ସର୍ବଦଳୀୟ ବୈଠକକୁ ଆସିଲେନି ମୋଦି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ରବିବାର ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ୩୧ଟି ଦଳର ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ସମ୍ପୃକ୍ତ ଦଳର ୪୨ ଜଣ ନେତା ଯୋଗ ଦେଇ ବିତର୍କରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଆଶା କରାଯାଉ ଥିଲେ ମଧ୍ୟ ସେ ଆସି ନଥିଲେ।  ଏହି ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଫେଇ ଦେଇ କହିଛନ୍ତି ଯେ, […]

Modi

Modi

Tapas Behera
  • Published: Sunday, 28 November 2021
  • Updated: 28 November 2021, 04:21 PM IST

Sports

Latest News

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ରବିବାର ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ୩୧ଟି ଦଳର ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ସମ୍ପୃକ୍ତ ଦଳର ୪୨ ଜଣ ନେତା ଯୋଗ ଦେଇ ବିତର୍କରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଆଶା କରାଯାଉ ଥିଲେ ମଧ୍ୟ ସେ ଆସି ନଥିଲେ।  ଏହି ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଫେଇ ଦେଇ କହିଛନ୍ତି ଯେ, ସର୍ବଦଳୀୟ ବୈଠକକୁ ମୋଦି ଯୋଗ ଦେବାର ପରମ୍ପରା ଆରମ୍ଭ କରିଥିଲେ। ଏହା ପୂର୍ବରୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଇ ଆସୁଥିଲେ। ହେଲେ ଆଜି ପ୍ରଧାନମନ୍ତ୍ରୀ ଆସିପାରି ନାହାନ୍ତି ।

ଏନେଇ  ରାଜ୍ୟସଭାର ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, ଆମେ ଆଶା କରୁଥିଲୁ ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକକୁ ଆସିବେ। ଆମେ କୃଷି ବିଲ୍ ଉପରେ ତାଙ୍କ ମତାମତ ପଚାରିବାକୁ ଚାହୁଁଥିଲୁ। ଏହି ବୈଠକରେ  ଅଧିକାଂଶ ବିରୋଧୀ ଦଳ ପକ୍ଷରୁ  ପେଗାସସ୍, ଦର ବୃଦ୍ଧି ଏବଂ ବେକାରୀ ବିଷୟରେ ଆଲୋଚନା କରିବାକୁ ଦାବି କରିଥିଲେ। ସେହିପରି ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ବିଏସଏଫର ସୀମା ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, ଆଜି ସର୍ବଦଳୀୟ ବୈଠକରେ ମୁଦ୍ରାସ୍ଫୀତି, ଇନ୍ଧନ ମୂଲ୍ୟ ବୃଦ୍ଧି, ଚାଷୀ ସମସ୍ୟା ଏବଂ କୋଭିଡ -୧୯ ସମେତ ଅନେକ ପ୍ରସଙ୍ଗ ଉଠାଯାଇଥିଲା ବୋଲି କହିଛନ୍ତି।

କୋଭିଡ୍‌ ମୃତକଙ୍କ ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆମେ ଦାବି କରିଥିଲୁ ବୋଲି ମଲ୍ଲିକାର୍ଜୁନ କହିଛନ୍ତି।  ସେହିପରି କୃଷି ଆଇନ ବିରୋଧରେ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି । ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଅନେକ ପରାମର୍ଶ ଦିଆଯାଇଛି।

ଆଇନ୍  ଅନୁଯାୟୀ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସଂସଦରେ ଭଲ ଆଲୋଚନା ହେବ ବୋଲି ସରକାର ଆଶା ରଖିଛନ୍ତି। ତେବେ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ବୈଠକ ଅଧାରୁ ତ୍ୟାଗ କରିଥିଲେ। ସେ କହିଛନ୍ତି ଯେ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ଏକ ବିଲ୍ ଆଣିବାକୁ ସେ କହିବାକୁ ଚାହୁଁଥିଲେ। ହେଲେ ତାଙ୍କ ମତ ରଖିବାକୁ ସୁଯୋଗ ଦିଆଯାଇ ନଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos