କଂଗ୍ରେସ ଛାଡ଼ିଲେ ବିଧାୟକ ରାଜ ଗୋପାଲ, ପୁଣି ହେବ ଉପ ନିର୍ବାଚନ

ହାଇଦ୍ରାବାଦ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ପୁଣି ଗୋଟିଏ ହାଇଭୋଲଟେଜ ଉପ ନିର୍ବାଚନ ଦେଖିବାକୁ ମିଳିବ। କାରଣ କଂଗ୍ରେସ ବରିଷ୍ଠ ନେତା ତଥା ମୁନୁଗୋଡେର ବିଧାୟକ କୋମାତିରେଡ୍ଡୀ ରାଜ ଗୋପାଲ ଶେଷରେ ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ। ରାଜ ଗୋପାଲ କଂଗ୍ରେସ ଛାଡ଼ିବେ ବେଳେ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଥିଲା। ଏବେ ସେ ବିଜେପିରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ସେ କେବେ […]

MLA

MLA

Hemant Lenka
  • Published: Wednesday, 03 August 2022
  • Updated: 03 August 2022, 04:41 PM IST

Sports

Latest News

ହାଇଦ୍ରାବାଦ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ପୁଣି ଗୋଟିଏ ହାଇଭୋଲଟେଜ ଉପ ନିର୍ବାଚନ ଦେଖିବାକୁ ମିଳିବ। କାରଣ କଂଗ୍ରେସ ବରିଷ୍ଠ ନେତା ତଥା ମୁନୁଗୋଡେର ବିଧାୟକ କୋମାତିରେଡ୍ଡୀ ରାଜ ଗୋପାଲ ଶେଷରେ ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ। ରାଜ ଗୋପାଲ କଂଗ୍ରେସ ଛାଡ଼ିବେ ବେଳେ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଥିଲା।

ଏବେ ସେ ବିଜେପିରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ସେ କେବେ ପଦ୍ମ ଧରିବେ, ସେ ବିଷୟରେ କୌଣସି ବିସ୍ତୃତ ସୂଚନା ଦେଇ ନାହାନ୍ତି। ରାଜ ଗୋପାଲଙ୍କ ବିଜେପି ପ୍ରୀତି ଦେଖି ୨୪ ଘଣ୍ଟା ତଳେ ହିଁ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ତାଗିଦ କରିଥିଲେ। ଏଥିସହ ସେ ଯଦି ଦଳର କଥାରେ ପରିଚାଳିତ ନ ହେବେ, ତା’ହେଲେ ତାଙ୍କୁ ନିଲମ୍ବିତ କରାଯିବ ବୋଲି ହାଇକମାଣ୍ଡ କହିଥିଲେ।

ଏହି ତାଗିଦକୁ ୨୪ ଘଣ୍ଟା ନ ପୂରୁଣୁ ସେ କଂଗ୍ରେସ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ରାଜ ଗୋପାଲ କହିଛନ୍ତି, “କଂଗ୍ରେସ ଛାଡ଼ିବା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ଦଳ ପ୍ରତି ମୋର ଗଭୀର ସମ୍ମାନ ରହିଛି।” କଂଗ୍ରେସ ଓ ବିଧାୟକ ପଦ ଛାଡ଼ିବା ପରେ ତେଲେଙ୍ଗାନାର କ୍ଷମତାସୀନ ଟିଆରଏସ୍‌ ମଧ୍ୟ ତାଙ୍କୁ ଦଳରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିବା ରାଜ ଗୋପାଲ ଦାବି କରିଛନ୍ତି।

ସେ କହିଛନ୍ତି, “ମୁଁ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲି। ଯଦି କଂଗ୍ରେସ ମୋତେ ଦଳରୁ ନିଲମ୍ବିତ କରିଥାଆନ୍ତା, ତା’ହେଲେ ମଧ୍ୟ ମୁଁ ବିଧାୟକ ଭାବେ କାମ କରି ପାରିଥାଆନ୍ତି। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଭାବେ ମୋତେ ଭୋଟ ଦେଇଥିବା ଲୋକଙ୍କୁ ସାମ୍ନା କରିବାର ଅଛି। ମୋ ପୁଅର କମ୍ପାନୀ ନିକଟରେ ଗୋଟିଏ କଣ୍ଟ୍ରାକ୍ଟ ପାଇଥିବାରୁ ମୁଁ ବିଜେପି ଆଡ଼ୁକୁ ଢଳିଛି ବୋଲି କହିବା ଅରୁଚିକର। ଏଥିରେ କୌଣସି ସତ୍ୟତା ନାହିଁ।

ମୁଁ ୩ ବର୍ଷ ତଳୁ ବିଜେପିରେ ଯୋଗଦେବି ବୋଲି ଘୋଷଣା କରିଥିଲି। ମୋର ନୈତିକତା ଅଛି ଓ ମୁଁ ସୁବିଧାବାଦୀ ରାଜନୀତିକୁ ପସନ୍ଦ କରେ ନାହିଁ। ମୁଁ ଏମିତି ଜଣେ ବ୍ୟକ୍ତି ଯିଏ ସବୁବେଳେ କଂଗ୍ରେସ ସହ ରହିଛି ଓ ସମର୍ଥନ କରିଛି। ପ୍ରତିଥର ଲୋକଙ୍କ ସମର୍ଥନରେ ଜିତିଥିଲେ ମଧ୍ୟ ଆମକୁ ହତାଶ ହେବାକୁ ପଡ଼େ।

ନୂଆ କରି ଦଳକୁ ଆସିଥିବା ଲୋକଙ୍କ ଅଧୀନରେ ଆମକୁ କାମ କରିବାକୁ ବାଧ୍ୟ କରାଯାଏ। କ’ଣ ଆମର ଆତ୍ମସମ୍ମାନ ନାହିଁ? ପିସିସି ସ୍ତରୀୟ କମିଟି ଗଠନ ବେଳେ ମୋ ମତାମତ ନିଆଯାଇ ନଥିଲା। ୨ରୁ ୩ ଥର ନିର୍ବାଚନ ହାରିଥିବା ଲୋକଙ୍କ ଅଧୀନରେ ଆମକୁ ସାଧାରଣ କର୍ମୀ ଭାବେ କାମ କରିବାକୁ କୁହାଯାଇଥିଲା। ମୁଁ ମୋ ନିଜ ଇଚ୍ଛାରେ ଦଳ ଛାଡ଼ୁଛି। ଏହାଦ୍ୱାରା ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କ ବିକାଶ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story