ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ହିନ୍ଦୁ ଯୁବକଙ୍କୁ ରଡ଼ରେ ପିଟି ହତ୍ୟା  

ହାଇଦ୍ରାବାଦ: କୁହାଯାଏ ପ୍ରେମ ଅନ୍ଧ। ଜାତି, ଧର୍ମ ରଙ୍ଗ ରୂପର ବାଛବିଚାର କରେନି ପ୍ରେମ। ହେଲେ ପରିବାର ସେହି ପ୍ରେମକୁ ସ୍ୱୀକୃତି ଦିଏନି। ଧର୍ମ ବାରେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ପାଚେରି  ଠିଆକରେ। ଆଉ ଦରକାର ପଡ଼ିଲେ ଦୁହିଙ୍କୁ ଅଲଗା ପାଇଁ ଭୟଙ୍କର ପ୍ରତିଶୋଧ ନିଏ। କିଛି ଏମିତି ଘଟଣାକ୍ରମର ପ୍ରତିଫଳନ  ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ସରୋରନଗର ଦେଖିବାକୁ ମିଳିଛି । ଜଣେ ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା […]

hindu

hindu

Tapas Behera
  • Published: Thursday, 05 May 2022
  • Updated: 05 May 2022, 07:02 PM IST

Sports

Latest News

ହାଇଦ୍ରାବାଦ: କୁହାଯାଏ ପ୍ରେମ ଅନ୍ଧ। ଜାତି, ଧର୍ମ ରଙ୍ଗ ରୂପର ବାଛବିଚାର କରେନି ପ୍ରେମ। ହେଲେ ପରିବାର ସେହି ପ୍ରେମକୁ ସ୍ୱୀକୃତି ଦିଏନି। ଧର୍ମ ବାରେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ପାଚେରି  ଠିଆକରେ। ଆଉ ଦରକାର ପଡ଼ିଲେ ଦୁହିଙ୍କୁ ଅଲଗା ପାଇଁ ଭୟଙ୍କର ପ୍ରତିଶୋଧ ନିଏ। କିଛି ଏମିତି ଘଟଣାକ୍ରମର ପ୍ରତିଫଳନ  ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ସରୋରନଗର ଦେଖିବାକୁ ମିଳିଛି । ଜଣେ ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସର୍ବସାଧାରଣରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଦୃଶ୍ୟ ମୋବାଇଲ କ୍ୟମେରାରେ କଏଦ ହୋଇଛି।

ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଲହୁଲୁହାଣ ହୋଇ ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ଆକ୍ରମଣକାରୀଙ୍କ ସହ ଲଢ଼ୁଥିବା ଲକ୍ଷ୍ୟ କରାଯାଇଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହିନ୍ଦୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ହେଉଛନ୍ତି ମୁସଲିମ। ତେବେ ଯୁବକଙ୍କ ସ୍ତ୍ରୀଙ୍କର ଦୁଇ ଜଣ ସମ୍ପର୍କୀୟ ଏହି ଜଘନ୍ୟ ଅପରାଧ ଘଟାଇଥିବା ଜଣାପଡ଼ିଛି।  ମୃତକ ହେଲେ ବି ନାଗାରାଜୁ ଏବଂ ତାଙ୍କ ପତ୍ନୀ ଆଶ୍ରିନ୍‌ ସୂଲତାନା। ଉଭୟେ ହେଉଛନ୍ତି ପିଲାଦିନର ସାଥୀ। ୩ ମାସ  ପୂର୍ବେ ଉଭୟେ ବିବାହ କରିଥିଲେ।  ବୁଧବାର ସନ୍ଧ୍ୟା ୮ଟା ୪୫। ନବବିବାହିତ ଦମ୍ପତି ଜଣକ ବାଇକ୍‌ରେ ଘରୁ ବାହାରିଥିଲେ। କିନ୍ତୁ ହଠାତ୍ ଦୁଇ ଜଣ ଆସି ତାଙ୍କୁ ଅଟକାଇଥିଲେ। ସଙ୍ଗେ ସଙ୍ଗେ ଏକ ଲୁହାରଡ଼ରେ ବି ନାଗାରାଜୁଙ୍କୁ  ଆକ୍ରମଣ କରିଥିଲେ। ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ସେଠାରେ ଲୋକ ରୁଣ୍ଡ ହୋଇଯାଇଥିଲେ। କିନ୍ତୁ ଆକ୍ରମଣକାରୀଙ୍କୁ କେହି ଅଟକାଇ ପାରି ନଥିଲେ। ଅଧିକାଂଶ ଲୋକେ ଏହି ଅପରାଧକୁ ନିଜ ମୋବାଇଲରେ ରେକର୍ଡ଼ କରୁଥିଲେ। ମିଳିଥିବା ଭିଡିଓରେ ଆକ୍ରମଣ ପରେ ସ୍ୱାମୀ ମୂମୁର୍ଷ ଅବସ୍ଥାରେ ପଡ଼ିଥିବା ବେଳେ ଧାର ଧାର ହୋଇ ରକ୍ତ ବହିଥିଲା ।

ଏହି ସମୟରେ ଆକ୍ରମଣକାରୀଙ୍କ ସହ ଲଢ଼ି ନିରାଶ ହେବା ପରେ ସ୍ତ୍ରୀ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ କେହି ସାହାଯ୍ୟ ପାଇଁ ଆସି ନଥିଲେ । କିଛି କ୍ଷଣ ପରେ ସ୍ୱାମୀ  ବି.ନାଗାରାଜୁଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଏକ ଟିମ୍‌ ଗଠନ କରିଛି। ସିସିଟିଭି ଫୁଟେରଜ ଯାଞ୍ଚ କରି ପୁଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି।

ଗତ ଜାନୁଆରୀ ୩୧ରେ ଉଭୟେ ବି. ନାଗାରାଜୁ ଏବଂ ତାଙ୍କ ପତ୍ନୀ ଆଶ୍ରିନ୍‌ ସୂଲତାନା ପ୍ରେମ ବିବାହ କରିଥିଲେ। ହାଇଦ୍ରାବଦ ଆର୍ଯ୍ୟ ସମାଜ ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା। ପୁଲିସ କହିଛି ଏହି ବିବାହ ପାଇଁ ଯୁବତୀଙ୍କ ପରିବାରରର ସମ୍ମତି ନଥିଲା। କ୍ଲାସ ୧୦ରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ପରେ ପ୍ରେମ ରୂପ ନେଇ ଥିଲା । ବିବାହ ପରେ ସୂଲତାନା ତାଙ୍କ ନାମ ପରିବର୍ତ୍ତନ କରି ପଲ୍ଲବୀ ରଖିଥିଲେ। କିନ୍ତୁ ନାଗାରାଜୁ ସୂଲତାନାଙ୍କଠାରୁ ଦୂରେଇ ଯିବାକୁ ପରିବାର ଲୋକେ ଧମକ ଦେଇଥିଲେ।  କିନ୍ତୁ ପତ୍ନୀର ହାତ ଛାଡ଼ିବାକୁ ମନା କରିଦେଇ ଥିଲେ ନାଗାରାଜୁ। ଆଉ ଶେଷରେ ସୂଲତାନାଙ୍କ ଘର ଲୋକେ ନାଗାରାଜୁଙ୍କୁ ଜୀବନରୁ ଶେଷ କରିଦେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା  ପ୍ରକାଶ ପାଇବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଜେପି ପକ୍ଷରୁ ଆନ୍ଦୋନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos