ବଡ଼ ହମଲା ଯୋଜନା ପଣ୍ଡ: ଟାର୍ଗେଟରେ ଥିଲା ନବରାତ୍ରୀ, ୬ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପୁଣିଥରେ ପଣ୍ଡ ହୋଇଛି। ଭାରତରେ ଆତଙ୍କୀ ହମଲା ପାଇଁ ପାକ ସମର୍ଥିକ ଆତଙ୍କୀମାନେ ଯେଉଁ ଯୋଜନା କରିଥିଲେ, ତା’ର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌। ହମଲା ଯୋଜନାକୁ ପଣ୍ଡ କରି ପୁଲିସ୍‌ ୬ ଜଣ ଆତଙ୍କୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ପାକ୍‌ରେ ତାଲିମ ପାଇଥିବା ୨ ଜଣ ଆତଙ୍କବାଦୀ ରହିଛନ୍ତି। ଏମାନେ ସମସ୍ତେ ନବରାତ୍ରୀ ଓ ରାମଲୀଲା ବେଳେ ଭାରତରେ ସିରିଜ୍‌ ହମଲା କରିବାକୁ ବ୍ଲୁ […]

Terror

Terror

Hemant Lenka
  • Published: Tuesday, 14 September 2021
  • Updated: 14 September 2021, 08:25 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପୁଣିଥରେ ପଣ୍ଡ ହୋଇଛି। ଭାରତରେ ଆତଙ୍କୀ ହମଲା ପାଇଁ ପାକ ସମର୍ଥିକ ଆତଙ୍କୀମାନେ ଯେଉଁ ଯୋଜନା କରିଥିଲେ, ତା’ର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌। ହମଲା ଯୋଜନାକୁ ପଣ୍ଡ କରି ପୁଲିସ୍‌ ୬ ଜଣ ଆତଙ୍କୀଙ୍କୁ ଗିରଫ କରିଛି।

ଏମାନଙ୍କ ମଧ୍ୟରେ ପାକ୍‌ରେ ତାଲିମ ପାଇଥିବା ୨ ଜଣ ଆତଙ୍କବାଦୀ ରହିଛନ୍ତି। ଏମାନେ ସମସ୍ତେ ନବରାତ୍ରୀ ଓ ରାମଲୀଲା ବେଳେ ଭାରତରେ ସିରିଜ୍‌ ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ସେମାନଙ୍କ ଯୋଜନା ଏବେ ଫସର ଫାଟିଛି। ତଥାପି ସମ୍ଭାବ୍ୟ ବିପଦ ଟଳି ନଥିବାରୁ ସୁରକ୍ଷାକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି।

ସ୍ପେଶାଲ ସେଲର ଡେପୁଟି କମିଶନର ପ୍ରମୋଦ ସିଂହ କୁଶୱା କହିଛନ୍ତି, “ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଏକାଧିକ ରାଜ୍ୟରେ ହୋଇଥିବା ଅପରେସନ ବେଳେ ଅନେକ ପ୍ରକାରର ଆପତ୍ତିଜନକ ଜିନିଷ ମିଳିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି।

ସେମାନଙ୍କ ନିକଟରୁ ଆରଡିଏକ୍ସ ଖଚିତ ଆଇଇଡି ଠାବ ହୋଇଛି। ଏମାନେ ସମସ୍ତେ ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ବଡ଼ ଧରଣର ହମଲା କରିବାକୁ ପ୍ରସ୍ତୁତ ହେଉଥିଲେ। ବିଶେଷ କରି ନବରାତ୍ରୀ ଓ ରାମଲୀଲା ଏମାନଙ୍କ ଟାର୍ଗେଟରେ ରହିଥିଲା।”

ସେହିପରି ଆସନ୍ତାବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ହେବ। ଏଥିପାଇଁ ବଡ଼ଧରରଣ ରାଜନୀତିକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହାକୁ ମଧ୍ୟ ଆତଙ୍କୀମାନେ ଟାର୍ଗେଟ କରିବାକୁ ମସୁଧା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଗିରଫ ଆତଙ୍କୀମାନେ ହେଲେ ମହାରାଷ୍ଟ୍ରର ଜନ ମହମ୍ମଦ ଶେଖ, ଦିଲ୍ଲୀର ଓସାମା ସାମି, ୟୁପିର ରାଏବରେଲୀର ଲାଲା, ୟୁପିର ପ୍ରୟାଗରାଜର ଜୀଶାନ, ଲକ୍ଷ୍ନୌର ମହମ୍ମଦ ଅମୀର ଜାଭେଦ। ଓସାମା ଓ ଜୀଶାନ ପାକିସ୍ତାନରେ ଆତଙ୍କୀ ହମଲା ପାଇଁ ତାଲିମ ନେଇ ଏଠାକୁ ଆସିଥିବା ଦିଲ୍ଲୀ ପୁଲିସ୍‌ କହିଛି।

ସ୍ପେଶାଲ ସେଲ୍‌ର ସ୍ପେଶାଲ ସିପି ନୀରଜ ଠାକୁର କହିଛନ୍ତି, ଗିରଫ ଆତଙ୍କୀମାନେ କହିଛନ୍ତି ଯେ ସେମାନଙ୍କ ସହ ଆଉ ୧୪ରୁ ୧୫ ଜଣ ବେଙ୍ଗଲୀ ଭାଷା କହୁଥିବା ଲୋକ ସାମିଲ ଅଛନ୍ତି। ସେମାନଙ୍କୁ ମଧ୍ୟ ହମଲା ପାଇଁ ତାଲିମ ଦିଆଯାଇଥିବା ଆଶଙ୍କା କରାଯାଉଛି। ପୂରା ଯୋଜନାକୁ ସୀମା ସେପଟରୁ ବେଶ ଆରାମରେ ପରିଚାଳନା କରାଯାଉଥିଲା।

Pak ISI-Trained Terror Module Busted, Festivals Likely Target: Delhi Police

ହମଲା ପାଇଁ ଦୁଇଟି ଟିମ ପରିଚାଳନା ଦାୟିତ୍ୱ ନେଇଛନ୍ତି। ଗୋଟିଏ ଗ୍ରୁପ୍‌ର ଦାୟିତ୍ୱ ଦାଉଦ ଇବ୍ରାହିମର ଭାଇ ଅନୀସ ଇବ୍ରାହିମ ନେଉଥିଲା। ଏହି ଟିମ ହାୱାଲା କାରବାର ଜରିଆରେ ଟଙ୍କା ସଂଗ୍ରହ ମଧ୍ୟ କରୁଥିଲା ବୋଲି ସେ କହିଛନ୍ତି।

କେମିତି ହୋଇଥିଲା ଅପରେସନ

ପ୍ରଥମେ ଗୁଇନ୍ଦା ବିଭାଗ ସମ୍ଭାବ୍ୟ ଆକ୍ରମଣର ସୂଚନା ଦେଇଥିଲା। ପାକ୍‌ ପ୍ରାୟୋଜିତ ଆତଙ୍କୀମାନେ ସିରିଜ ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରୁଥିବା ସୂଚନା ମିଳିବା ପରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଆକ୍ସନ ମୋଡକୁ ଚାଲି ଆସିଥିଲା। ଆତଙ୍କୀମାନେ ସୀମା ସେପଟୁ ବିସ୍ଫୋରଣ ପାଇଁ ସାମଗ୍ରୀ ପାଇଛନ୍ତି ଓ ସେମାନଙ୍କ ଯୋଜନା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଖବର ମିଳିଥିଲା।

ଏହାପରେ ସ୍ପେଶାଲ ସେଲର ଅଧିକାରୀମାନେ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚଢ଼ଉ ଆରମ୍ଭ କରିଥିଲେ। ଆଜି ସକାଳେ ରେଡ୍‌ ବେଳେ ରାଜସ୍ଥାନର କୋଟାରୁ ମହାରାଷ୍ଟ୍ରର ଜଣେ ଆତଙ୍କୀ ଗିରଫ ହୋଇଥିଲା। ୩ ଜଣଙ୍କୁ ଉତ୍ତର ପ୍ରଦେଶ ଆତଙ୍କୀ ନିରୋଧ ସ୍କ୍ୱାଡର ସହାୟତାରେ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।

ଜେରା ବେଳେ ଜଣାପଡ଼ିଛି ଯେ ଏମାନଙ୍କ ମଧ୍ୟରୁ ଦୁଇ ଜଣ ମସ୍କଟାରୁ ଗୋଟିଏ ଡଙ୍ଗା ଜରିଆରେ ପାକିସ୍ତାନକୁ ଯାଇଥିଲେ। ପାକିସ୍ତାନରେ ସେମାନଙ୍କୁ ଗୋଟିଏ ଫାର୍ମ ହାଉସରେ ରଖା ଯାଇଥିଲା। ଏହି ସମୟରେ ତାଙ୍କୁ ହମଲା ପାଇଁ ତାଲିମ ଦିଆଯାଇଥିଲା ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story