ଏଣିକି ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ଖାସୁ କରି ଦିଆଯିବ ,କେଉଁଠି ଆସିଲା ଏମିତି ଆଇନ୍

ନୂଆଦିଲ୍ଲୀ: ଏଣିକି ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ମିଳିବ କଠୋର ଦଣ୍ଡ। ଫାଶି ନୁହେଁ କି ଆଜୀବନ ଜେଲ ନୁହେଁ ସବୁଦିନ ପାଇଁ ଯୌନାଙ୍ଗକୁ ପଙ୍ଗୁ କରି ଦିଆଯିବ। ଅର୍ଥାତ ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ରସାୟନିକ ପ୍ରକ୍ରିୟାରେ ଖାସୁ କରି ଦିଆଯିବ। ଏନେଇ ପାକିସ୍ତାନ ସଂସଦରେ ଆଇନ ପାରିତ ହୋଇଛି। ପାକିସ୍ତାନରେ ଏକାଧିକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କୁ ଏଭଳି କଡ଼ା ଶାସ୍ତି ମିଳିବ। ନିକଟରେ ଯୌନ ଶୋଷଣ ନେଇ ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ […]

klk

klk

Tapas Behera
  • Published: Thursday, 18 November 2021
  • Updated: 18 November 2021, 06:11 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ମିଳିବ କଠୋର ଦଣ୍ଡ। ଫାଶି ନୁହେଁ କି ଆଜୀବନ ଜେଲ ନୁହେଁ ସବୁଦିନ ପାଇଁ ଯୌନାଙ୍ଗକୁ ପଙ୍ଗୁ କରି ଦିଆଯିବ। ଅର୍ଥାତ ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ରସାୟନିକ ପ୍ରକ୍ରିୟାରେ ଖାସୁ କରି ଦିଆଯିବ। ଏନେଇ ପାକିସ୍ତାନ ସଂସଦରେ ଆଇନ ପାରିତ ହୋଇଛି। ପାକିସ୍ତାନରେ ଏକାଧିକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କୁ ଏଭଳି କଡ଼ା ଶାସ୍ତି ମିଳିବ।

ନିକଟରେ ଯୌନ ଶୋଷଣ ନେଇ ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦେଶରେ ମହିଳା ଓ ଶିଶୁଙ୍କ ଉପରେ ଯୌନ ଶୋଷଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଦୁଷ୍କର୍ମ ବିରୋଧୀ  ତଥା ଏଭଳି ଏକ କଠୋର ଆଇନ ସଂକ୍ରାନ୍ତରେ ଅଧ୍ୟାଦେଶ ଆସିବା ପରେ ବର୍ଷେ ପୂର୍ବରୁ ଏହା ଉପରେ ମୋହର ମାରିଥିଲେ ରାଷ୍ଟ୍ରପତି ଆରିଫ ଅଲଭି। ଏହା ପରେ ଏହି ଆଇନ୍ ସଂସଦରେ ପାରିତ ହୋତଛି। ଦୁଷ୍କର୍ମ ମାମଲାରେ ତ୍ୱରିତ ନ୍ୟାୟ ପାଇଁ ପାଇଁ ଗୁରୁତ୍ୱାରୋପ କରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ପାଇଁ ଆଇନରେ ଏଭଳି କଡ଼ା ବ୍ୟବସ୍ଥା କରାଯାଇଛି।

ବୁଧବାର ପାକିସ୍ତାନ ସଂସଦରେ ମିଳିତ ଅଧିବେଶନରେ ଅପରାଧିକ ଆଇନ ୨୦୨୧ ସଂଶୋଧନ ହେବା ସହ ଅନ୍ୟ ୩୩ଟି ବିଲ ପାରିତ ହୋଇଥିଲା। ରାସାୟୟିକ ପ୍ରକ୍ରିୟାରେ ଖାସୁ କରାଗଲେ ସମ୍ପୃକ୍ତ ବ୍ୟକ୍ତି ଆଉ ଜୀବନବ୍ୟାପି ଯୌନ ସମ୍ପର୍କ ରଖିପାରିବେ ନାହିଁ। ଜାମାତ-ଇ-ଇସଲାମି ସିନେଟର ମୁଶତାକ୍ ଅହମ୍ମଦ ଏହି ବିଲକୁ  ବିରୋଧ କରି ଏହାକୁ ଅଣ-ଇସଲାମିକ୍ ଏବଂ ଶରିୟା ବୋଲି କହିଛନ୍ତି। ଯୌନ କାର୍ଯ୍ୟକଳାପ କମାଇବା ପାଇଁ Chemical castrationକୁ ଔଷଧ ଭାବେ ବ୍ୟବହାର କରାଯାଏ। ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ୍ ରିପବ୍ଲିକ୍ ଏବଂ ଆମେରିକାର କେତେକ ରାଜ୍ୟରେ ଏହି ଆଇନକୁ ସ୍ୱୀକୃତୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos