ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗୃହବନ୍ଦୀ

ଜମ୍ମୁ: ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗୃହବନ୍ଦୀ ରଖାଯିବ। ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ପକ୍ଷରୁ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିବା ପରେ ତାଙ୍କୁ ଗୃହବନ୍ଦୀ ରଖାଯାଇଛି। ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର ପାଇଁ ଦାବି କରିଥିଲେ ମେହବୁବା। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା  ଅଭିଯୋଗ କରିଛନ୍ତି ଯେ, AFSPA କାର୍ଯ୍ୟକାରୀ ହେବା ପରଠାରୁ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି। ସେଥିରେ କେହି ଉତ୍ତରଦାୟୀ […]

Mehebooba mufti

Mehebooba mufti

Tapas Behera
  • Published: Wednesday, 17 November 2021
  • Updated: 17 November 2021, 09:58 PM IST

Sports

Latest News

ଜମ୍ମୁ: ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗୃହବନ୍ଦୀ ରଖାଯିବ। ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ପକ୍ଷରୁ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିବା ପରେ ତାଙ୍କୁ ଗୃହବନ୍ଦୀ ରଖାଯାଇଛି। ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର ପାଇଁ ଦାବି କରିଥିଲେ ମେହବୁବା। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା  ଅଭିଯୋଗ କରିଛନ୍ତି ଯେ, AFSPA କାର୍ଯ୍ୟକାରୀ ହେବା ପରଠାରୁ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି। ସେଥିରେ କେହି ଉତ୍ତରଦାୟୀ ହେଉ ନାହାନ୍ତି ବୋଲି ସେ କହିଛନ୍ତି। ଆତଙ୍କବାଦ ବିରୋଧୀ ଅପରେସନ୍ ବେଳେ ସୋମବାର ସନ୍ଧ୍ୟାରେ ସୁରକ୍ଷା ବାହିନୀ ସହ  ଗୁଳି ବିନିମୟରେ ଦୁଇ ସାଧାରଣ ନାଗରିକଙ୍କ ସମେତ ୪  ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁଇ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ଏହି ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଏବଂ ସମ୍ପୃକ୍ତ ବ୍ୟବସାୟୀମାନେ ଆତଙ୍କବାଦୀଙ୍କ ସମର୍ଥକ ବୋଲି ପୁଲିସ  କହିଛି।  ନିହତ ଦୁଇ ବ୍ୟବସାୟୀ ହେଲେ ଡ. ମୁଦାସିର ଗୁଲ ଏବଂ ଆଲତାଫ ଭଟ୍ଟ।  ହାଇଦରପୋରରେ ମାର୍କେଟ କମର୍ସିଆଲ କମ୍ପ୍ଲେକ୍ସରେ ଏମାନଙ୍କ ଦୋକାନ ଥିଲା । ଯେଉଁଠି ଗତ ସନ୍ଧ୍ୟାରେ ଏନକାଉଣ୍ଟର ହୋଇଥିଲା । ପେଶାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ମୁଦସିର ଗୁଲଙ୍କ ଏକ କମ୍ପ୍ୟୁଟର ସେଣ୍ଟର ଚଳାଉଥିଲେ। ଅଲତାଫ୍ ଭଟ୍ଟ କମର୍ସିଆଲ  କମ୍ପ୍ଲେକ୍ସର ମାଲିକ ଥିଲେ । ତାଙ୍କର ସେଠାରେ ଏକ ହାର୍ଡୱେର୍ ଷ୍ଟୋର ଏବଂ ସିମେଣ୍ଟ ଦୋକାନ ମଧ୍ୟ ଥିଲା।  ଅନ୍ୟପଟେ  ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି ବୋଲି ମୁଫତି ଅଭିଯୋଗ କରିଛନ୍ତି।  ଅନ୍ତିମ ସଂସ୍କାର ପାଇଁ ମୃତ ଦେହକୁ ପରିବାର ଲୋକେ ଦାବି କରିଥିଲେ ମଧ୍ୟ ଦିଆଯାଇ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ଥିବାରୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ପୁଲିସ କହିଛି।

ଶ୍ରୀନଗରଠାରୁ ୧୦୦କିମି ଦୂର ଉତ୍ତର କଶ୍ମୀରର ହାଣ୍ଡୱାରା ଅଞ୍ଚଳରେ ଏହି ୪ଟି ମୃତଦେହକୁ କବର ଦିଆଯାଇଥିବା ପୁଲିସ କହିଛି। ଏନକାଉଣ୍ଟର ସ୍ଥାନରୁ ଦୁଇଟି ପିସ୍ତଲ ଜବତ କରାଯାଇଛି ଏବଂ କମର୍ସିଆଲ କମ୍ପ୍ଲେକ୍ସରେ ଚାଲୁଥିବା କଲ୍ ସେଣ୍ଟରକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉ ଥିଲା ବୋଲି ପୋଲିସ କହିଛି। ପୁଲିସ କହିଛି ଯେ ଉଭୟ ବ୍ୟବସାୟୀ ପ୍ରଥମେ ଆହତ ହୋଇଥିଲେ ଏବଂ ପରେ କ୍ରସ ଫୟାରିଂରେ ସେମାନଙ୍କ  ମୃତ୍ୟୁ  ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos