ଏମିତି ପରିସ୍ଥିତିରେ ମନମୋହନ ସିଂ ନିଶ୍ଚୟ ଇସ୍ତଫା ଦେଇଥାନ୍ତେ: ରାହୁଲ ଗାନ୍ଧି

ଜୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଏହି ପରିସ୍ଥିତି ହୋଇଥିଲେ  ମନମୋହନ ସିଂ  ନିଶ୍ଚୟ ଇସ୍ତଫା ଦେଇଥାନ୍ତେ। ସେ କହିଛନ୍ତି ଯେ, ଯଦି ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ କାଳରେ ଚୀନ୍ ଭାରତୀୟ ଜମିକୁ ଅକ୍ତିଆର କରିଥାନ୍ତା ତେବେ ସେ ନିଶ୍ଚୟ ଇସ୍ତଫା ଦେଇଥାନ୍ତେ। ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ଚୀନ୍ ଭାରତୀୟ ଅଞ୍ଚଳ ଦଖଲ କରିଛି। କିନ୍ତୁ ପ୍ରଧାମନମନ୍ତ୍ରୀ ସେମିତି ବସିଛନ୍ତି। […]

Rahul-Gandhi

Rahul-Gandhi

Tapas Behera
  • Published: Tuesday, 28 December 2021
  • Updated: 28 December 2021, 07:37 PM IST

Sports

Latest News

ଜୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଏହି ପରିସ୍ଥିତି ହୋଇଥିଲେ  ମନମୋହନ ସିଂ  ନିଶ୍ଚୟ ଇସ୍ତଫା ଦେଇଥାନ୍ତେ। ସେ କହିଛନ୍ତି ଯେ, ଯଦି ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ କାଳରେ ଚୀନ୍ ଭାରତୀୟ ଜମିକୁ ଅକ୍ତିଆର କରିଥାନ୍ତା ତେବେ ସେ ନିଶ୍ଚୟ ଇସ୍ତଫା ଦେଇଥାନ୍ତେ। ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ଚୀନ୍ ଭାରତୀୟ ଅଞ୍ଚଳ ଦଖଲ କରିଛି। କିନ୍ତୁ ପ୍ରଧାମନମନ୍ତ୍ରୀ ସେମିତି ବସିଛନ୍ତି। କଂଗ୍ରେସର ତାଲିମ ଶିବିରରେ ଯୋଗ ଦେଇ ଏହା କହିଛନ୍ତି ରାହୁଲ ଗାନ୍ଧି। ଜୟପୁରରେ କଂଗ୍ରେସ ପକ୍ଷରୁ ହୋଇଥିବା ତାଲିମ ଶିବିରରେ ଦଳର କର୍ମୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇଥିଲେ ରାହୁଲ ଗାନ୍ଧି।

ଏହି ଅବସରରେ ରାହୁଲ ଗାନ୍ଧି ଆରଏସଏସକୁ ମଧ୍ୟ ସମାଲୋଚନା କରିଛନ୍ତି । କହିଛନ୍ତି ଏହି ସଙ୍ଗଠନ କେବଳ ଘୃଣା ବିସ୍ତାର କରୁଛି। ତାଙ୍କୁ ପ୍ରେମରେ ଜବାବ ଦେବାକୁ ପଡ଼ିବ।  ବିଜେପି ଏବଂ ଆରଏସଏସ ପକ୍ଷରୁ ଯେଉଁ ନେରେଟିଭ ପ୍ରସ୍ତୁତ କରାଯାଉଛି ତାକୁ ମୁକାବିଲା ପାଇଁ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା। କଂଗ୍ରେସର ଆଦର୍ଶକୁ ତୃଣମୂଳସ୍ତରରେ ପହଞ୍ଚାବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ କରିଥିଲେ।  ସୋଶିଆଲ ମିଡିଆରେ ବିଜେପି ଏବଂ ଆରଏସଏସର ଛଦ୍ମ ଜାତୀୟତାବାଦୀ ପ୍ରଚାରକୁ ଚ୍ୟାଲେଞ୍ଜ କରିବାକୁ କୁହାଯାଇଥିଲା।

ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ କହିଛନ୍ତି, ବିଜେପି ଏବଂ ଆରଏସଏସର ଳୋକମାନେ ଧର୍ମକୁ ନେଇ ରାଜନୀତି କରନ୍ତି। କାରଣ ସେମାନଙ୍କ ପାଖରେ କିଛି ଦେଖାଇବାକୁ ନଥାଏ । କଂଗ୍ରେସ ଏହି ଦେଶରେ ଲୋକଙ୍କ ହୃଦୟରେ ରାଜ କରିଛି। କଂଗ୍ରେସର ଆଉ ତିନି ଦିନିଆ କନକ୍ଲେଭ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଦଳର ସଭାପତି ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos