ପୁଣି ଫେରିଲା ନାଇଟ୍ କର୍ଫ୍ୟୁ

ମୁମ୍ବାଇ: ପୁଣି ଫେରିଲା ନାଇଟ କର୍ଫ୍ୟୁ। ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ସହରକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ। ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି।  ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ଆସନ୍ତା ୨୮ ତାରିଖ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ସେହି ରାତି ୧୧ ପୂର୍ବରୁ ହୋଟଲ […]

night-curfew

night-curfew

Madhupriya Mistry
  • Published: Sunday, 21 February 2021
  • Updated: 21 February 2021, 01:45 PM IST

Sports

Latest News

ମୁମ୍ବାଇ: ପୁଣି ଫେରିଲା ନାଇଟ କର୍ଫ୍ୟୁ। ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ସହରକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ। ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି।  ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି।

ସେହିପରି ଆସନ୍ତା ୨୮ ତାରିଖ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ସେହି ରାତି ୧୧ ପୂର୍ବରୁ ହୋଟଲ ଗୁଡିକ ମଧ୍ୟ ବନ୍ଦ ରହିବ।  ବିବାହ ଏବଂ ଭୋଜିଭାତ କିମ୍ବା କୌଣସି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏଭଳି କାର୍ଯ୍ୟକ୍ରମ ପାଇଁ ପୁଲିସ ଠାରୁ ଏନଓସି ନେବାକୁ ପଡିବ। କର୍ଫ୍ୟୁ ସମୟରେ ବିବାହ, ହଲ, ବଜାର, ସିନେମା ହଲ ଆଦି ପୁରାପୁରି ବନ୍ଦ ରହିବ।  ଆସନ୍ତାକାଲିଠାରୁ ନୂଆ ଗାଇଡଲାଇନ୍  କାର୍ଯ୍ୟକାରୀ ହେବ ବୋଲି ପୁଣେ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି। ପୁଣେ ସହରରେ ସ୍କୁଲ କଲେସ ସମେତ କୋଚିଂ ସେଣ୍ଟର ଖୋଲିବା ଉପରେ ମଧ୍ୟ ରୋକ ଲଗାଯାଇଛି। ଯଦି ଆଗକୁ କରୋନା ମାମଲା ଲଗାର ବଢ଼ିବାକୁ ଲାଗେ, ତା’ହେଲେ ସନ୍ଧ୍ୟା ୫ରୁ ସକାଳ ୫ଟା ଯାଏଁ ୧୨ ଘଣ୍ଟିଆ ନାଇଟ କର୍ଫ୍ୟୁ ଲାଗୁ କରାଯାଇପାରେ ବୋଲି ମହାମରାଷ୍ଟ୍ର ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos