ଆଜମ ଖାନ୍‌ଙ୍କ ପୁଅ ଓ ପତ୍ନୀଙ୍କୁ ଇଡିର ଡାକରା

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ କମୁନି ଅଡୁଆ। ନିକଟରେ ଜେଲରୁ ମୁକୁଳିଥିବା ସପା ନେତାଙ୍କ ଘରକୁ ଏବେ ପୁଣି ଇଡି ସମନ ପଠାଇଛି। ଜୋହର ୟୁନିର୍ଭସିଟି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜମ ଖାନ୍‌ଙ୍କ ପୁଅ ଓ ପତ୍ନୀଙ୍କୁ ସମନ ପଠାଇ ହାଜର ହେବାକୁ କହିଛି। ଇଡି ଜୋହର ୟୁନିର୍ଭସିଟି ସହ ଜଡିତ ଟଙ୍କା ହେରଫେର ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ଆଜମ ଖାନ୍‌ଙ୍କ ପୁଅ ଓ ପତ୍ନୀଙ୍କୁ ପଚରାଉଚରା କରିବା ପାଇଁ ଲକ୍ଷ୍ନୌ […]

azam-khan and his family

azam-khan and his family

Madhupriya Mistry
  • Published: Tuesday, 05 July 2022
  • Updated: 05 July 2022, 02:59 PM IST

Sports

Latest News

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ କମୁନି ଅଡୁଆ। ନିକଟରେ ଜେଲରୁ ମୁକୁଳିଥିବା ସପା ନେତାଙ୍କ ଘରକୁ ଏବେ ପୁଣି ଇଡି ସମନ ପଠାଇଛି। ଜୋହର ୟୁନିର୍ଭସିଟି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜମ ଖାନ୍‌ଙ୍କ ପୁଅ ଓ ପତ୍ନୀଙ୍କୁ ସମନ ପଠାଇ ହାଜର ହେବାକୁ କହିଛି।

ଇଡି ଜୋହର ୟୁନିର୍ଭସିଟି ସହ ଜଡିତ ଟଙ୍କା ହେରଫେର ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ଆଜମ ଖାନ୍‌ଙ୍କ ପୁଅ ଓ ପତ୍ନୀଙ୍କୁ ପଚରାଉଚରା କରିବା ପାଇଁ ଲକ୍ଷ୍ନୌ ଜୋନାଲ ଅଫିସ ଡାକିଛି ଇଡି। ପୂର୍ବରୁ ଏହି ମାମଲାରେ ସୀତାପୁର ଜେଲ୍‌ରେ ବନ୍ଦି ଥିବାବେଳେ ଆଜମ ଖାନ୍‌ଙ୍କୁ ମଧ୍ୟ ଇଡି ପଚରାଉଚରା କରିଥିଲା। ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି।

ଆଜମ ଖାନ୍‌ଙ୍କ ପୁଅ ଉତ୍ତରପ୍ରଦେଶ ବିଧାନସଭାର ସ୍ୱାର ବିଧାନସଭା ଆସନର ବିଧାୟକ ଅଛନ୍ତି। ଆଜମ ଖାନ୍‌ଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତଦନ୍ତ ପାଇଁ ପୁଅ ଅବଦୁଲ୍ଲା ଆଜମ ଖାନ୍‌ ଓ ପତ୍ନୀ ତଞ୍ଜିନ ଫାତମାଙ୍କ ଇଡି ବୟାନ ରେକର୍ଡ କରିବାକୁ ଡାକିଛି।

ଉଲ୍ଲେଖ ଯୋଗ୍ୟ ଯେ, ଭତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଯେଉଁ ସ୍ଥାନରେ ଜୋହର ବିଶ୍ୱବିଦ୍ୟାଳୟ ରହିଛି ସେହି ସ୍ଥାନକୁ ଆଜମ ଖାନ୍‌ ହଡପ କରିନେଇଥିବା ଅଭିଯୋଗ ଅଛି।

ନିକଟରେ ରାମପୁରରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଡି ୪୨,୦୦୦ରୁ ଅଧିକ ଭୋଟ ମାର୍ଜିନରେ ବିଜୟ ହାସଲ କରିଥିଲେ। ଆଜମ ଖାନ୍‌ଙ୍କ ଘନିଷ୍ଠ କୁହାଯାଉଥିବା ପ୍ରାର୍ଥୀ ମହମ୍ମଦ ଆସିମ ରାଜାଙ୍କୁ ଏହି ଆସନରୁ ପରାଜିତ ହୋଇଥିଲେ। ପରେ ଏହି ନିର୍ବାଚନକୁ ନେଇ ଆଜମ ଖାନ୍‌ ପ୍ରଶ୍ନ ଉଠାଇଥିଲେ। ଏହା ନିର୍ବାଚନ କିମ୍ବା ନିର୍ବାଚନର ଫଳାଫଳ କୁହାଯାଇପାରିବ ନାହିଁ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos