‘ଟିକାକରଣ ଯୋଗୁ କରୋନାର ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଛି’

ନୂଆଦିଲ୍ଲୀ: ଭାରତ ସମେତ ସାରା ଦୁନିଆରେ କରୋନା ଭାଇରସକୁ ରୋକିବା ପାଇଁ ଟିକାକରଣ ଅଭିଯାନ ଜାରି ରହିଛି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ଏହାରି ଭିତରେ ଫ୍ରାନ୍ସର ନୋବେଲ ପୁରସ୍କାର ବିଜେତା ପ୍ରଫେସର୍ ଲ୍ୟୁକ୍ ମଣ୍ଟେଗନିୟର୍ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କରୋନା ଭାଇରସ ଶେଷ ହେବା ବଦଳରେ ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି ହେଉଛି। ସୋଶାଲ ମିଡିଆରେ ପ୍ରଫେସର୍ ମଣ୍ଟେଗନିୟରଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି, […]

COVID-VACCINE

COVID-VACCINE

Ranjit Kumar Jena
  • Published: Monday, 24 May 2021
  • Updated: 25 May 2021, 01:53 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସମେତ ସାରା ଦୁନିଆରେ କରୋନା ଭାଇରସକୁ ରୋକିବା ପାଇଁ ଟିକାକରଣ ଅଭିଯାନ ଜାରି ରହିଛି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ଏହାରି ଭିତରେ ଫ୍ରାନ୍ସର ନୋବେଲ ପୁରସ୍କାର ବିଜେତା ପ୍ରଫେସର୍ ଲ୍ୟୁକ୍ ମଣ୍ଟେଗନିୟର୍ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କରୋନା ଭାଇରସ ଶେଷ ହେବା ବଦଳରେ ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି ହେଉଛି।

ସୋଶାଲ ମିଡିଆରେ ପ୍ରଫେସର୍ ମଣ୍ଟେଗନିୟରଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ଏହି ଦାବି କରିଛନ୍ତି। ପ୍ରଫେସର୍ ଲ୍ୟୁକ୍ କହିଛନ୍ତି, ନୂଆ ଭାରିଆଣ୍ଟ ସୃଷ୍ଟି କରିବାରେ କରୋନା ଭ୍ୟାକସିନ୍ ହିଁ ମୁଖ୍ୟ କାରଣ। ମହାମାରୀ ବୈଜ୍ଞାନିକଙ୍କୁ ମଧ୍ୟ ଏ ସମ୍ବନ୍ଧରେ ଭଲଭାବେ ଜଣାଅଛି, ଏହା ସତ୍ତ୍ୱେ ଏହାକୁ ନେଇ ସେମାନେ ଚୁପ୍ ରହିଛନ୍ତି। ପ୍ରଫେସର୍ ଲ୍ୟୁକ୍ ଏହି ଘଟଣାକୁ ‘ଆଣ୍ଟିବଡି-ଡିପେଡେଣ୍ଟ ଏନହାନ୍ସମେଣ୍ଟ’ କହିଛନ୍ତି। ପ୍ରଫେସର୍ ଲ୍ୟୁକ୍ ଜଣେ ଭାଇରୋଲୋଜିଷ୍ଟ ଓ ୧୨ ବର୍ଷ ତଳେ ୨୦୦୮ରେ ସେ ନୋବେଲ୍ ପୁରସ୍କାର ଜିତିଥିଲେ।

ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଲ୍ୟୁକ୍ କହିଥିଲେ ଯେ ଟିକାକରଣ ଯୋଗୁ ନୂଆ ନୂଆ ଭାରିଆଣ୍ଟ ଉତ୍ପନ ହେଉଛି। ଇଣ୍ଟରଭ୍ୟୁରେ ପ୍ରଫେସରଙ୍କୁ ପଚରାଯାଇଥିଲା ଯେ ଜାନୁଆରୀରୁ ଟିକାକରଣ ଆରମ୍ଭ ହେବା ପରଠାରୁ ସଂକ୍ରମଣର ନୂଆ ନୂଆ ମାମଲା ଏବଂ ଏଥିରୁ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତର ବଢ଼ୁଛି। ଏହା ଉପରେ ଆପଣଙ୍କ ମତ କ’ଣ? ଜବାବରେ ପ୍ରଫେସର୍ କହିଥିଲେ, କରୋନାର ଟିକାକରଣ ଅଭିଯାନ ଏକ ‘ଅସ୍ୱୀକାର୍ଯ୍ୟ ଭୁଲ୍‌’। ସାମୂହିକ ଟିକାକରଣ ଏକ ବୈଜ୍ଞାନିକ ତ୍ରୁଟି ହେବା ସହ ଏକ ଚିକିତ୍ସାଜନିତ ତ୍ରୁଟି। ଭ୍ୟାକସିନ୍ ଆଣ୍ଟିବଡି ପ୍ରସ୍ତୁତ କରିଥାଏ, ଯାହା ଭାଇରସକୁ ଦ୍ୱିତୀୟ ବାଟ ଖୋଜିବା କିମ୍ବା ମରିବା ପାଇଁ ବାଧ୍ୟ କରିଥାଏ ଏବଂ ଏହି କାରଣରୁ ମଧ୍ୟ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଥାଏ।

https://twitter.com/AmyMek/status/1394788927802732545?s=20

ପ୍ରଫେସର୍ ମଣ୍ଟେଗନିୟର୍ କହିଛନ୍ତି, ପ୍ରତିଟି ଦେଶରେ ବର୍ତ୍ତମାନ ସମାନ ପରିସ୍ଥିତି ରହିଛି। କରୋନା କାରଣରୁ ମୃତ୍ୟୁର ଗ୍ରାଫ୍ ସହିତ ଟିକାକରଣର ଗ୍ରାଫ୍ ଚାଲିଛି। ଭ୍ୟାକସିନ୍ ନେବା ପରେ ଯେଉଁ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ସହ ଏହି ପ୍ରୟୋଗ କରାଯାଉଛି। ଏହାସହ ଟିକାକରଣ ଦ୍ୱାରା ହିଁ କରୋନାର ନୂଆ ଭାରିଆଣ୍ଟ ସୃଷ୍ଟି ହେଉଛି, ଯାହା ଭ୍ୟାକସିନ୍ ପ୍ରତିରୋଧକ ଅଟେ।

ଏହା ପୂର୍ବରୁ ପ୍ରଫେସର୍ ମଣ୍ଟେଗନିୟର କରୋନାକୁ ନେଇ ଆଶ୍ଚର୍ଯ୍ୟଚକିତ କଲା ଭଳି ଦାବି କରିସାରିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ସେ କହିଥିଲେ ଯେ କରୋନା ଭାଇରସ୍ ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା ଭାଇରସ୍ ଅର୍ଥାତ୍ ଏହାଏକ ମାନବ ପ୍ରସ୍ତୁତ ଭାଇରସ୍। ଅନ୍ୟପକ୍ଷରେ ମାର୍ଚ୍ଚରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଥିଲା ଯେ ଉହାନ୍ ଲ୍ୟାବରୁ କରୋନା ଭାଇରସ୍ ବ୍ୟାପିନାହିଁ ବରଂ ଏହା ପଶୁଠାରୁ ମଣିଷକୁ ବ୍ୟାପିଛି। ତେବେ କରୋନା ଭାଇରସର ଉତ୍ପତି କେଉଁଠୁ ହେଲା, ତାହା ଏବେବି ରହସ୍ୟ ଘେରରେ ରହିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos