କାଶୀ-ବିଶ୍ୱନାଥ ଧାମ ନିର୍ମାଣ କାରିଗରଙ୍କ ସହ ଭୋଜନ କଲେ ମୋଦି  

ବାରାଣସୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ ବହୁ ପ୍ରତିକ୍ଷୀତ କାଶୀ-ବିଶ୍ୱନାଥ ଧାମ କରିଡରକୁ ଉଦଘାଟନ କରିଛନ୍ତି। ଏହି ଭବ୍ୟ ପ୍ରକଳ୍ପକୁ ସମାପନ କରିଥିବା କାରିଗର ସହ ବସି ମଧ୍ୟାହ୍ନଭୋଜନ କରିଥିଲେ ମୋଦି। ବାରାଣସୀରେ ପହଞ୍ଚିବା ପରେ  ପ୍ରଧାନମନ୍ତ୍ରୀ ମୋଦି କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ। ଏହି ମେଗା ପ୍ରକଳ୍ପ ଉନ୍ମୋଚନ କରିବା ପୂର୍ବରୁ ଗଙ୍ଗାର ଲଲିତା ଘାଟରେ ବୁଡ଼ ପକାଥିଲେ ମୋଦି। ବାରାଣସୀକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର କାଶୀ […]

700

700

Tapas Behera
  • Published: Monday, 13 December 2021
  • Updated: 13 December 2021, 05:39 PM IST

Sports

Latest News

ବାରାଣସୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ ବହୁ ପ୍ରତିକ୍ଷୀତ କାଶୀ-ବିଶ୍ୱନାଥ ଧାମ କରିଡରକୁ ଉଦଘାଟନ କରିଛନ୍ତି। ଏହି ଭବ୍ୟ ପ୍ରକଳ୍ପକୁ ସମାପନ କରିଥିବା କାରିଗର ସହ ବସି ମଧ୍ୟାହ୍ନଭୋଜନ କରିଥିଲେ ମୋଦି। ବାରାଣସୀରେ ପହଞ୍ଚିବା ପରେ  ପ୍ରଧାନମନ୍ତ୍ରୀ ମୋଦି କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ। ଏହି ମେଗା ପ୍ରକଳ୍ପ ଉନ୍ମୋଚନ କରିବା ପୂର୍ବରୁ ଗଙ୍ଗାର ଲଲିତା ଘାଟରେ ବୁଡ଼ ପକାଥିଲେ ମୋଦି। ବାରାଣସୀକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଗଙ୍ଗା ନଦୀ କୂଳରେ ଥିବା ଅନେକ ଘାଟ ସହିତ କାଶୀ ବିଶ୍ୱନାଥ ମନ୍ଦିରକୁ ସଂଯୋଗ କରିପାରିଛି।

ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ ମୋଦି ‘କାଶୀ ତ କାଶୀ’ କହିବା ସହ ‘ହର ହର ମହାଦେବ’ ମନ୍ତ୍ର ଉଚ୍ଚାରଣ କରିଥିଲେ।  ସେ କହିଛନ୍ତି ଯେ, ଆଜି କାଶୀ ବିଶ୍ୱନାଥଙ୍କ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାହେଲା ।

କାଶୀ ବିଶ୍ୱନାଥ ଧାମ ପରିସର କେବଳ ଏକ ମହାନ୍ ଭବନ ନୁହେଁ ବରଂ ଭାରତର 'ସନାତନ' ସଂସ୍କୃତି ଏବଂ ପରମ୍ପରାର ପ୍ରତୀକ । ଅତୀତରୁ ଭବିଶ୍ୟତକୁ ପ୍ରେରଣାର ମାର୍ଗ ଦେଖାଉଥିବ କାଶୀର ମହାନତାକୁ ଆପଣ ଉପଲବ୍ଧି କରିପାରିବେ ବୋଲି ମୋଦି କହିଛନ୍ତି । ୨୦୧୯ ମାର୍ଚ୍ଚ  ୮ତାରିଖରେ ଏହି ପ୍ରଳ୍ପର ଶିଳାନ୍ୟାସ କରିଥିଲେ ମୋଦି। ୫ ଲକ୍ଷ ବର୍ଗଫୁଟ ପର୍ଯ୍ୟନ୍ତ ବ୍ୟାପ୍ତି ଏହି ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ ବେଶ ଆଡ଼ମ୍ବରପୂର୍ଣ୍ଣ ହୋଇଥିଲା।  ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏଠାରେ ୨୩ଟି କୋଠରୀ ନିର୍ମାଣ ହୋଇଛି। ସୂଚନା ଅନୁଯାୟୀ, କାଶୀ-ବିଶ୍ୱନାଥ ଧାମ କରିଡର ନିର୍ମାଣ କାର୍ଯ୍ୟରେ ୨୫୦୦ କାରିଗର ନିୟୋଜିତ ହୋଇଥିଲେ। ଆଜି ମୋଦିଙ୍କ ସହ ସେମାନଙ୍କର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos