ରାତାରାତି କୋଟିପତି ବନାଇଦେଲା ମାଛ

ମୁମ୍ବାଇ: ଭଗବାନ ଯେତେବେଳେ ବି ଦିଅନ୍ତି ଛପର ଫାଡି ଦିଅନ୍ତି। ଏ ଉକ୍ତି ଏବେ ସତ ହୋଇଛି। ମୁମ୍ବାଇର ଜଣେ ମାଛଧାରାଳି ଏବେ ରାତାରାତି ବନି ଯାଇଛନ୍ତି କୋଟିପତି। ମହାରାଷ୍ଟ୍ର ପାଲଘରର ମାଛଧରାଳି ଚନ୍ଦ୍ରକାନ୍ତ ଦିନକରେ ୧ କୋଟିରୁ ଅଧିକ ଟଙ୍କାରେ ମାଛ ବିକ୍ରି କରି ରେକର୍ଡ ସୃଷ୍ଟି କରିଛନ୍ତି। କରୋନା କଟକଣା ଏବଂ ମନସୁନ ଯୋଗୁଁ ଦୀର୍ଘ ଦିନ ହେବ ସମୁଦ୍ର ଭିତରକୁ ମାଛଧରାଳିମାନଙ୍କୁ ଯିବା ପାଇଁ ବାରଣ ହୋଇଥିଲା। ଏହି କଟକଣା ହଟିବା ପରେ […]

Ghol Fish

Ghol Fish

Madhupriya Mistry
  • Published: Wednesday, 01 September 2021
  • Updated: 01 September 2021, 02:41 PM IST

Sports

Latest News

ମୁମ୍ବାଇ: ଭଗବାନ ଯେତେବେଳେ ବି ଦିଅନ୍ତି ଛପର ଫାଡି ଦିଅନ୍ତି। ଏ ଉକ୍ତି ଏବେ ସତ ହୋଇଛି। ମୁମ୍ବାଇର ଜଣେ ମାଛଧାରାଳି ଏବେ ରାତାରାତି ବନି ଯାଇଛନ୍ତି କୋଟିପତି। ମହାରାଷ୍ଟ୍ର ପାଲଘରର ମାଛଧରାଳି ଚନ୍ଦ୍ରକାନ୍ତ ଦିନକରେ ୧ କୋଟିରୁ ଅଧିକ ଟଙ୍କାରେ ମାଛ ବିକ୍ରି କରି ରେକର୍ଡ ସୃଷ୍ଟି କରିଛନ୍ତି।

କରୋନା କଟକଣା ଏବଂ ମନସୁନ ଯୋଗୁଁ ଦୀର୍ଘ ଦିନ ହେବ ସମୁଦ୍ର ଭିତରକୁ ମାଛଧରାଳିମାନଙ୍କୁ ଯିବା ପାଇଁ ବାରଣ ହୋଇଥିଲା। ଏହି କଟକଣା ହଟିବା ପରେ ଚନ୍ଦ୍ରକାନ୍ତ ପ୍ରଥମ ଥର ଲାଗି ଅଗଷ୍ଟ ୨୮ ତାରିଖରେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ। ଆରବ ସାଗରରେ ସେ ମାଛ ଧରିିଥିଲେ। ସେତେବେଳେ ଭାଗ୍ୟବଶତଃ ତାଙ୍କ ଜାଲରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୫୭ଟି ଘୋଲ ମାଛ ବା ସି ଗୋଲ୍ଡ ଫିସ୍‌ ଧରାପଡିଥିଲା।

ଏହାପରେ ପାଲଘର ମାଛ ମାର୍କେଟରେ ଏହି ମାଛକୁ ଚନ୍ଦ୍ରକାନ୍ତ ଏବଂ ତାଙ୍କ ପୁଅ ମିଶି ୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଅର୍ଥାତ ଗୋଟିଏ ମାଛକୁ ସେମାନେ ୮୫ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିବା ସହ ଭାଇରାଲ ମଧ୍ୟ ହବାରେ ଲାଗିଛି।

ଉତ୍ତରପ୍ରଦେଶ ଏବଂ ବିହାରରୁ ଆସିଥିବା ବ୍ୟବସାୟୀ ଏହି ମାଛକୁ କିଣିଥିବା ଜଣାପଡିଛି। ପାଲଘରର ମୁର୍ଭେ ମାର୍କେଟ୍‌ରେ ଏହି ମାଛଗୁଡିକର ନିଲାମୀ ହୋଇଛି।

ଘୋଲ ମାଛ ବା ସି ଗୋଲ୍ଡ ଫିସ୍‌। ଏହା ଏକ ଦାମୀ ମାଛ। ଏହାର ବଜାର ଦାମ୍‌ ସୁନା ଦର ସହ ସମାନ। ଏହି ମାଛକୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଏ। ଔଷଧ, କସ୍‌ମେଟିକ୍ସ ଆଦି ତିଆରିରେ ମଧ୍ୟ ଏହି ମାଛ ବ୍ୟବହାର  ହୁଏ। ସର୍ଜରୀ ପାଇଁ ବ୍ୟବହାର ହେଉଥିବା ସୂତା ମଧ୍ୟ ଏହି ମାଛରୁ ହିଁ ତିଆରି ହୁଏ। ବିଶେଷ କରି ଥାଇଲାଣ୍ଡ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଭଳି ଦେଶରେ ଏହି ମାଛର ଡିମାଣ୍ଡ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos