ଅଟାର ଦାମ ୨୪୦୦ ଟଙ୍କା, ଚାଉଳ ୨୭୦୦ ଟଙ୍କା

କାବୁଲ: ଆଫଗାନିସ୍ତାନରେ ମହଙ୍ଗା ମାଡ଼ ଚରମ ସୀମାରେ ପହଞ୍ଚିଛି। ଲକ୍ଷ ଲକ୍ଷ ଲୋକ କ୍ଷୁଧା ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଅହେତୁକ ଦର ବୃଦ୍ଧି ଯୋଗୁ  ସେଠାରେ ଏକ ଅଖାଭର୍ତ୍ତି ଅଟାର ଦାମ ୨୪୦୦ ଟଙ୍କା ହୋଇଥିବା ବେଳେ ଏକ ଅଖାଭର୍ତ୍ତି ଚାଉଳର ଦାମ ୨୭୦୦ ଟଙ୍କା ଛୁଇଁଛି। ଡାଲି, ଖାଇବା ତେଲର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି। ଖାଦ୍ୟ ମୂଲ୍ୟ ବୃଦ୍ଧି ହେତୁ ଆଫଗାନିସ୍ତାନରେ ମାନବିକ ସଙ୍କଟ ପରିସ୍ଥିତି ଉପୁଜିଛି। ଏଭଳି ଭୟଙ୍କର ଆର୍ଥିକ […]

rice

rice

Tapas Behera
  • Published: Sunday, 12 December 2021
  • Updated: 12 December 2021, 07:11 PM IST

Sports

Latest News

କାବୁଲ: ଆଫଗାନିସ୍ତାନରେ ମହଙ୍ଗା ମାଡ଼ ଚରମ ସୀମାରେ ପହଞ୍ଚିଛି। ଲକ୍ଷ ଲକ୍ଷ ଲୋକ କ୍ଷୁଧା ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଅହେତୁକ ଦର ବୃଦ୍ଧି ଯୋଗୁ  ସେଠାରେ ଏକ ଅଖାଭର୍ତ୍ତି ଅଟାର ଦାମ ୨୪୦୦ ଟଙ୍କା ହୋଇଥିବା ବେଳେ ଏକ ଅଖାଭର୍ତ୍ତି ଚାଉଳର ଦାମ ୨୭୦୦ ଟଙ୍କା ଛୁଇଁଛି। ଡାଲି, ଖାଇବା ତେଲର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି। ଖାଦ୍ୟ ମୂଲ୍ୟ ବୃଦ୍ଧି ହେତୁ ଆଫଗାନିସ୍ତାନରେ ମାନବିକ ସଙ୍କଟ ପରିସ୍ଥିତି ଉପୁଜିଛି। ଏଭଳି ଭୟଙ୍କର ଆର୍ଥିକ ବିପତ୍ତି ନେଇ  ଜାତିସଂଘ ଭଳି  ଅନେକ ଏଜେନ୍ସି ସତର୍କ କରାଇଛନ୍ତି।

ଜଣେ ଦୋକାନୀ ମାଲିକ ସାଇଫୁଲ୍ଲା କହିଛନ୍ତି ଯେ, ଖାଦ୍ୟ ଶସ୍ୟ, ତେଲ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ଦର ଆକାଶ ଛୁଆଁ ହୋଇଛି।  ଆଫଗାନିସ୍ତାନ ଟଙ୍କା ତୁଳନାରେ ଡଲାର ମୂଲ୍ୟ ଅଧିକ ଥିବାରୁ ଏଭଳି ମହଙ୍ଗା ପରିସ୍ଥିତି ଉପୁଜିଛି। ଟୋଲୋ ନ୍ୟୁଜ୍ ଅନୁଯାୟୀ ସାଇଫୁଲ୍ଲା କହିଛନ୍ତି ଯେ, ଆମେ ସମସ୍ତ ସାମଗ୍ରୀକୁ ଡଲାରରେ କିଣି ତା’ପରେ ଆଫଗାନିସ୍ତାନ ମୁଦ୍ରାରେ ବିକ୍ରି କରୁଛୁ। ଆଫଗାନିସ୍ତାନରେ ଗୋଟିଏ ବ୍ୟାଗ ମଇଦାର ମୂଲ୍ୟ ୨୪୦୦ ଟଙ୍କାରେ  ବିକ୍ରି ହେଉଛି । ଯେତେବେଳେ କି ୧୬ ଲିଟର ବିଶିଷ୍ଟ ତେଲ ଡିବାର ମୂଲ୍ୟ ୨୮୦୦ ଟଙ୍କା ରହିଛି। ଗୋଟିଏ ବସ୍ତା ଚାଉଳର ମୂଲ୍ୟ ୨୭୦୦ ଟଙ୍କା ହୋଇଛି। ଅତ୍ୟଧିକ ଦର ବୃଦ୍ଧି ଯୋଗୁ ଆଫଗାନିସ୍ତାନର ସାଧାରଣ ଲୋକେ ଦିନକୁ ଦୁଇ ଓଳି ଖାଇବାକୁ ଅସମର୍ଥ ହୋଇଛନ୍ତି।

