ସହିଦ୍ ଯବାନଙ୍କ ପରିବାରକୁ କୋଟିଏ ଟଙ୍କା ଏବଂ ପତ୍ନୀଙ୍କୁ ଚାକିରି ଘୋଷଣା

ଭୋପାଳ: ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସହିଦ ଯବାନ ନାଏକ ଜିତେନ୍ଦ୍ର କୁମାର ବର୍ମାଙ୍କ ପରିବାରକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ତାଙ୍କ ପରିବାରକୁ ଶିବରାଜ ସିଂ କୋଟିଏ ଟଙ୍କାର ସହାୟତା ଘୋଷଣା କରିବା ସହ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଘୋଷଣା କରିଛନ୍ତି। ଗତ ଡିସେମ୍ବର୮ ତାରିଖରେ ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ […]

6h

6h

Tapas Behera
  • Published: Sunday, 12 December 2021
  • Updated: 12 December 2021, 06:24 PM IST

Sports

Latest News

ଭୋପାଳ: ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସହିଦ ଯବାନ ନାଏକ ଜିତେନ୍ଦ୍ର କୁମାର ବର୍ମାଙ୍କ ପରିବାରକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ତାଙ୍କ ପରିବାରକୁ ଶିବରାଜ ସିଂ କୋଟିଏ ଟଙ୍କାର ସହାୟତା ଘୋଷଣା କରିବା ସହ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଘୋଷଣା କରିଛନ୍ତି।

ଗତ ଡିସେମ୍ବର୮ ତାରିଖରେ ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଜିତେନ୍ଦ୍ର କୁମାର ବର୍ମା ଥିଲେ।  ରବିବାର ଜିତେନ୍ଦ୍ରଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶିବରାଜ ସିଂ ସରକାରୀ ସହାୟତା ନେଇ ଟ୍ୱିଟ୍‌ ଯୋଗେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସହିଦ ପୁଅ ଜିତେନ୍ଦ୍ର କୁମାରଙ୍କୁ  ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
https://twitter.com/ChouhanShivraj/status/1469945695679307783?s=20

ସହିଦଙ୍କ ପରିବାରକୁ କୋଟିଏ ଟଙ୍କା ପ୍ରଦାନ କରାଯିବା ସହ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ଜିତେନ୍ଦ୍ରଙ୍କ  ସ୍ମୁତିରେ ଏକ ବିଦ୍ୟାଳୟକୁ  'ଅମର ସହିଦ ଜିତେନ୍ଦ୍ର କୁମାର ବିଦ୍ୟାଳୟ' ନାମକରଣ କରାଯିବ। ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ଧାମଣ୍ଡା ଗାଁର ଏହି ସାହସୀ ବୀରଙ୍କ  ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରାଯିବ। ଜିତେନ୍ଦ୍ରଙ୍କ ପାର୍ଥିବ ଶରୀର ଭୋପାଳରେ ପହଞ୍ଚିବା ପରେ ସେଠାରେ ବହୁ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରବିବାର ସକାଳେ ଅନ୍ତିମ ସଂସ୍କାର ପାଇଁ  ତାଙ୍କ ଜନ୍ମମାଟି ଧାମଣ୍ଡାରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ପହଞ୍ଚିଥିଲେ। ଅନ୍ତିମ ସଂସ୍କାର ବେଳେ  ଜିତେନ୍ଦଙ୍କ ବାପା ଏବଂ ୧୩ ମାସର ପୁଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ |

ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଚୌହାନ କହିଛନ୍ତି ଯେ, ଅମର ସହିଦ ଜିତେନ୍ଦ୍ର କୁମାର କେବଳ ଧାମଣ୍ଡା ଗାଁର ଗର୍ବ ନୁହେଁ, ମଧ୍ୟପ୍ରଦେଶ ତଥା ସମଗ୍ର ଦେଶର ଗର୍ବ। ମୁଁ ଏହି ପବିତ୍ର ଆତ୍ମାଏବଂ ତାଙ୍କ ପିତାମାତା ଏବଂ ପତ୍ନୀଙ୍କୁ ପ୍ରଣାମ ଜଣାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos