ଚଣ୍ଡିଗଡ଼: ୧୦୦ ଟଙ୍କାର ଲେଟରୀ ଟିକେଟ୍ କାଟି ମହିଳା ୧ କୋଟି ଟଙ୍କାର ପ୍ରଥମ ପୁରସ୍କାର ବିଜୟୀ ହୋଇଛନ୍ତି। ମହିଳା ଜଣଙ୍କ ଅମୃତସରର ବୋଲି ଜଣାପଡ଼ିଛି। ତାଙ୍କ ନାମ ରେଣୁ ଚୌହ୍ୱାନ। ତାଙ୍କ ସ୍ୱାମୀ ଅମୃତସରର ଜଣେ ଲୁଗା ଦୋକାନୀ।
ଗୁରୁବାର ରାଜ୍ୟ ସରକାର କହିଛନ୍ତି, ଭାଗ୍ୟଶାଳୀ ବିଜେତା ରେଣୁ ଚୌହାନ ଟିକେଟ୍ ଦାଖଲ କରିଛନ୍ତି ଏବଂ ତାଙ୍କ ପୁରସ୍କାର ପାଇବା ପାଇଁ ରାଜ୍ୟ ଲଟେରୀ ବିଭାଗ ପାଖରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିଛନ୍ତି।
ମହିଳା ଜଣଙ୍କ କହିଛନ୍ତି ସେ ଲଟେରୀରେ ଯେଉଁ ପଇସା ପାଇଁ ଦାବିଦାର ହୋଇଛନ୍ତି ସେଥିପାଇଁ ଘଗବାନଙ୍କ ନିକଟରେ କୃତଜ୍ଞ। ଏଭଳି ଲଟେରୀ ଜଣେ ମଧ୍ୟବିତ୍ତ ପରିବାର ପାଇଁ ବହୁତ କିଛି ବୋଲି ସେ କହିଛନ୍ତି। ତାଙ୍କ ପରିବାର ସୁରୁଖୁରରେ ଚାଲିବା ପାଇଁ ଏହି ଟଙ୍କା ସାହାଯ୍ୟ କରିବ ବୋଲି ଗୃହିଣୀ ଜଣଙ୍କ କହିଛନ୍ତି।
ପଞ୍ଜାବର ଲଟେରୀ ଡିପାର୍ଟମେଣ୍ଟ କହିଛି ଯେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ଲଟେରୀ ଫଳାଫଳ ସରକାର ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।