ମୁମ୍ବାଇ: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ କୋଭିଡ୍ ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ପରୀକ୍ଷରେ ତାଙ୍କ ନମୁନା ପଜିଟିଭ ଥିବା ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୁମ୍ବାଇରେ ଶନିବାର ୮୮୯ଟି ନୂଆ କରୋନାଭାଇରସ ରେକର୍ଡ଼ ହୋଇଛି। ଦିନକ ପୂର୍ବରୁ ଏହି ମାମଲା ୭୬୩ ଥିଲା। ଏଥିସହ ମୁମ୍ବାଇରେ ମୋଟ ମାମଲା ୧୦,୬୮,୮୯୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯,୫୬୮କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଗତ ଫେବୃଆରୀ ୪ ରେ ସହରରେ ୮୪୬ଟି ମାମଲା ରେକର୍ଡ଼ ହୋଇଥିଲା।
ପରେ ମାମଲା ହ୍ରାସ ପାଇଲା। କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ବଢ଼ତବାରେ ଲାଗିଛି। ସେପଟେ ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଜଣାଇଛନ୍ତି ଯେ, ସଂକ୍ରମଣ ଯେପରି ନ ବ୍ୟାପେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ। କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।