ମାନସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଙ୍ଗଦାନକୁ ମହତ କାମ ବୋଲି ସର୍ବଦା କହିଆସୁଛନ୍ତି। ମୋଦିଙ୍କ ଏହି କଥାରେ ଖୁବ୍ ପ୍ରଭାବିତ ହୋଇ କୋଲକାତାର ମାନସୀ ହଲଦାର ନିଜର କିଡନୀ ଦାନ କରି ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛନ୍ତି। ମାନସୀଙ୍କ ଏଭଳି ଏକ ମହତ କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ମାନସୀଙ୍କୁ ଏକ ପ୍ରଶଂସା ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ୪୮ ବର୍ଷୀୟା ମାନସୀ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ […]

modi

modi

Ranjit Kumar Jena
  • Published: Monday, 15 February 2021
  • Updated: 15 February 2021, 09:09 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଙ୍ଗଦାନକୁ ମହତ କାମ ବୋଲି ସର୍ବଦା କହିଆସୁଛନ୍ତି। ମୋଦିଙ୍କ ଏହି କଥାରେ ଖୁବ୍ ପ୍ରଭାବିତ ହୋଇ କୋଲକାତାର ମାନସୀ ହଲଦାର ନିଜର କିଡନୀ ଦାନ କରି ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛନ୍ତି। ମାନସୀଙ୍କ ଏଭଳି ଏକ ମହତ କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ମାନସୀଙ୍କୁ ଏକ ପ୍ରଶଂସା ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ୪୮ ବର୍ଷୀୟା ମାନସୀ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭାଷଣ ଶୁଣିଥିଲେ, ଯେଉଁଥିରେ ପିଏମ୍ ଅଙ୍ଗଦାନକୁ ମହତଦାନ କହିଥିଲେ। ଏଥିରେ ପ୍ରଭାବିତ ହୋଇ ମାନସୀ ୨୦୧୪ରେ ନିଜର ଏକ କିଡନୀକୁ ଜଣେ ଅସହାୟଙ୍କୁ ଦାନ କରିଥିଲେ। ତେବେ କିଛିମାସ ତଳେ ମାନସୀ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ଏହି ମହତ କାମ କଥା ଅବଗତ କରାଇଥିଲେ। ଯାହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚିଠି ମାନସୀଙ୍କୁ ଲେଖିଥିଲେ।

ଚିଠିରେ ମୋଦି ଲେଖିଥିଲେ, ଆପଣ (ମାନସୀ) ଏକ ମହତ୍ତ୍ୱପୂର୍ଣ୍ଣ ଜୀବନ ବଞ୍ଚାଇବା ପାଇଁ ନିଜର କିଡନୀ ଦାନ କରିଦେଲେ, ଯାହା ମୋ ହୃଦୟକୁ ଖୁବ୍ ଛୁଇଁଛି। ଏହି ନିଃସ୍ୱାର୍ଥପର ସେବା ଭାବନାକୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ତ୍ୟାଗ ଓ ସେବା ସ୍ୱଭାବ ଆମ ସଂସ୍କୃତି ଏବଂ ପରମ୍ପରାରେ ରହିଆସିଛି। ଅଙ୍ଗଦାନ ଏକ ମହତ ଦାନ, କାରଣ ଅଙ୍ଗ ପାଇଥିବା ବ୍ୟକ୍ତିକୁ ଏହାଦ୍ୱାରା ନୂଆ ଜୀବନ ମିଳିଥାଏ। ନିଜ ଦେଶରେ ଏମିତି ଲକ୍ଷାଧିକ ଲୋକେ ଅଛନ୍ତି, ଯାହାଙ୍କୁ ଏଭଳି ସହାୟତାର ଆବଶ୍ୟକ ରହିଛି। ତେଣୁ ମାନସୀଙ୍କ ଦ୍ୱାରା କରାଯାଇଥିବା ଦାନଠାରୁ ଆଉ କିଛି ବି ବଡ଼ ହୋଇପାରିବ ନାହିଁ।

ମୋଦି ଆହୁରି ଲେଖିଛନ୍ତି, ଆପଣଙ୍କ ସେବା ସ୍ୱଭାବ ଅତ୍ୟନ୍ତ ପ୍ରେରଣାଦାୟୀ। ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହେବେ ଏବଂ ବିଶେଷକରି ଅଙ୍ଗଦାନ ଭଳି ମାନବିକତା ପ୍ରୟାସ ଲୋକଙ୍କୁ ଅଧିକ ଶକ୍ତି ଯୋଗାଇବ। ତେଣୁ ମହତ କାମ ପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହାସହ ଅଙ୍ଗଦାନକୁ ଏକ ଆନ୍ଦୋଳନ ଭାବେ ପ୍ରଚାର କରି ବହୁ ଅସହାୟ ଲୋକଙ୍କୁ ସହାୟତା କରାଯାଇପାରିବ ବୋଲି ପିଏମ୍ ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଅଙ୍ଗଦାନ ମାମଲାରେ କୋଲକାତା ସର୍ବଦା ଆଗରେ ରହିଆସିଛି। ଗତ କିଛି ବର୍ଷ ହେବ 'ବ୍ରେନ୍ ଡେଡ୍' ଘୋଷିତ କରାଯାଇଥିବା କିଛି ଲୋକଙ୍କ ପରିବାର ଅନ୍ୟମାନଙ୍କର ଜୀବନ ବଞ୍ଚାଇବା ପାଇଁ ମୃତକଙ୍କୁ ବିଭିନ୍ନ ଅଙ୍ଗ ଦାନ କରିଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ କୋଲକାତାରେ ଅଙ୍ଗଦାନର ଅନେକ ମାମଲା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story