କାବୁଲର ଶାହା ଆଗା କହିଛନ୍ତି ଯେ, ସେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ଏବଂ ଦିନକରେ ଆଫଗାନିସ୍ତାନ ମୁଦ୍ରା ହିସାବରେ ୧୦୦ରୁ ୧୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ପେଟକୁ ଦାନା ଯୋଗାଡ଼ କରିବା ଅତି କାଠିକର ବୋଲି ସେ କହିଛନ୍ତି । ଯଦିଓ  ତାଲିବାନ କୃଷି ମନ୍ତ୍ରଣାଳୟ ବାହାରୁ ଆସୁଥିବା ସାମଗ୍ରୀ ମହଙ୍ଗା ଓ  ଦେଶୀ ସାମଗ୍ରୀ ଶସ୍ତା କହୁଛି, ହେଲେ ୭ କେଜି  ପିଆଜ ଆଫଗାନିସ୍ତାନ ମୁଦ୍ରାରେ ୩୦ ଟଙ୍କାରେ ବିକ୍ରି ହେଉଛି। ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟକୁ ନେଇ କିଛି ଦିନ ପୂର୍ବେ  ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା।  ଏଥିରେ ତାଲିବାନ କ୍ଷମତାକୁ ଆସିବାର ଚାରି ମାସ ପରେ ଆଫଗାନିସ୍ତାନରେ କ୍ଷୁଧା ସମସ୍ୟ ଲାଗି ରହିଛି।  ରିଲିଫ୍ କାର୍ଯ୍ୟରେ ନିୟୋଜିତ ବହୁ ଏଜେନ୍ସିମାନେ କହିଛନ୍ତି ଯେ, ଶୀତ କାରଣରୁ ଏଠାରେ ଲକ୍ଷ ଲକ୍ଷ ପିଲାଙ୍କର ମୃତ୍ୟୁ ଘଟିପାରେ।

ଚଳିତ ଶୀତ ଋତୁରେ ୨.୨୮ କୋଟିରୁ ଅଧିକ ବା ଆଫଗାନିସ୍ତାନର ଅଧା ଜନସଂଖ୍ୟା ଖାଦ୍ୟ ଏବଂ ପାନୀୟ ସଙ୍କଟ ସମସ୍ୟାରେ ସମ୍ମୁଖୀନ ହେବେ। ମିଳିତ ଜାତିସଂଘ ମଧ୍ୟ ଏହି ବିକଳ ପରିସ୍ଥିତିକୁ ନେଇ ସତର୍କ କରାଇଛି।  ସ୍ଥିତି ଜାରିରହିଲେ ୮୭ ଲକ୍ଷ  ଲୋକ ଦୁର୍ଭିକ୍ଷ ଓ ଅନାହାରର ପରିସ୍ଥରେ ସମ୍ମୁଖୀନ ହୋଇପାରନ୍ତି ବୋଲି କୁହାଯାଇଛି।

ଆଫଗାନିସ୍ତାନକୁ  ଆନ୍ତର୍ଜାତୀୟ ସହାୟତା ନମିଳିଲେ  ଲକ୍ଷ ଲକ୍ଷ ଲୋକଙ୍କ ଅନାହାରରେ ମୃତ୍ୟୁ ଘଟିପାରେ। ଆହୁରି କୁହାଯାଇଛି ଯେ ଆଧୁନିକ ଅର୍ଥନୀତି ଏବଂ ବଜାରର ଆବଶ୍ୟକତା ଅନୁଯାୟୀ ତାଲିବାନୀ ଶାସକମାନେ ସରକାର ଚଳାଇବାରେ ବିଫଳ ହୋଇଛନ୍ତି। ସହାୟତା ପାଇଁ ବିଦେଶୀ ଦାତାମାନେ ମଧ୍ୟ ଆଗକୁ ଆସୁନାହାଁନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos