୪ଟି ବୋତଲ ମଦ ପିଇବା ପରେ ନିଶା ହେଲାନି, ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏହି ବ୍ୟକ୍ତି

ଉଜ୍ଜୟୀନ: ଗୋଟିଏ ନୁହେଁ। ୪ଟି ବୋତଲ କିଣି ମଦ ପିଇଲେ। ହେଲେ ନିଶା ଧରିଲାନି। ଫଳରେ ବ୍ୟକ୍ତି  ଜଣକ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ମଧ୍ୟପ୍ରଦେଶର ଉଜ୍ଜୟୀନ ଜିଲ୍ଲାରୁ ଏକଳି ଏକ ରୋଚକ ଖବର ଆସିଛି। ଜଣେ ମଧ୍ୟବୟସ୍କ ବ୍ୟକ୍ତି ମଦ୍ୟପାନ କରିବା ପରେ ନିଶା ହୋଇ ନଥିବା ଅଭିଯୋଗ କରିଛନ୍ତି। ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ମିଳୁଥିବା ମଦରେ  ଅପମିଶ୍ରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।ଏନେଇ ସେ ମଧ୍ୟପ୍ରଦେଶ ଅବକାରୀ ମନ୍ତ୍ରୀ ଓ […]

dddd

dddd

Tapas Behera
  • Published: Sunday, 08 May 2022
  • Updated: 08 May 2022, 06:15 PM IST

Sports

Latest News

ଉଜ୍ଜୟୀନ: ଗୋଟିଏ ନୁହେଁ। ୪ଟି ବୋତଲ କିଣି ମଦ ପିଇଲେ। ହେଲେ ନିଶା ଧରିଲାନି। ଫଳରେ ବ୍ୟକ୍ତି  ଜଣକ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ମଧ୍ୟପ୍ରଦେଶର ଉଜ୍ଜୟୀନ ଜିଲ୍ଲାରୁ ଏକଳି ଏକ ରୋଚକ ଖବର ଆସିଛି। ଜଣେ ମଧ୍ୟବୟସ୍କ ବ୍ୟକ୍ତି ମଦ୍ୟପାନ କରିବା ପରେ ନିଶା ହୋଇ ନଥିବା ଅଭିଯୋଗ କରିଛନ୍ତି। ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ମିଳୁଥିବା ମଦରେ  ଅପମିଶ୍ରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।ଏନେଇ ସେ ମଧ୍ୟପ୍ରଦେଶ ଅବକାରୀ ମନ୍ତ୍ରୀ ଓ ରାଜ୍ୟ ଗୃହମନ୍ତ୍ରୀଙ୍କ ନିକଟରେ  ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ହେଉଛନ୍ତି ଲୋକେନ୍ଦ୍ର ସାଥିୟା। ଉଜ୍ଜୟୀନ ବାହାଦୁର ଗଞ୍ଜର ତାଙ୍କ ଘର। ସେ ଗତ ଏପ୍ରିଲ ୧୨ ତାରିଖରେ ୪ଟି  କ୍ୱାର୍ଟରର ଦେଶୀ ଲିକର କିଣିଥିଲେ। କିନ୍ତୁ ୪ଟା ଯାକ ପିଇବା ପରେ ତାଙ୍କୁ ନିଶା ହୋଇ ନଥିଲା। ଏନେଇ ସେ କିଣିଥିବା ମଦ ଦୋକାନ ଯାଇ ଅଭିଯୋଗ କରିଥିଲେ। ପରେ ସେ ମଧ୍ୟପ୍ରଦେଶ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଅପମିଶ୍ରଣ କଥା ଉଠାଇଛନ୍ତି। ସେହିପରି ଆଉ ଏକ ଚିଠି ଅବକାରୀ ବିଭାଗକୁ ପଠାଇଛନ୍ତି। ରାଜ୍ୟରେ ନକଲି ମଦ ବିକ୍ରି ହେଉଥିବା ସେ ଅଭିଯୋଗ କରିଛନ୍ତି  ।

ଅଭିଯୋଗରେ  ସେ କିଣିଥିବା ମଦ କମ୍ପାନୀର ନାମ ଉଲ୍ଲେଖ କରିଛନ୍ତି। ମଦରେ ଅଧିକ ପାଣି ମିଶାଯାଉଥିବା ସେ ଅଭିଯୋଗ କରିଛନ୍ତି।  ସେହିପରି ଦୁଇଟି ମଦ ବୋତଲ କିଣି ଅବକାରି ବିଭାଗକୁ  ଯାଞ୍ଚ ପାଇଁ ନିବେଦନ କରିଛନ୍ତି । ପରୀକ୍ଷା କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଘଟଣାର ତଦନ୍ତ ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos