ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବସାଇ ମିଛ କହିଥିଲେ ବାବା ରାମଦେବ !
ନୂଆଦିଲ୍ଲୀ: ନିକଟରେ ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦିକ ସଂସ୍ଥା ‘କରୋନିଲ୍’ ଔଷଧ ତିଆରି କରିଛି। ଏହି କରୋନିଲ୍ କୋଭିଡ୍ ଲଢ଼େଇ ପାଇଁ ବ୍ୟବହାର ହେବ। ଏହା ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ ହୋଇଥିବା ପ୍ରଥମ କୋଭିଡ୍ ମେଡିସିନ୍ ବୋଲି ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ ଯୋଗଗୁରୁ ବାବା ରାମଦେବ। ଏହା ସିଓପିପି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଜିଏମପି ଦ୍ୱାରା ପ୍ରମାଣିତ ବୋଲି ରାମଦେବ କହିଥିଲେ।
ଫେବୃଆରୀ ୧୯ରେ ରାମଦେବ ଏହି ଔଷଧ ବାବଦରେ ପ୍ରେସ କନଫରେନସ କରିବା ବେଳେ ତାଙ୍କ ପାଖରେ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ, ନୀତୀନ ଗଡ଼କରୀ ଏବଂ ପତଞ୍ଜଳୀର ପ୍ରମୁଖ ଅଧିକାରୀ ଆଚାର୍ଯ୍ୟ ବାଲକ୍ରିଷ୍ଣ। କରୋନିଲ ଔଷଧ ବାବଦରେ ପ୍ରେସ କନଫରେନସ କରିବା ବେଳେ ରାମଦେବଙ୍କ ପଛରେ ମଧ୍ୟ ଏକ ପୋଷ୍ଟର ରହିଛି ଯେଉଁଥିରେ ଲେଖାହୋଇଛି କରୋନିଲ୍ ସିଓପିପି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଗୁଡ୍ ମାନ୍ୟୁଫେକଚ୍ୟୁରିଂ ପ୍ରାକ୍ଟିସ୍ (ଜିଏମପି) ଦ୍ୱାରା ପ୍ରମାଣିତ। ଏହି ଦୁଇଟି ସାର୍ଟିଫିକେଟର ଅର୍ଥ ଔଷଧର ଗୁଣବତ୍ତାକୁ ଦର୍ଶାଉଛି।
ଶୁକ୍ରବାର ପତଞ୍ଜଳିର ପ୍ରୋମଟର ରାମଦେବ ଏଭଳି କହିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଉଥ-ଇଷ୍ଟ ଏସିଆ ଏକ ଟ୍ୱିଟ୍ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି WHO କୋଭିଡ୍ ପାଇଁ କୌଣସି ଟ୍ରାଡିସନାଲ (ଆୟୁର୍ବେଦିକ) ଔଷଧ ବାବଦରେ ସମୀକ୍ଷା କରେ ନାହିଁ କି ପ୍ରମାଣପତ୍ର ଦିଏ ନାହିଁ। ଅର୍ଥାତ୍ ରାମଦେବ ଯାହା କହିଥିଲେ ତାହା ଠିକ୍ ନୁହେଁ।
.@WHO has not reviewed or certified the effectiveness of any traditional medicine for the treatment #COVID19.
— WHO South-East Asia (@WHOSEARO) February 19, 2021
ଏହାପରେ ପତଞ୍ଜଳିର ପ୍ରମୁଖ ଅଧିକାରୀ ଆଚାର୍ଯ୍ୟ ବାଲକ୍ରିଷ୍ଣ ମଧ୍ୟ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି, ‘ଆମର WHO ଜିଏମପି ସିଓପିପି ସାର୍ଟିଫିକେଟ ପାଇଥିବା କରୋନିଲ୍ ଭାରତ ସରକାରଙ୍କ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମତି ପାଇଛି। WHO କୌଣସି ଔଷଧକୁ ଅନୁମତି ଦିଏ ନାହିଁ’।
We want to clarify to avoid confusion that our WHO GMP compliant COPP certificate to Coronil is issued by DCGI, Government of India.
It is clear that WHO do not approve or disapprove any drugs.
WHO works for building a better, healthier future for people all over the world. pic.twitter.com/ZEDPdWy0tg— Acharya Balkrishna (@Ach_Balkrishna) February 19, 2021
ସୂଚନାଯୋଗ୍ୟ, ସିଓପିପି ଅର୍ଥ ହେଉଛି ସାର୍ଟିଫିକେଟ୍ ଅଫ୍ ଫାରମାସ୍ୟୁଟିକାଲ ପ୍ରଡକ୍ଟ। ସିଓପିପି କେନ୍ଦ୍ର ସରକାରଙ୍କ ଡ୍ସଗ୍ର କଣ୍ଟେରଲର ଅଧିନରେ ଥିବା ଏକ ସଂସ୍ଥା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।