ସାମ୍ବାଦିକଙ୍କୁ ଗାଳିଦେଲେ କେନ୍ଦ୍ରମନ୍ତ୍ରୀ, ଲଖିମପୁର ଘଟଣାରେ ଜେଲରେ ଫସିଛି ପୁଅ  

ଲକ୍ଷ୍ନୌ: ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଅଭିଯୋଗ ବାବଦରେ ପ୍ରଶ୍ନ ହେବାରୁ ରାଗିଗଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା। ଗିରଫ ହୋଇ ଜେଲରେ ଥିବା ପୁଅକୁ ଭେଟିବାକୁ ଆସିଥିବା ବେଳେ ଅଜୟ ମିଶ୍ରାଙ୍କୁ ସାମ୍ବାଦିକମାନେ ଘେରି ଯାଇ ପ୍ରଶ୍ନ କରିଥିଲେ। ଏଥିରେ ସେ ବିରକ୍ତ ହେବା ସହ ଜଣେ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇଥିଲେ। କହିଥିଲେ ‘ଡୋଣ୍ଟ ଆସ୍କ ଷ୍ଟୁପିଡ୍‌ କୁଶ୍ଚେନ୍‌। ମତେ ନିର୍ବୋଧଙ୍କ ଭଳି ପ୍ରଶ୍ନ କରନ୍ତୁ ନାହିଁ। ଆପଣଙ୍କ ମୁଣ୍ଡ କ’ଣ ଖରାପ ହୋଇଛି’। ଏମିତି […]

90

90

Tapas Behera
  • Published: Wednesday, 15 December 2021
  • Updated: 15 December 2021, 05:35 PM IST

ଲକ୍ଷ୍ନୌ: ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଅଭିଯୋଗ ବାବଦରେ ପ୍ରଶ୍ନ ହେବାରୁ ରାଗିଗଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା। ଗିରଫ ହୋଇ ଜେଲରେ ଥିବା ପୁଅକୁ ଭେଟିବାକୁ ଆସିଥିବା ବେଳେ ଅଜୟ ମିଶ୍ରାଙ୍କୁ ସାମ୍ବାଦିକମାନେ ଘେରି ଯାଇ ପ୍ରଶ୍ନ କରିଥିଲେ। ଏଥିରେ ସେ ବିରକ୍ତ ହେବା ସହ ଜଣେ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇଥିଲେ। କହିଥିଲେ ‘ଡୋଣ୍ଟ ଆସ୍କ ଷ୍ଟୁପିଡ୍‌ କୁଶ୍ଚେନ୍‌। ମତେ ନିର୍ବୋଧଙ୍କ ଭଳି ପ୍ରଶ୍ନ କରନ୍ତୁ ନାହିଁ। ଆପଣଙ୍କ ମୁଣ୍ଡ କ’ଣ ଖରାପ ହୋଇଛି’। ଏମିତି କିଛି ଆଚରଣ ପ୍ରଦର୍ଶନ କରି ସାମ୍ବାଦିକଙ୍କୁ ଦୁର୍ବ୍ୟବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଦଫା ପରିବର୍ତ୍ତନକୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ମନ୍ତ୍ରୀ ଚିତ୍କାର କରି ଗାଳିଗୁଲଜ କରିଥିଲେ।

ମାଇକ୍ ବନ୍ଦ କର ବୋଲି କେନ୍ଦ୍ରମନ୍ତ୍ରୀ ଧମକାଇଥିଲେ। ଏମିତିକି ସେ ସାମ୍ବାଦିକଙ୍କୁ ‘ଚୋର’ କହିଥିବା ଭିଡିଓ ରେକଡ଼ିଂ ହୋଇଛି। ଗତକାଲି ଲଖିମପୁର-ଖେରୀରେ ଏକ ଅମ୍ଳଜାନ ପ୍ଲାଣ୍ଟ ଉଦ୍‌ଘାଟନ କରିବାକୁ ଆସିଥିବା ଅବସରରେ  ଜେଲରେ ଥିବା ପୁଅକୁ ମଧ୍ୟ ଭେଟିଥିଲେ ଅଜୟ ମିଶ୍ରା। ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ଉପରୋକ୍ତ ପରିସ୍ଥିତି ଉପୁଜି ଥିଲା।  ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରି ଆସୁଛନ୍ତି ବିରୋଧୀ।

ଗତକାଲି ଲଖିମପୁର-ଖେରୀ ଚାଷୀ  ମୃତ୍ୟୁ ମାମଲାରେ ଏସ୍‌ଆଇଟି ରିପୋର୍ଟ ଆସିବା ପରେ ବିରୋଧୀ ଆହୁରି ଖଡ଼ଗହସ୍ତ ହୋଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଖେରିରେ ଗତ ଅକ୍ଟୋବର ୩ ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଯେଉଁଭଳି ଗାଡ଼ି ମଡ଼ାଯାଇଥିଲା ତାହା କୌଣସି ଦୁର୍ଘଟଣା ନଥିଲା। ଚାଷୀମାନଙ୍କୁ ହତ୍ୟା କରିବା ଲାଗି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ହତ୍ୟା ଉଦ୍ଦେଶ୍ୟରେ ଏହି ଷଡ଼୍‌ଯନ୍ତ୍ର କରାଯାଇଥିଲା। ଦୁର୍ଘଟଣା କିମ୍ବା ଅବହେଳା ଯୋଗୁଁ ଏହି ମୃତ୍ୟୁ ହୋଇନାହିଁ। ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ଏହି ରିପୋର୍ଟ ଦେଇଛି। ତେଣୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସହିତ ହତ୍ୟା ଷଡ଼ଯନ୍ତ୍ର ଦଫା ଯୋଡ଼ିବ‌ା ଲାଗି ଟିମ୍ ଅନୁରୋଧ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଥିବାରୁ  ମନ୍ତ୍ରୀଙ୍କ ଅଡ଼ୁଆ ବଢ଼ିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story