ମମତା ସରକାରରେ ବଢ଼ୁଛି ଦଳିତଙ୍କୁ ନିର୍ଯାତନା, 'ଆଖି ବୁଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ'

କୋଲକାତା: ପଶ୍ଚିମବଙ୍ଗରେ ରକ୍ତମୁଖା ପାଲଟିଛି ଶାସକ ଦଳ। ପ୍ରତିଦିନ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସିର କର୍ମୀ ଓ ସମର୍ଥକଙ୍କ ବିରୋଧରେ ଛାତିଥରାଇଲା ଭଳି ଅଭିଯୋଗ। ମୁଖ୍ୟତଃ ଏହି ହିଂସା ନିର୍ବାଚନରେ ଟିଏମସି ବିଜୟୀ ହେଲା ପରେ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ଜାତୀୟ ଏସସି, ଏସଟି କମିଶନର ଅଧ୍ୟକ୍ଷ ବିଜୟ ସାମ୍ପଲା ପଶ୍ଚିମବଙ୍ଗ ଗସ୍ତ କରିବା ପରେ ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ସରକାର ଭୟରେ ପଶ୍ଚିମବଙ୍ଗରେ ‘ଭଦ୍ରଲୋକ’ ନିରବଦ୍ରଷ୍ଟା ପାଲଟିଥିବା ଦେଖିବାକୁ […]

MAMATA-BANARJEE

MAMATA-BANARJEE

Subhransu Sekhar
  • Published: Saturday, 15 May 2021
  • Updated: 15 May 2021, 05:07 PM IST

କୋଲକାତା: ପଶ୍ଚିମବଙ୍ଗରେ ରକ୍ତମୁଖା ପାଲଟିଛି ଶାସକ ଦଳ। ପ୍ରତିଦିନ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସିର କର୍ମୀ ଓ ସମର୍ଥକଙ୍କ ବିରୋଧରେ ଛାତିଥରାଇଲା ଭଳି ଅଭିଯୋଗ। ମୁଖ୍ୟତଃ ଏହି ହିଂସା ନିର୍ବାଚନରେ ଟିଏମସି ବିଜୟୀ ହେଲା ପରେ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ଜାତୀୟ ଏସସି, ଏସଟି କମିଶନର ଅଧ୍ୟକ୍ଷ ବିଜୟ ସାମ୍ପଲା ପଶ୍ଚିମବଙ୍ଗ ଗସ୍ତ କରିବା ପରେ ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ସରକାର ଭୟରେ ପଶ୍ଚିମବଙ୍ଗରେ ‘ଭଦ୍ରଲୋକ’ ନିରବଦ୍ରଷ୍ଟା ପାଲଟିଥିବା ଦେଖିବାକୁ ମିଳିଛି।

ବିଜୟ ସାମ୍ପଲା କହିଛନ୍ତି, ରାଜ୍ୟରେ ଦଲିତଙ୍କ ବିରୋଧରେ  ୧୬୦୦ରୁ ଅଧିକ ହିଂସା ମାମଲା ରହିଛି। ସେଥିମଧ୍ୟରୁ ପ୍ରାୟ ୧୨ଟି ଦୁଷ୍କର୍ମ ସହ ଜଡିତ। ଏହା ବ୍ୟତୀତ ୧୫ ରୁ ୨୦ ଜଣଙ୍କୁ ହତ୍ୟା ମାମଲା ରହିଛି। ଏବେ ଲୋକମାନେ ଜୀବନ ବଞ୍ଚାଇବାକୁ ଯାଇ ଭୟରେ ବସବାସ କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦଙ୍ଗାକାରୀଙ୍କ ସମର୍ଥନରେ ପୁଲିସ ରହିଛି। ଆଉ ସରକାର ଏବେ ଏହି ପ୍ରସଙ୍ଗରେ ଆଖି ବୁଜି ଦେଇଛନ୍ତି। ଦେଶ ସ୍ୱାଧାନୀତା ପାଇବା ପରେ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟରେ ହିଂସା ଏବଂ ହତ୍ୟା ବଢ଼ୁଛି। ହେଲେ ସରକାର ଏହାକୁ ନେଇ ବେଫିକର ବୋଲି ବିଜୟ କହିଛନ୍ତି।

