ଅକ୍ସିଜେନର ଅଭାବ ପୂରଣ କରିବାକୁ ପୁଣି ବଡ଼ ପଦକ୍ଷେପ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ, ଅକ୍ସିଜେନ ଅଭାବର ପୂରଣ କରିବା ପାଇଁ ୧ ଲକ୍ଷ ଅକ୍ସିଜେନ ପୋର୍ଟେବୁଲ ଅକ୍ସିଜେନ କୋନସେନଟ୍ରେଟର୍ସ କିଣାଯିବ ଏବଂ ୫୦୦ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଏଥିପାଇଁ ଆର୍ଥିକ ସହାୟତା ଯୋଗାଇବ ପିଏମ୍ କେୟାର ଫଣ୍ଡ। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅକ୍ସିଜେନ କୋନସେନଟ୍ରେଟର୍ସକୁ ଯଥାଶୀଘ୍ର କିଣାଯାଇ ରାଜ୍ୟ ଗୁଡ଼ିକୁ ବିତରଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅକ୍ସିଜେନ […]

MOdi

MOdi

Subhransu Sekhar
  • Published: Wednesday, 28 April 2021
  • Updated: 28 April 2021, 06:44 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ, ଅକ୍ସିଜେନ ଅଭାବର ପୂରଣ କରିବା ପାଇଁ ୧ ଲକ୍ଷ ଅକ୍ସିଜେନ ପୋର୍ଟେବୁଲ ଅକ୍ସିଜେନ କୋନସେନଟ୍ରେଟର୍ସ କିଣାଯିବ ଏବଂ ୫୦୦ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଏଥିପାଇଁ ଆର୍ଥିକ ସହାୟତା ଯୋଗାଇବ ପିଏମ୍ କେୟାର ଫଣ୍ଡ। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅକ୍ସିଜେନ କୋନସେନଟ୍ରେଟର୍ସକୁ ଯଥାଶୀଘ୍ର କିଣାଯାଇ ରାଜ୍ୟ ଗୁଡ଼ିକୁ ବିତରଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅକ୍ସିଜେନ ପ୍ଲାଣ୍ଟ ଯଥାଶୀଘ୍ର ତିଆରି ହେବା ଦରକାର ବୋଲି ସେ କହିଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅକ୍ସିଜେନର ଚାହିଦା ବଢ଼ିଛି। ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଥିବାରୁ ଅନେକ ଆକ୍ରାନ୍ତ ଚିକିତ୍ସା ବେଳେ ଆଖି ବୁଜୁଛନ୍ତି। ଏଭଳି ସ୍ଥିତିରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଦେଶରୁ ଅକ୍ସିଜେନ ଟ୍ୟାଙ୍କର ଏବଂ ଅକ୍ସିଜେନ କୋନସେନଟ୍ରେଟର୍ସ। ଆଉ ବିଭିନ୍ନ ଶିଳ୍ପ କମ୍ପାନୀ ମଧ୍ୟ ଅକ୍ସିଜେନ ତିଆରି କରୁଛନ୍ତି। ସେ ଗୁଡ଼ିକୁ କେନ୍ଦ୍ର ସରକାର ଅକ୍ସିଜେନ ଏକ୍ସପ୍ରେସ ଜରିଆରେ ବିଭିନ୍ନ ରାଜ୍ୟକୁ ପଠାଉଛନ୍ତି।

କେନ୍ଦ୍ର ସରକାର କହିଛନ୍ତି  ଅକ୍ସିଜେନ କୋନସେନଟ୍ରେଟର୍ସ ଟାୟାର ଟୁ ଏବଂ ଟାୟାର ଥ୍ରୀ ସହରରେ ଆବଶ୍ୟକତା ପୂରଣ କରିପାରିବ। ଯେଉଁଭଳି ଅକ୍ସିଜେନର ଚାହିଦା ରହିଛି ଏହାକୂ ପୂରଣ କରିବା ପାଇଁ କୋନସେନଟ୍ରେଟର୍ସ ଏକ ବଡ଼ ଭୂମିକା ଗ୍ରହଣ କରିବ।

ସୂଚନାଯୋଗ୍ୟ ଏହା ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଘୋଷଣା ହୋଇଛି ଯେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡ ଯୋଗାଇବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତତ୍ତ୍ୱବଧାନରେ ଏହି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଯେତେ ଶୀଘ୍ର ସମ୍ଭବ ପ୍ଲାଣ୍ଟ ତିଆରି ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଏହି ଘୋଷଣାର ୧୦ ଦିନ ପୂର୍ବରୁ କେନ୍ଦ୍ର ସରକାର ୧୬୨ ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ ପିଏମଓ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ୨୦୧.୫୮ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରୁ ଆବଣ୍ଟନ ହୋଇଥିଲା। ଅର୍ଥାତ୍ ଏବେ ସୁଦ୍ଧା ୧,୨୧୩ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ପିଏମ୍ କେୟାର ଫଣ୍ଡରୁ ଅର୍ଡର ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos