ଲକ୍ଷ୍ନୌ: ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ତଥା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ଶାରିରୀକ ଅସୁସ୍ଥତା ଯୋଗୁ ତାଙ୍କୁ ଲକ୍ଷ୍ନୌରେ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା, ଅମ୍ଳଜାନ ସ୍ତର ହ୍ରାସ ଏବଂ ପରିସ୍ରା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।
ଅଯୋଧ୍ୟାରେ ଏକ ଡାକ୍ତରୀ ଟିମ୍ ରବିବାର ସକାଳେ ମହନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲା। ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ମହନ୍ତଙ୍କୁ ଲକ୍ଷ୍ନୌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୮୩ ବର୍ଷୀୟ ନୃତ୍ୟ ଗୋପାଳଦାସ ଗତ ବର୍ଷ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ସର୍ବସାଧାରଣ କାର୍ଯ୍ୟରୁ ଦୂରେଇ ରହି ତାଙ୍କ ବାସଭବନରେ ଏକାକି ରହିଆସୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।