ମାର୍ଚ୍ଚ ମାସ ପାଇଁ ଜାରି ହେଲା ଗାଇଡ୍ ଲାଇନ୍

ନୂଆଦିଲ୍ଲୀ: କରୋନାଭାଇରସର ନୂଆ ଷ୍ଟ୍ରେନକୁ ନେଇ ସରକାର ପୂରା ସତର୍କ ହୋଇଛନ୍ତି। ଶୁକ୍ରବାର ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣକୁ ଅଧିକ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର କମ୍ ହେଉଥିବା କୋଭିଡ୍-୧୯ ମାମଲା ଗତ କିଛି ଦିନ ହେବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ମହାରାଷ୍ଟ୍ର, କେରଳ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ କରୋନା […]

corona

corona

Ranjit Kumar Jena
  • Published: Friday, 26 February 2021
  • Updated: 26 February 2021, 06:05 PM IST

ନୂଆଦିଲ୍ଲୀ: କରୋନାଭାଇରସର ନୂଆ ଷ୍ଟ୍ରେନକୁ ନେଇ ସରକାର ପୂରା ସତର୍କ ହୋଇଛନ୍ତି। ଶୁକ୍ରବାର ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣକୁ ଅଧିକ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର କମ୍ ହେଉଥିବା କୋଭିଡ୍-୧୯ ମାମଲା ଗତ କିଛି ଦିନ ହେବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ମହାରାଷ୍ଟ୍ର, କେରଳ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ କରୋନା ମାମଲାରେ କିଛିଟା ବୃଦ୍ଧି ହୋଇଛି। ଏସବୁକୁ ଆଖି ଆଗରେ ରଖି ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

ନୂଆ ଗାଇଡଲାଇନ୍ ଅନୁଯାୟୀ, କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ଅବଧି ମାସେ ବଢ଼ିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ ୟୁଟି (କେନ୍ଦ୍ର ଶାସିତ ଅଞ୍ଚଳ)କୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ସମ୍ପୂର୍ଣ୍ଣ ଦୂରେଇବା ପାଇଁ ଏହି ଗାଇଡଲାଇନକୁ ସମସ୍ତେ ପାଳନ କରିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି ସବୁ ଗାଇଡଲାଇନ୍ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।

ସେହିପରି ଘରୋଇ ବିମାନ ସେବା ପୂର୍ବଭଳି ଜାରି ରହିବ। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟ, ହୋଟେଲ୍ସ, ପାର୍କରେ ପୂର୍ବରୁ ଜାରି ହୋଇଥିବା କଟକଣା ଲାଗୁ ହେବ।

ସୂଚନାଯୋଗ୍ୟ, ବଢ଼ୁଥିବା କରୋନା ଭାଇରସ୍ ମାମଲା ଭିତରେ ଦେଶରେ ନୂଆ ଷ୍ଟ୍ରେନର ବିପଦ ଦେଖା ଦେଇଛି। ରିପୋର୍ଟ ଅନୁଯାୟୀ, ଦେଶର ୧୮ ରାଜ୍ୟରେ ବ୍ରିଟେନ୍ ଓ ବ୍ରାଜିଲରୁ ମିଳିଥିବା କରୋନା ଭାଇରସ୍ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଏସବୁ ରାଜ୍ୟ ଉପରେ ନଜର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story