ଼ିବା ଏବଂ ଚାଲି ଚାଲି ବିଭିନ୍ନ ସ୍ଥାନ ଯାତ୍ରା କରିବା ତାଙ୍କର ଏକ ବଡ଼ ନିଶା। ନେପାଳର ଅନପୂର୍ଣ୍ଣା ସର୍କିଟକୁ ସେ ୧୭ ଦିନରେ ଅଭିଯାନ ଶେଷ କରିଥିଲେ । ଇଂଲଣ୍ଡରୁ ଫେରିବା ପରେ ମୁଁ ଦୈନିକ ୬ରୁ ୭ କିମି ଚାଲି ଚାଲି ଅଭ୍ୟାସ କରେ ବୋଲି ଜୋଷୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।