ବିଜୟ କହିଛନ୍ତି, ନବଗ୍ରାମରେ ପହଞ୍ଚିବା ପରେ ପୁଲିସ ତାଙ୍କୁ କହିଥିଲା ​​ଯେ ହିଂସା ପଛରେ ଦୁଇ ଦଳ। ହେଲେ ତଦନ୍ତ ପରେ ଜଣାପଡିଥିଲା ​​ଯେ ହିଂସା ପଛରେ ଅନେକ ସାଧାରଣ ବର୍ଗର ଲୋକ ମଧ୍ୟ ରହିଛନ୍ତି। ଜଣେ ଦଳିତ ପୁଲିସ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ, ହେଲେ ତାଙ୍କୁ ରାସ୍ତାରେ ଲୋକମାନେ ଆକ୍ରମଣ କରିଥିଲେ। ତାଙ୍କୁ ବିଚ ରାସ୍ତାରେ ମାଡ଼ ମାରିବା ସହିତ ତାଙ୍କ ଘରୁ ଲୁଟ୍ କରିଥିଲେ ଦୁର୍ବୃତ୍ତ। ଏପର୍ଯ୍ୟନ୍ତ ଦଳିତଙ୍କୁ ନିର୍ଯାତନା ନେଇ ମୋଟ୍ ୧,୬୨୭ ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୦-୧୨ ଟି ଦୁଷ୍କର୍ମ ଏବଂ ୧୫-୨୦ ହତ୍ୟା ଅଭିଯୋଗ।

https://twitter.com/ANI/status/1393323127401160708?s=20

ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବାର ସପ୍ତାହକ ମଧ୍ୟରେ ୬୭୨ଟି ନୂଆ ହିଂସା ମାମଲା ସାମ୍ନାକୁ ଆସିଛି। ସେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ଏଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ପ୍ରଭାବିତ ପରିବାରଙ୍କୁ ସରକାର କ୍ଷତିପୂରଣ ସହିତ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ମମତାଙ୍କ ଉପରେ ବର୍ଷିଲେ ରାଜ୍ୟପାଳ

ରାଜ୍ୟପାଳ ଜଗଦୀପ ଧନଖେର କହିଛନ୍ତି ରାଜ୍ୟ ଜଳୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆଖି ବୁଜି ଦେଇଛନ୍ତି। ଶୁକ୍ରବାର ରାଜ୍ୟପାଳ ଆସାମର ରଣପାଗଲି ଏବଂ ଶ୍ରୀରାମପୁର ଶିବିର ଦେଖିବାକୁ ଯାଇଥିଲେ। ଏହି ଦୁଇଟି ଆସାମର ରିଲିଫ କ୍ୟାମ୍ପ। ଯେଉଁଠିକୁ ପଶ୍ଚିମବଙ୍ଗରେ ହିଂସା ପରେ ପ୍ରଭାବିତ ଲୋକ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ଶିବିରରେ ମୁଣ୍ଡ ଗୁଞ୍ଜିଛନ୍ତି। ରାଜ୍ୟପାଳ ଏହି ପ୍ରଭାବିତ ଲୋକଙ୍କୁ ଭେଟିବା ସହିତ ରାଜ୍ୟକୁ ଫେରି ଆସିବାକୁ ନିବେଦନ କରିଛନ୍ତି। ଏହି ସମୟରେ ପ୍ରଭାବିତ ଲୋକମାନେ ପ୍ରାଣ ବିକଳରେ ରାଜ୍ୟପାଳଙ୍କ ଗୋଡ଼ ଧରି ଜୀବନ ବଞ୍ଚାଇବାକୁ ଅନୁରୋଧ କରିଥିଲେ।

ରାଜ୍ୟପାଳ କହିଛନ୍ତି, ଲୋକମାନେ ପୁଲିସ ଏବଂ ଥାନାକୁ ଯିବା ପାଇଁ ଭୟ କରୁଛନ୍ତି। ସମସ୍ତେ ଜାଣିଛନ୍ତି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଶାସକ ଦଳର ଦଳର କର୍ମୀଙ୍କୁ ପୁଲିସ ଭୟ କରୁଛି। ମୋ ଛାତିରେ ଗୁଳି ଚଳାଇଲେ ବି ମୁଁ ସହିବାକୁ ପ୍ରସ୍ତୁତ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos