ବିଜୁଳି ସଂଯୋଗ ହୋଇନି, କିନ୍ତୁ ଗାଁ ଲୋକଙ୍କୁ ମିଳିଲା ୬୦ ହଜାର ଟଙ୍କାର ବିଲ୍‌

ଶାମଲି: ଗୋଟିଏ ଅଜବ ଘଟଣା ସାମ୍ନାକୁ ଆସିଛି। ବିଜୁଳି ସଂଯୋଗ ହୋଇନି। କିନ୍ତୁ ଲୋକଙ୍କୁ ବିଜୁଳି ବ୍ୟବହାର କରିଥିବାରୁ ଆସିଛି ବିଲ୍‌। ହଜାରେ କି ଦୁଇ ହଜାର ନୁହେଁ, ୬୦ ହଜାର ଟଙ୍କା ଯାଏ ବିଲ୍‌ ପୈଠକ କରିବାକୁ କର୍ତ୍ତୃପକ୍ଷ ନୋଟିସ କରିଛନ୍ତି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲା ଅନ୍ତର୍ଗତ ଝିନଝାହାନା ଅଞ୍ଚଳରେ ଥିବା ୧୨ଟି ଗାଁର ଲୋକଙ୍କ ସହ ଏପରି ଘଟଣା ପ୍ରଶାସନର ଅସଲ ଚେହେରାକୁ ପଦାରେ ପକାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଜୁଳି ସଂଯୋଗ […]

Power

Power

Hemant Lenka
  • Published: Tuesday, 22 November 2022
  • Updated: 22 November 2022, 03:59 PM IST

ଶାମଲି: ଗୋଟିଏ ଅଜବ ଘଟଣା ସାମ୍ନାକୁ ଆସିଛି। ବିଜୁଳି ସଂଯୋଗ ହୋଇନି। କିନ୍ତୁ ଲୋକଙ୍କୁ ବିଜୁଳି ବ୍ୟବହାର କରିଥିବାରୁ ଆସିଛି ବିଲ୍‌। ହଜାରେ କି ଦୁଇ ହଜାର ନୁହେଁ, ୬୦ ହଜାର ଟଙ୍କା ଯାଏ ବିଲ୍‌ ପୈଠକ କରିବାକୁ କର୍ତ୍ତୃପକ୍ଷ ନୋଟିସ କରିଛନ୍ତି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲା ଅନ୍ତର୍ଗତ ଝିନଝାହାନା ଅଞ୍ଚଳରେ ଥିବା ୧୨ଟି ଗାଁର ଲୋକଙ୍କ ସହ ଏପରି ଘଟଣା ପ୍ରଶାସନର ଅସଲ ଚେହେରାକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜୁଳି ସଂଯୋଗ ହୋଇ ନଥିଲେ ମଧ୍ୟ ଏହି ୧୨ ଗାଁର ଲୋକମାନେ ଏବେ ୩୦ରୁ ୬୦ ହଜାର ଟଙ୍କାର ବିଲ୍‌ ପାଇବା ଆରମ୍ଭ କରିଛନ୍ତି। ଏପରି ଘଟଣା ବିଲ ପାଇଥିବା ଲୋକଙ୍କୁ କ୍ରୋଧିତ ଓ ମର୍ମାହତ କରିଛି। ଗାଁର ଲୋକମାନେ ଏବେ କ’ଣ କରିବେ ଓ କାହା ନିକଟରେ ଅଭିଯୋଗ କରିବେ, ସେକଥା ମଧ୍ୟ ବୁଝି ପାରୁନାହାନ୍ତି।

କିଛି ବର୍ଷ ତଳେ ପ୍ରଥମେ ବିଲ ପାଇଥିବା ଲୋକଙ୍କ ଘରେ ଇଲେକ୍ଟ୍ରିସିଟି ମିଟର ଲଗାଯାଇଥିଲା। କିଛି ଘରେ ୧୦ ବର୍ଷ ତଳୁ ହିଁ ମିଟର ଲଗାଯାଇଛି। ମିଟର ଲଗାଇବା ବେଳେ ଅଧିକାରୀମାନେ କହିଥିଲେ ଯେ ସମସ୍ତଙ୍କୁ ବିଜୁଳି ଦିଆଯିବ ଓ ପାୱାର ମିଟର ବାବଦରେ କୌଣସି ପ୍ରକାରର ଟଙ୍କା ଆଦାୟ କରାଯିବନି।

କିନ୍ତୁ ପ୍ରଶାସନର ଏହି ପ୍ରତିଶ୍ରୁତି ପାଣିର ଗାର ହୋଇଥିଲା। ମିଟର ସିନା ଲଗାଇ ଦିଆଗଲା, ହେଲେ ଏଯାଏ ସେମାନଙ୍କୁ ବିଜୁଳି ମିଳିନି। ବର୍ତ୍ତମାନ ସମସ୍ତଙ୍କୁ ଚକିତ କରି ୧୨ ଗାଁର ଅନେକ ଲୋକଙ୍କୁ ବିଜୁଳି ବିଲ୍‌ ପୈଠ କରିବାକୁ କୁହାଯାଇଛି। ଶାମଲି ଜିଲ୍ଲାର ଖୋକସା, ଆଲ୍ଲାଉଦ୍ଦିନପୁର, ଦୁଧିଲି, ଡେରା ଭାଗିରଥ, ନୂଆ ଗାଁ ଭଳି ୧୨ଟି ଗାଁର ଅନେକ ଲୋକଙ୍କ ନାଁରେ ୩୦ରୁ ୬୦ ହଜାର ଟଙ୍କା ଯାଏ ବିଜୁଳି ବିଲ୍‌ ଆସିଛି।

ଏହି ୧୨ ଗାଁରେ ଅଧିକାଂଶ ଲୋକ ବାୱାରିଆ ଆଦିବାସୀ ସଂପ୍ରଦାୟର। ସରକାର କାଗଜକଲମରେ ପଛୁଆ ବର୍ଗରେ ଥିବା ବାୱାରିଆ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚାହୁଁଛନ୍ତି। ହେଲେ ବାସ୍ତବ ସ୍ଥିତି କିଛି ଭିନ୍ନ କଥା କହୁଛି।

ଖୋକସା ଗାଁକୁ ଉଦାହରଣ ଭାବେ ନିଆଯାଉ। ଏହି ଗାଁ କିମ୍ବା ଏହାର ଆଖପାଖ ଅଞ୍ଚଳରେ କୌଣସି ପ୍ରକାରର ବିଜୁଳି ଲାଇନ ଯାଇନାହିଁ। କିନ୍ତୁ ଗାଁର ପ୍ରତିଟି ଘରେ ବିଜୁଳି ମିଟର ଲାଗିଛି। ଖୋକସା ଗାଁର ଲୋକ ସଂଖ୍ୟା ହେଉଛି ୨୫୦। ଏଠାରେ ସବୁ ଲୋକ ସମାନ ସମସ୍ୟାରେ ପଡ଼ିଛନ୍ତି।

ଗାଁର ସରୋଜ ଦେବୀ କହିଛନ୍ତି, “ପ୍ରାୟ ୩ ବର୍ଷ ତଳେ ଆମ ଘରେ ୪ଟି ମିଟର ଲଗାଯାଇଥିଲା। ଏଗୁଡ଼ିକ ମାଗଣାରେ ଆମକୁ ମିଳିବ ଓ ଖୁବଶୀଘ୍ର ଆଲୁଆ ଜଳିବ ବୋଲି ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଗତ ସପ୍ତାହରେ ବିଜୁଳି ବିଭାଗର କର୍ମଚାରୀ ଆମ ପାଖକୁ ଆସିଥିଲେ। ଏଥିସହ ସେମାନେ ପ୍ରତି ମିଟର ପିଛା ଆମକୁ ୫୦ରୁ ୬୦ ହଜାର ଟଙ୍କାର ବିଲ୍‌ ଧରାଇ ଦେଇ ଯାଇଛନ୍ତି। ଆମେ ଏତେ ଟଙ୍କା କେଉଁଠୁ ଆଣିବୁ? କେମିତି ବିଲ୍‌ ପୈଠ କରିବୁ?”

କେବଳ ଖୋକସା ଗାଁର ଲୋକ ଏପରି ସମସ୍ୟାର ସମ୍ମୁଖୀନ ହେଉ ନାହାନ୍ତି। ଆଖପାଖ ଗାଁରେ ମଧ୍ୟ ବିଜୁଳି ନଥାଇ ଲୋକଙ୍କୁ ବିଲ୍‌ ପୈଠ କରିବାକୁ କୁହାଯାଇଛି ବୋଲି ଖୋକସା ଗାଁର ପୂର୍ବତନ ପ୍ରଧାନ ଭଗତ ରାମ କହିଛନ୍ତି।

ଆଲ୍ଲାଉଦ୍ଦିନପୁରର ସୁନ୍ଦରବତୀ ଦେବୀ କହିଛନ୍ତି, ଆମ ପରିବାରୁ ୪୦ ହଜାର ଟଙ୍କାର ବିଜୁଳି ବିଲ ଆସିଛି। ଆମ ଘରେ ୨୦୧୨ରେ ମିଟର ଲାଗିଥିଲା। କିନ୍ତୁ ଆମେ କେବେ ହେଲେ ବିଜୁଳି ସଂଯୋଗ ପାଇନି। କାହିଁକି ଆମେ ଟଙ୍କା ଦେବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story