ରାଷ୍ଟ୍ରପତିଙ୍କୁ ଚିଠି ଲେଖି ହେଲିକପ୍ଟର କିଣିବାକୁ ଲୋନ୍ ମାଗିଲେ ମହିଳା ଚାଷୀ

ମନ୍ଦସୌର: ମଧ୍ୟ ପ୍ରଦେଶର ମନ୍ଦସୌର ଜିଲ୍ଲାରେୋ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳା ଚାଷୀଙ୍କୁ ନିଜ ଚାଷ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ କରିଦିଆଯାଇଛି ଏବଂ ଏଥିପାଇଁ ତାଙ୍କୁ କେହିବି ସହାୟତା କରୁନାହାନ୍ତି। ଯେଉଁକାରଣରୁ ମହିଳା ଜଣକ ହତାଶ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁହାରି କରି ନିଜ ଚାଷ ଜମି ପର୍ଯ୍ୟନ୍ତ ଆସିବା ପାଇଁ କୌଣସି ଏକ ବ୍ୟାଙ୍କରୁ ହେଲିକପ୍ଟର କିଣିବା ପାଇଁ ଲୋନ୍ ଦେବାକୁ କହିଛନ୍ତି। ଏହି ମାମଲା […]

mp

mp

Ranjit Kumar Jena
  • Published: Friday, 12 February 2021
  • Updated: 12 February 2021, 09:46 PM IST

ମନ୍ଦସୌର: ମଧ୍ୟ ପ୍ରଦେଶର ମନ୍ଦସୌର ଜିଲ୍ଲାରେୋ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳା ଚାଷୀଙ୍କୁ ନିଜ ଚାଷ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ କରିଦିଆଯାଇଛି ଏବଂ ଏଥିପାଇଁ ତାଙ୍କୁ କେହିବି ସହାୟତା କରୁନାହାନ୍ତି। ଯେଉଁକାରଣରୁ ମହିଳା ଜଣକ ହତାଶ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁହାରି କରି ନିଜ ଚାଷ ଜମି ପର୍ଯ୍ୟନ୍ତ ଆସିବା ପାଇଁ କୌଣସି ଏକ ବ୍ୟାଙ୍କରୁ ହେଲିକପ୍ଟର କିଣିବା ପାଇଁ ଲୋନ୍ ଦେବାକୁ କହିଛନ୍ତି।

ଏହି ମାମଲା ମନ୍ଦସୌର ଜିଲ୍ଲାର ଶାମଗଡ଼ ତହସିଲର। ଏଠାକାର ଆଗର ଗାଁରେ ରହୁଥିବା ବାସନ୍ତୀ ବାଇ ଲୋହାରଙ୍କର ଏକ ଚାଷଜମି ରହିଛି, କିନ୍ତୁ ପଡ଼ୋଶୀ ତାଙ୍କୁ ଚାଷ ଜମି ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ବନ୍ଦ କରିଦେଇଛନ୍ତି। ରାସ୍ତା ବନ୍ଦ ହେବା କାରଣରୁ ତାଙ୍କ ପକ୍ଷେ କୃଷି ଯନ୍ତ୍ର ଓ ବଳଦକୁ ଜମି ପର୍ଯ୍ୟନ୍ତ ନେବା କଷ୍ଟକର ହୋଇପଡ଼ିଛି। ଏହାସହ ତାଙ୍କର ଚାଷକାମ ମଧ୍ୟ ପ୍ରଭାବିତ ହୋଇଛି। ରାସ୍ତା ଖୋଲିବା ପାଇଁ ତହସିଲଦାରଙ୍କଠାରୁ ଆରମ୍ଭ କରି ଭୋପାଳର ଅଧିକାରୀକୁ ବାସନ୍ତୀ ଅଭିଯୋଗ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ। ସରକାରୀ କଳର ଏଭଳି ଆଭିମୁଖ୍ୟରେ ହାର ମାନି ବାସନ୍ତୀ ଶେଷରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

[caption id="" align="aligncenter" width="980"] ମହିଳାଙ୍କ ଦ୍ୱାରା ଲିଖିତ ଚିଠି[/caption]

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଲେଖିଥିବା ଚିଠିରେ ମହିଳା ଚାଷୀ ଜଣକ ନିଜର ଦୁଃଖ ବର୍ଣ୍ଣନା କରିଛନ୍ତି। ବାସନ୍ତୀ ଚିଠିରେ ଲେଖିଛନ୍ତି, ଗାଁରେ ତାଙ୍କର ୦.୪୧ ହେକ୍ଟର ଜମି ଅଛି। ଜମିରେ ହେଉଥିବା ଚାଷ ଦ୍ୱାରା ହିଁ ତାଙ୍କର ପରିବାର ଚଳିଥାଏ। କିନ୍ତୁ ଗତ କିଛି ସମୟ ଧରି ତାଙ୍କର ଚାଷ ଜମିକୁ ଯିବା ରାସ୍ତାକୁ ବନ୍ଦ କରିଦିଆଯାଇଛି।

ମହିଳା ଜଣକ ଆହୁରି ଲେଖିଛନ୍ତି, ପରମାନନ୍ଦ ପାଟିଦାର ଓ ତାଙ୍କର ପୁଅ ଲବକୁଶ ପାଟିକାର ରାସ୍ତାରେ ଖୋଦେଇ କରିଦେଇଛନ୍ତି, ଯେଉଁକାରଣରୁ ଚାଷ ଜମିକୁ ଯିବାକୁ କଷ୍ଟକର। ଚାଷ ଜମିକୁ ଯିବା ରାସ୍ତାକୁ ଖୋଲିବା ପାଇଁ ସେ ବହୁ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି, କିନ୍ତୁ କେହିବି ତାଙ୍କ କଥା ଶୁଣିନାହାନ୍ତି। ତେଣୁ ବାସନ୍ତୀ ଆକାଶରେ ଉଡ଼ି ନିଜ ଚାଷ ଜମିରେ ପହଞ୍ଚିବା ପାଇଁ ଏକ ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିଜ ପାଇଁ ଲୋନର ବ୍ୟବସ୍ଥା କରାଇବାକୁ ଅନୁରୋଧ କରିଛନ୍ତି। ଏହାସହ ହେଲିକପ୍ଟର ଉଡ଼ାଇବା ପାଇଁ ଲାଇସେନ୍ସ ମଧ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story