ସରକାର ବିରୋଧୀ ବିଚାରଧାରା ଦେଶଦ୍ରୋହ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜମ୍ମ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ସାଂସଦ ଫାରୁକ ଅବଦୁଲ୍ଲା ଏକ ମନ୍ତବ୍ୟ ରଖିଥିଲେ। ଏହି ମନ୍ତବ୍ୟକୁ ଦେଶଦ୍ରୋହ କହି ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ଏବେ ସର୍ବୋଚ୍ଚ କୋର୍ଟ ଏହି ପିଆଇଏଲକୁ ଖାରଜ କରିଛନ୍ତି। ଜଷ୍ଟିସ କିଶାନ କୌଲ ଏହି ରାୟ ଶୁଣାଇଛନ୍ତି।
A bench of the Supreme Court, headed by Justice Sanjay Kishan Kaul, while refusing to entertain a PIL against former J&K CM Farooq Abdullah, observed that the expression of views that are different from the opinion of the government cannot be termed as seditious pic.twitter.com/sn2Ptxf5mb
— ANI (@ANI) March 3, 2021
କୋର୍ଟ ପିଆଇଏଲକୁ ଖାରଜ କରିବା ବେଳେ କହିଛନ୍ତି, ଜଣଙ୍କ ବିଚାରଧାରା ଯଦି ସରକାରଙ୍କ ବିଚାରଧାରାରୁ ଅଲଗା ରହୁଛି ତାହେଲେ ସଂପୃକ୍ତ ବିଚାରଧାରା ବା ମନ୍ତବ୍ୟକୁ ଦେଶଦ୍ରୋହ କହିହେବ ନାହିଁ। ତେବେ ଫାରୁକଙ୍କ ବିରୋଧରେ ଆବଶ୍ୟକ୍ତ ତଥ୍ୟ ଦେଇନପାରିବାରୁ କୋର୍ଟ ଆବେଦନକାରୀଙ୍କ ବିରୋଧରେ ୫୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଆବେଦନକାରୀ କହିଥିଲେ ଯେ ଧାରା ୩୭୦ ବିରୋଧରେ ଲଢ଼େଇ ପାଇଁ ଚାଇନା ଏବଂ ପାକିସ୍ତାନ ପାଖରୁ ଆର୍ଥିକ ସହାୟତା ମାଗିଥିଲେ।
ସୂଚନାଯୋଗ୍ୟ, ୨୦୧୯ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ କଶ୍ନୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଜମ୍ମ କଶ୍ମୀରର ଅନେକ ନେତା। ସେଥିମଧ୍ୟରୁ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ପ୍ରମୁଖ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।